ଆପଣଙ୍କର ବି ନାହିଁ ତ ସିଦ୍ଧାର୍ଥ ଶୁକ୍ଳାଙ୍କ ଭଳି ‘ପର୍ସନାଲିଟି A’ ସମସ୍ୟା? ଏମାନେ ସହଜରେ ହୁଅନ୍ତି ହାର୍ଟ ଆଟାକ୍‌ର ଶିକାର

ଟେଲିଷ୍ଟାର ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ସମସ୍ତଙ୍କୁ ଦୋହଲାଇ ଦେଇଛି। ୪୦ ବର୍ଷ ବୟସରେ ଫିଟ୍‌ ସିଦ୍ଧାର୍ଥ ଶୁକ୍ଳା ହାର୍ଟ ଆଟାକ୍‌ରେ ମୃତ୍ୟୁବରଣ କରିବାକୁ କେହି ସହଜରେ ଗ୍ରହଣ କରିପାରିନାହାନ୍ତି। ଯୁବପିଢ଼ିଙ୍କ ମଧ୍ୟରେ ହାର୍ଟ ଆଟାକ୍‌ର ବଢ଼ୁଥିବା ମାମଲାକୁ ନେଇ ଡାକ୍ତର ଓ ହେଲଥ ଏକ୍ସପର୍ଟ କେତେକ ଜରୁରୀ ପରାମର୍ଶ ଦେଇଛନ୍ତି। ଦିଲ୍ଲୀର ଡାକ୍ତର ତପନ ଘୋଷ କହିଛନ୍ତି ହାର୍ଟ ଆଟାକ୍‌ ଓ ପର୍ସନାଲିଟି ଏ ମଧ୍ୟରେ ସମ୍ପର୍କ ରହିଛି।

ଡାକ୍ତରଙ୍କ କହିବାନୁସାରେ, ସିଦ୍ଧାର୍ଥ ପର୍ସନାଲିଟି ଏ ଟାଇପ୍‌ର ବ୍ୟକ୍ତିତ୍ୱ ଥିଲେ। ସେ ସବୁବେଳେ ଫାଷ୍ଟ ବା ପ୍ରଥମ ହେବାକୁ ଚାହୁଁଥିଲେ। ବିଗ୍‌ବସ୍‌ରେ ବି ସେ ବିଜେତା ହୋଇଥିଲେ। ତାଙ୍କ ପର୍ସନାଲିଟି ମଧ୍ୟ ଖୁବ୍‌ ଷ୍ଟ୍ରଙ୍ଗ୍‌। ଏଣୁ ସେ ଦ୍ୱିତୀୟ ହେବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ଏଭଳି ଲୋକଙ୍କ ଠାରେ ହାର୍ଟ ଆଟାକ୍‌ର ଆଶଙ୍କା ଅଧିକ ରହିଥାଏ। ଭାରତରେ ପ୍ରତିଦିନ ହୃଦ ରୋଗରେ ୪୦ ବର୍ଷରୁ କମ୍‌ ବୟସର ୯୦୦ ଲୋକଙ୍କ ମୃତ୍ୟୁ ହୁଏ ବୋଲି ଡାକ୍ତର କହିଛନ୍ତି।

ପର୍ସନାଲିଟି ଏର ଶିକାର ହୋଇଥିବା ବ୍ୟକ୍ତିଙ୍କ ଠାରେ ଅଧିକ ହାର୍ଟ ରୋଗ ଦେଖାଯାଏ। କାରଣ ଏଭଳି ବ୍ୟକ୍ତି ସବୁବେଳେ ପ୍ରଥମ ହେବା ଚକ୍କରରେ ଠିକ୍‌ରେ ଶୋଇନଥାନ୍ତି କି ଲାଇଫ୍‌ଷ୍ଟାଇଲ ମେଣ୍ଟେନ୍‌ କରିନଥାନ୍ତି। ଖରାପ ଲାଇଫ୍‌ ଷ୍ଟାଇଲ, ଏକ୍ସରସାଇଜ୍‌ ଅଭାବ ଓ ଅଧିକ ଧୂମପାନ ଯୋଗୁ ଏମାନଙ୍କ ଠାରେ ହାର୍ଟଆଟାକ୍‌ ଦେଖାଦିଏ। ଏଣୁ ସବୁ ବୟସର ଲୋକଙ୍କୁ ନିଜ ଶରୀରର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.