ଶରୀରରେ କୋଲେଷ୍ଟ୍ରଲ ମାତ୍ରା ବଢିଛି କି ! ଜାଣିବେ କେମିତି ?

ଆପଣ ଶରୀରରେ କୋଲେଷ୍ଟ୍ରଲ ମାତ୍ରା ବଢିଛି କି ? ଯଦି ଏହାର ମାତ୍ରା ଶରୀରରେ ବଢିଛି, ତେବେ ଜାଣିବେ କେମିତି ? କୋଲେଷ୍ଟ୍ରଲ ବଢିବା ସାଧାରଣତଃ ବାହାରକୁ ଜଣାପଡେ ନାହିଁ। ତେଣୁ ଶରୀରରେ ବିଭିନ୍ନ ପ୍ରକାର ଲକ୍ଷଣ ଦେଖିବାକୁ ମିଳେ। ଏମିତିରେ ଶରୀରରେ କୋଲେଷ୍ଟ୍ରଲ ବଢିବାର ସଂଯୋଗ ଛାତି ସହ ରହିଥାଏ। ଯଦି ଥରେ କୋଲେଷ୍ଟ୍ରଲ ହୋଇଯାଇଥାଏ, ତେବେ ଖାଇବା ସମୟରେ ସାବଧାନ ରହିବାକୁ ପଡ଼ିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦେବା ଉଚିତ। ଏହାକୁ କମ କରିବା ପାଇଁ ଅନେକ ପ୍ରକାର ଖାଦ୍ୟ ପଦାର୍ଥକୁ ଭୋଜନରେ ସାମିଳ କରିପାରିବେ।

ପାଦରେ ହେଉଥିବା ଯନ୍ତ୍ରଣାକୁ ଆମେ ସବୁବେଳେ ଜାଣିବା ପରେ ମଧ୍ୟ ଅଣଦେଖା କରିଦେଇଥାଉ। କିନ୍ତୁ ଏହା ଉଚ୍ଚ କୋଲେଷ୍ଟ୍ରଲ ହେବାର କାରଣରୁ ହୋଇପାରେ। ତେଣୁ କେବେ ବି ଉଚ୍ଚ କୋଲେଷ୍ଟ୍ରଲକୁ ଅଣଦେଖା ନ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଛାତିରେ ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସ ନେବା, ଷ୍ଟ୍ରୋକ୍‌ର ବିପଦ ବଢିବା ହୃଦରୋଗର ସବୁଠାରୁ ବଡ କାରଣ ହୋଇଥାଏ। ସେହିପରି ପାଦରେ ଯନ୍ତ୍ରଣା ଉଚ୍ଚ କୋଲେଷ୍ଟ୍ରଲର ଲକ୍ଷଣ ହୋଇଥାଇପାରେ।

heart

ଉଚ୍ଚ ରକ୍ତ କୋଲେଷ୍ଟ୍ରଲ ସ୍ତର, ଯାହାକୁ ଡାକ୍ତର ହାଇପରଲିପଡେମିୟା କହନ୍ତି। ଏହା ଅଧିକ ହେବା କାରଣରୁ ଧମନୀଗୁଡିକ ସଠିକ୍‌ ଭାବେ କାମ କରିବା ବନ୍ଦ କରିଦିଏ। ଏହା ସବୁଠାରୁ ଅଧିକ ହୃଦୟ ଏବଂ ଏହାର ଆଖପାଖ ଧମନୀ ବନ୍ଦ ହେବା କାରଣରୁ ହୋଇଥାଏ। କେବେ କେବେ ଏହା ପାଦର ଅନ୍ୟ ସ୍ଥାନର ଧମନୀକୁ ମଧ୍ୟ ପ୍ରଭାବିତ କରିଥାଏ। ଏହି କାରଣରୁ ଧମନୀ ରୋଗ, ପିଏଡି, ପାଦକୁ ସଠିକ୍‌ ରକ୍ତ ପ୍ରବାହ ହୋଇନଥାଏ।

footcare2

ପାଦରେ ଯନ୍ତ୍ରଣା ସବୁବେଳେ ଉଚ୍ଚ କୋଲେଷ୍ଟ୍ରଲ କିମ୍ବା ହୃଦୟ ସମ୍ବନ୍ଧୀୟ ସମସ୍ୟାର ସଂକେତ ଦେଇଥାଏ। ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହି ପ୍ରକାରର ଯନ୍ତ୍ରଣା ଲକ୍ଷଣକୁ ସହଜରେ ଲୋକେ ଭୁଲ୍‌ ବୋଲି କହନ୍ତି। ପାଦରେ ଯନ୍ତ୍ରଣା ଚାଲିବା ଯୋଗୁଁ ହୋଇଥାଏ। ଆଉ ବିଶ୍ରାମ କରିବା ବେଳେ ହିଁ ପାଦକୁ ଆରାମ ମିଳିଥାଏ।

ଯଦି ଯନ୍ତ୍ରଣାକୁ ଠିକ୍‌ ସମୟରେ ଉପଚାର କରାନଯାଏ, ତେବେ ଜଟିଳତା ବଢିଯାଇପାରେ। କାରଣ ପେରିଫେରଲ ଆର୍ଟରୀ ଡିସଅର୍ଡର ଏମିତି ଏକ ରୋଗ, ଯାହା ଅନ୍ୟ ଲକ୍ଷଣ କାରଣରୁ ହୁଏ ନାହିଁ। ପାଦରେ ଯନ୍ତ୍ରଣା ହୃଦ ରୋଗର ପ୍ରାରମ୍ଭିକ ଲକ୍ଷଣ ଭାବେ ଧରାଯାଏ। ତେଣୁପାଦରେ ଯନ୍ତ୍ରଣା, ଓଜନ ଲାଗିବା, ଜଳାପୋଡା ଲକ୍ଷଣକୁ କେବେ ବି ଅଣଦେଖା କରନ୍ତୁ ନାହିଁ।

You might also like