କେମିତି ଜାଣିବେ ଆପଣଙ୍କ ଶରୀରରେ ଡିହାଇଡ୍ରେସନ ସମସ୍ୟା ଅଛି ବୋଲି

ପାଣି ଶରୀରକୁ ଡିହାଇଡ୍ରେସନ ଦାଉରୁ ରକ୍ଷା କରିବା ପାଇଁ ପାଣି ନିହାତି ଆବଶ୍ୟକ । ଏହା ସହ ଶରୀରର ଅଙ୍ଗ ଗୁଡିକୁ ଅକ୍ସିଜେନ ଯୋଗାଇବାରେ ବି ପାଣି ସାହାଯ୍ୟ କରିଥାଏ । ତେଣୁ ଶୀତ ହେଉ ଅବା ଗ୍ରୀଷ୍ମ ଋତୁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ନିହାତି ଆବଶ୍ୟକ । ଦିନକୁ ଅତି କମରେ ୯ ରୁ ୧୦ ଗ୍ଲାସ ପାଣି ପିଇବା ଦରକାର । ନଚେତ ଡିହାଇଡ୍ରେସନ ସମସ୍ୟା ଉପୁଜେ | କୌଣସି ବୟସର ବ୍ୟକ୍ତିଙ୍କ ଠାରେ ଏହି ସମସ୍ୟା ଦେଖା ଦେଇପାରେ । ଏହାକୁ ଜମାବି ଅବହେଳା କରିବା ଉଚିତ ନୁହେଁ । ନଚେତ ଏହା ମଣିଷର ଜୀବନ ବି ନେଇଯାଇପାରେ । କିନ୍ତୁ ଜାଣନ୍ତିକି କେଉଁ କେଉଁ ଲକ୍ଷଣ ଦେଖାଦେଲେ ଆପଣ ଜାଣିବେ ଯେ ଆପଣଙ୍କ ଠାରେ ଡିହାଇଡ୍ରେସନ ସମସ୍ୟା ରହିଛି ବୋଲି ।

ଡିହାଇଡ୍ରେସନ କଣ:

ଆମ ଶରୀରର ୭୦ ପ୍ରତିଶତ ହେଉଛି ଜଳ । ଆମେ ପିଉଥିବା ପାଣି, ତରଳ ପଦାର୍ଥ, ଜୁସ ଆଦି ମାଧ୍ୟମରେ ଶରୀରକୁ ଆବଶ୍ୟକ ମୁତାବକ ଜଳ ମିଳିଥାଏ । ପ୍ରଥମେ ପ୍ରଥମେ ଏହାକୁ ଅଧିକାଂଶ ସାଧାରଣ ସମସ୍ୟା ଭାବେ ନେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ଗମ୍ଭୀର ରୂପ ନେଇପାରେ ।

dehydration ଲକ୍ଷଣ:

ଯଦି ଆପଣ ପାଣି ପିଉଛନ୍ତି କିନ୍ତୁ ୨ ଘଣ୍ଟା ଭିତରେ ଆପଣଙ୍କୁ ପରିଶ୍ରା ଲାଗୁଛି । ତେବେ ଜାଣନ୍ତୁ ଆପଣ ସୁସ୍ଥ ଅଛନ୍ତି । କିନ୍ତୁ ଯଦି ୬ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ପରିଶ୍ରା ଲାଗୁନାହିଁ । ତେବେ ଭାବି ନିଅନ୍ତୁ ଆପଣଙ୍କ ଠାରେ ଡିହାଇଡ୍ରେସନ ସମସ୍ୟା ରହିଛି ।

ମୁଣ୍ଡବିନ୍ଧା:

ଶରୀରରେ ଯଦି ଜଳର ପରିମାଣ କମିଯାଏ ତେବେ ମୁଣ୍ଡ ବିନ୍ଧା ବି ହୋଇଥାଏ । ଏହାକୁ ବି ଡିହାଇଡ୍ରେସନର ପ୍ରମୁଖ କାରଣ ଭାବେ ଧରାଯାଏ ।

ତ୍ୱଚା ଶୁଷ୍କ ପଡିବା:

ଶରୀରରେ ପାଣି କମିଲେ ସ୍କିନ ରୁକ୍ଷ ହେବା ସହ ଫଟିଥାଏ । ଏମିତିକି ଓଠ ଫାଟିବା ପରି ସମସ୍ୟା ବି ଦେଖାଦିଏ ।

dehydration

ଜ୍ୱର ଆସିବା:

ଡିହାଇଡ୍ରେସନ ହେଲେ ଜ୍ୱର ବି ଆସିପାରେ । ଏହା ସହ ଥଣ୍ଡା ବି ଲାଗିପାରେ । ଯଦି ଶ୍ତାପମାତ୍ର ଅଧିକ ରହୁଥାଏ ତେବେ ନିଶ୍ଚିନ୍ତ ରୂପେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଅଧିକ ଭୋକ ଲାଗିବା:

ଏହା ହୁଏତ ଖୁବ କମ ଲୋକ ଜାଣିଥିବେ ଡିହାଇଡ୍ରେସନ ସମସ୍ୟା ଥିଲେ ଖୁବ ଭୋକ ଲାଗେ । କାରଣ ଯଦି ପାଣି ମାତ୍ରା କମେ ତ ମସ୍ତିସ୍କ ସଂକେତ ଦିଏକି ଶରୀରକୁ ଅଧିକ ଖାଦ୍ୟ ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.