ଲାଇଫ୍ ଷ୍ଟାଇଲ୍

ଶରୀରରେ ପ୍ରୋଟୀନ ଅଭାବ ହେଲେ ଦେଖାଦିଏ ଏହି ସଂକେତ, ଆଦୌ ବି କରନ୍ତୁନାହିଁ ଅବହେଳା

ଶରୀରକୁ ସୁଚାରୁ ରୂପରେ ଚଳାଇବା ପାଇଁ ବହୁ ପରିମାଣର ପୋଷକ ତତ୍ତ୍ୱର ଆବଶ୍ୟକତା ରହିଥାଏ । ପ୍ରୋଟିନ ତା ମଧ୍ୟରୁ ଅନ୍ୟତମ ଅଟେ । ପ୍ରୋଟିନ ଏକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଅଟେ ଯାହା ଏସିଡ୍ ସହ ମିଶି ବନିଥାଏ । ପ୍ରୋଟିନ କେବଳ ଆମ ମାଂସପେଶୀକୁ ମଜବୁତ ବନାଏନାହିଁ , ଶରୀରକୁ ଶକ୍ତି ମଧ୍ୟ ପ୍ରଦାନ କରେ ।

ପ୍ରୋଟିନ ଆଣ୍ଟିବଡିଜ୍ ବନାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଯାହା ଇନଫେକ୍ସନ ଏବଂ ରୋଗରୁ ଲଢିବା ପାଇଁ କାମ କରିଥାଏ । ତେବେ ଶରୀରେ ଅନେକ ଲକ୍ଷଣ ଅଛି ଯାହା ସୂଚୀତ କରିଥାଏ ଯେ, ଶରୀରରେ ପ୍ରୋଟିନ କମ ରହିଛି । ଯାହାକୁ ବୁଝିବା ଅତ୍ୟନ୍ତ ଆବଶ୍ୟକ । କୁହାଯାଏ ଯେ, ଏକ ବୟଷ୍କ ବ୍ୟକ୍ତିଙ୍କୁ ପ୍ରତିଦିନ ନିଜ ଶରୀର ପାଇଁ ୮ଗ୍ରାମ ପ୍ରୋଟିନ ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ପ୍ରୋଟିନ ଅଭାବ କେଉଁ ଲକ୍ଷଣରୁ ଦେଖାଯାଏ ।

ଦୁର୍ବଳ ଏବଂ ଥକ୍କା ଲାଗିଲେ :

ଡାଏଟରେ ପ୍ରୋଟିନ ଅଭାବ ହେଲେ ଦୁର୍ବଳ, ଥକାପଣ ଏବଂ ମାଂଶପେଶୀ କଷ୍ଟର ସାମ୍ନା କରିବାକୁ ପଡିଥାଏ । ଏହା ଏଥିପାଇଁ କାରଣ ଯେତେବେଳେ ଶରୀରରେ ପ୍ରୋଟିନର ମାତ୍ରା କମ ହୋଇଥାଏ ସେତେବେଳେ ଶରୀରରେ କଙ୍କାଳର ମାଂସପେଶୀର ଆବଶ୍ୟକ ପୁରା କରିଥାଏ । ସମୟ ସହିତ ଏଥିରେ ମାଂସପେଶୀର କ୍ଷତି ପହଁଚାଇବା ଆରମ୍ଭ ହୋଇଥାଏ । ଯେଉଁଥିପାଇଁ ଧିରେଧିରେ ଶରୀରର ଶକ୍ତି କମ ହେବାରେ ଲାଗିଥାଏ ଏବଂ ମେଟାବଲିଜିମ ମଧ୍ୟ ସ୍ଲୋ ହୋଇଯାଏ । ସେଥିପାଇଁ ଦୁର୍ବଳ ଏବଂ ଥକାପଣର ସାମ୍ନା କରିବାକୁ ପଡିଥାଏ ।

ଘାଆ ଶୁଖିବାକୁ ସମୟ ଲାଗିଲେ :

ଯଦି ଆପଣଙ୍କ ଶରୀରରେ କୌଣସି ଦୁର୍ଘଟଣା ଜନିତ ଖଣ୍ଡିଆ ହୋଇ ଥାଏ ତେବେ ପ୍ରୋଟିନ ଅଭାବ ଥିଲେ ତାହା ଶୀଘ୍ର ଶୁଖିନଥାଏ । ଏହାର ଅଭାବ କାରଣରୁ ନୂତନ କୋଷିକା ବନିବା ପାଇଁ ସମୟ ଲାଗିଥାଏ ।

ଭୋକ ଅଧିକ ଲାଗିଲେ :

ଯଦି ଆପଣଙ୍କୁ ଖାଦ୍ୟ ଖାଇବା ପରେ ମଧ୍ୟ ଭୋକ ହେଉଛି ବା ଅନ୍ୟାନ୍ୟ ସମୟରେ ଖାଦ୍ୟ ଖାଇବା ପାଇଁ ଭୋକ ହେଉଛି ତେବେ ଏହା ଶରୀରରେ ପ୍ରୋଟିନ କମର ଏକ ସଂକେତ ଦେଇଥାଏ । ପ୍ରୋଟିନ ଏପରି ଏକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଯାହା ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକରୁ ରକ୍ଷା କରିଥାଏ ।

ଇମ୍ୟୁନିଟୀ ଦୁର୍ବଳ ହେଲେ :

ଶରୀରରେ ପ୍ରୋଟିନ କମ କାରଣରୁ ସମୟ-ସମୟରେ ରୋଗ ମଧ୍ୟ ହୋଇଥାଏ । ରୋଗପ୍ରତିରୋଧକ ସିଷ୍ଟମ ପାଇଁ ପ୍ରୋଟିନ ବହୁ ପରିମାଣରେ ଆବଶ୍ୟକ ବୋଲି ଧରାଯାଏ । ଏହା ଆପଣଙ୍କୁ ଭାଇରସ ଏବଂ ବ୍ୟାକ୍ଟେରିଆ ଠାରୁ ଦୂର ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଇମ୍ୟୁନ୍ସ ସେଲ୍ସ ନିଜର ଏସିଡ୍ ସହ ମିଶି ତିଆରି ହୋଇଥାଏ । ଏହି ପ୍ରୋଟିନର ସେବନ ଠିକ ପରିମାଣରେ କରିଲେ ଆପଣଙ୍କ ଶରୀର ଭାଇରସ ଏବଂ ବ୍ୟାକ୍ଟେରିଆ ଜନିତ ରୋଗରୁ ରକ୍ଷା କରିବ ।

କେଶ, ଚର୍ମ ଏବଂ ନଖରେ ସମସ୍ୟା ଆସିଲେ :

ଶରୀରରେ ପ୍ରୋଟିନ ଅଭାବ କାରଣରୁ ନଖ, ଚର୍ମ ଏବଂ ଛୁଟି ଉପରେ ପଡିଥାଏ । ପ୍ରୋଟିନ ଅଭାବ ହେବା ଦ୍ୱାରା ଦୁର୍ବଳ ନଖ, ଡ୍ରାଏ ସ୍କିନ ଏବଂ ପତଳା କେଶ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

Pritiparna

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

8 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

14 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

28 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago