ଯଦି ଆପଣଙ୍କର ଏହି ସମସ୍ୟା ଅଛି ତେବେ ଆଦୌ ଖାଆନ୍ତୁ ନାହିଁ ପିଜୁଳି, ସ୍ୱାସ୍ଥ୍ୟ ପାଇଁ ହୋଇପାରେ ବଡ଼ କ୍ଷତି

ପିଜୁଳିକୁ ପୃଷ୍ଟିକର ଗୁଣରେ ପରିପୂର୍ଣ୍ଣ ଏକ ଫଳ ଭାବରେ ବିବେଚନା କରାଯାଏ । ଏହାର ଗୁଣକୁ ଦେଖିଲେ କୁହାଯାଏ ଯେ ଯଦିଓ ଆପଣ ପ୍ରତିଦିନ ଆପଲ୍ ନ ଖାଇପାରନ୍ତି ଏବଂ ଗୋଟିଏ ପିଜୁଳି ଖାଇପାରୁଛନ୍ତି ତାହେଲେ ବି ଆପଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ନିଜକୁ ରକ୍ଷା କରିପାରିବେ । ପିଜୁଳିରେ ଆଣ୍ଟି-ଅକ୍ସିଡାଣ୍ଟ, ଭିଟାମିନ୍ ସି ଏବଂ ପୋଟାସିୟମ୍ ଭରପୂର ରହିଛି । ଗୋଟିଏ ପିଜୁଳିରେ ୧୧୨ କ୍ୟାଲୋରୀ, ୨୩ ଗ୍ରାମ କାର୍ବୋହାଇଡ୍ରେଟ୍, ୯ ଗ୍ରାମ ଫାଇବର ଏବଂ ଅଳ୍ପ ପରିମାଣର ଷ୍ଟାର୍ଚ ଥାଏ । ଏଥିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି ଏବଂ ଏଥିରେ ଫୋଲେଟ୍, ବିଟା କାରୋଟିନ୍ ପରି ପୁଷ୍ଟିକର ଉପାଦାନ ମଧ୍ୟ ଥାଏ । ଏହା କ୍ୟାଲୋରୀରେ ବହୁତ କମ୍ ଏବଂ ଫାଇବରରେ ବହୁତ ଅଧିକ । ଏହି କାରଣଗୁଡିକ ପାଇଁ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।

୧. ପିଜୁଳିରେ ଫାଇବର ଭରପୂର ମାତ୍ରାରେ ଥାଏ, ଯେଉଁ କାରଣରୁ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ, କିନ୍ତୁ ଯଦି ଆପଣ ଏହାକୁ ଅଧିକ ଖାଇଥା’ନ୍ତି, ତେବେ ଆପଣଙ୍କର ହଜମ ପ୍ରକ୍ରିୟା ମଧ୍ୟ ଖରାପ ହୋଇପାରେ । ବିଶେଷକରି ଯେତେବେଳେ ଆପଣ କଇରିଟେବଲ ବାଉଲ ସିଣ୍ଡ୍ରୋମରେ ପୀଡିତ । ଏପରି ପରିସ୍ଥିତିରେ ଆପଣ ଏହାକୁ ଖାଇବା ଠାରୁ ଦୂରେଇ ରହିବା ଭଲ ।

୨. ମଧୁମେହ ରୋଗୀ

ପିଜୁଳି ବ୍ୟବହାର ଦ୍ୱାରା ରକ୍ତରେ ସୁଗାର ଲେବଲ ହ୍ରାସ ହୋଇପାରେ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ମଧୁମେହ ଅଛି ଏବଂ ଆପଣ ପିଜୁଳିକୁ ଅତ୍ୟଧିକ ଖାଉଛନ୍ତି, ତେବେ ଆପଣଙ୍କ ରକ୍ତରେ ସୁଗାର ଲେବଲ ଯାଞ୍ଚ କରିବା ଜରୁରୀ ଅଟେ ।

୩. ଅସ୍ତ୍ରୋପଚାର ପୂର୍ବରୁ କିମ୍ବା ପରେ ଖାଆନ୍ତୁ ନାହିଁ

ପିଜୁଳି ଖାଇବା ଦ୍ୱାରା ରକ୍ତରେ ସୁଗାର ଲେବଳ ପ୍ରଭାବିତ ହୋଇପାରେ । ଏପରି ପରିସ୍ଥିତିରେ, ଯେଉଁମାନଙ୍କୁ ଅସ୍ତ୍ରୋପଚାର କରିବାକୁ ଅଛି କିମ୍ବା ଅସ୍ତ୍ରୋପଚାର ହୋଇଛି, ସେମାନେ କିଛି ଦିନ ପିଜୁଳିଠାରୁ ଦୂରରେ ରହିବା ଉଚିତ୍ । ତାହା ନକରିବା ଦ୍ୱାରା ଅସ୍ତ୍ରୋପଚାର ସମୟରେ ଅତ୍ୟଧିକ ରକ୍ତ ନଷ୍ଟ ହୋଇପାରେ କିମ୍ବା ବିପି ଅନିୟନ୍ତ୍ରିତ ହୋଇପାରେ ।

Leave A Reply

Your email address will not be published.