ସୁନ୍ଦର ଏବଂ ଦାଗବିହୀନ ତ୍ବଚା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର !

ଏମିତି ବହୁତ ଥର ହୁଏ କି ପୂରୁଣା ଦାଗ ଭଲ ହେବା ପାଇଁ ଅନେକ ସମୟ ଲାଗିଥାଏ। ବର୍ଷ ବର୍ଷ ଧରି ଏହି ଦାଗରୁ ମୁକ୍ତି ମିଳିନଥାଏ। ଏହି କାରଣ ପାଇଁ ମୁହଁର ସୁନ୍ଦରତା ନଷ୍ଟ ହୋଇ ଯାଇଥାଏ । ଏହାକୁ ଭଲକରିବା ପାଇଁ ସାଧାରଣତଃ ଅନେକ ପଇସା ଖର୍ଚ୍ଚ ହୁଏ, ହେଲେ କୌଣସି ଲାଭ ମିଳେ ନାହିଁ । ଆସନ୍ତୁ ଜାଣିବା ଏହାକୁ ସହଜରେ ଦୂର କରିବାର କିଛି ଘରୋଇ ଉପଚାର।
ଲେମ୍ବୁ : ତ୍ବଚାରେ ହୋଇଥିବା ଦାଗକୁ କମେଇବା ପାଇଁ ସେଠାରେ ଲେମ୍ବୁ ଘସନ୍ତୁ। ଏହା ସପ୍ତାହ ପର୍ଯ୍ଯନ୍ତ ନିୟମିତ ବ୍ଯବହାର କରନ୍ତୁ ଦେଖିବେ ଦାଗ କମ ହୋଇଯିବ।
ହଳଦୀ : ହଳଦୀ ସହ ଦହି କିମ୍ବା ମହୁ ମିଶାଇ ଲଗାଇବା ଦ୍ବାରା ମୁହଁର ଦାଗ କମିଥାଏ। ଏହା ଛଡ଼ା ତ୍ବଚାର ଚମକ ମଧ୍ୟ ରହିଥାଏ।
ମହୁ : ମହୁ ସହ ଲେମ୍ବୁ ରସ ମିଶାଇ ଲଗାଇବା ଦ୍ବାରା କିଛି ମାତ୍ରାରେ ଦାଗ କମିଥାଏ । ଏହାକୁ ସବୁ ଦିନ ଲଗାଇବା ବହୁ ଲାଭକାରୀ ହୋଇଥାଏ।
କାକୁଡି : କାକୁଡିର ପେଷ୍ଟ୍ ତିଆରି କରି ଦାଗ ହୋଇଥିବା ସ୍ଥାନରେ ଲଗାଇବା ଦ୍ବାରା ଧିରେ ଧିରେ ଦାଗ ଭଲହୋଇଥାଏ।
ଚନ୍ଦନ : ଗୋଲାପ ଜଳ ସହ ୨ ଚାମଚ କ୍ଷୀର ଏବଂ ଚନ୍ଦନ ପାଉଡର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ୧ ଘଣ୍ଟା ଯାଏ ଦାଗ ହୋଇଥିବା ସ୍ଥାନରେ ଶୁଖିବା ଯାଏ ଲଗାଇ ରଖନ୍ତୁ । ଦେଖିବେ ଦାଗ ବହୁ ଶୀଘ୍ର ଦୂର ହୋଇଯିବ।
ଘିଁକୁଆରୀ (ଆଲୋବେରା) : ରାତିରେ ଶୋଇବା ସମୟରେ ଦାଗ ହୋଇଥିବା ସ୍ଥାନରେ ନିୟମିତ ଘିଁକୁଆରୀ ଲଗାନ୍ତୁ। ଦେଖିବେ ଖୁବ୍ କମ୍ ଦିନରେ ଏଥିରୁ ଉପସମ ପାଇପାରିବେ।