ଦିନକୁ ୧୦ ଘଣ୍ଟା ବସିକି ରହୁଛନ୍ତି କି? ହୋଇଯାଆନ୍ତୁ ସାବଧାନ

ବହୁତ ଲୋକ ଅଛନ୍ତି ଯେଉଁମାନେ ପରିଶ୍ରମ କରିବାକୁ ଇଚ୍ଛା କରନ୍ତି ନାହିଁ । ଗୋଟିଏ ମଣିଷର ମୁଖ୍ୟ କାମ ହେଉଛି ପରିଶ୍ରମ କରିବା । ସଂସାରରେ ବଞ୍ଚିବାକୁ ହେଲେ ପ୍ରଥମେ ଆମକୁ କିଛି ନା କିଛି କାର୍ଯ୍ୟ କରିବାକୁ ପଡିବ । ବହୁତ ଲୋକ ଅଛନ୍ତି ଯେଉଁମାନେ କି ଜାଣିକି ବି କିଛି କାର୍ଯ୍ୟ କରି ନଥାଆନ୍ତି । ଯାହା ଫଳରେ କି ତାଙ୍କର ଭବିଷ୍ୟତ ଅନ୍ଧାର ହେବାକୁ ଲାଗେ ।

ଲୋକେମାନେ ଭାବିଥାନ୍ତି ଯେ ସବୁ ସମୟରେ ବସିକି ରହିବା ଦେହ ପାଇଁ ଭଲ ହୋଇଥାଏ । ହେଲେ ଜାଣି ନଥାଆନ୍ତି ଯେ ଏପରି କରିବା ଦ୍ୱାରା ମଣିଷର କ’ଣ କ୍ଷତି ହୋଇଥାଏ । ଏମିତି କିଛି ଲୋକେ ଅଛନ୍ତି ଯେଉଁମାନେ ଦିନକୁ ୧୦ ଘଣ୍ଟା ବସିକି ରହୁଛନ୍ତି । ବସିକି ରହିବା ଫଳରେ ବହୁତ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ । ଏପରି କରିବା ଫଳରେ କିଛି ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ । ଯଦି ଏଥିରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଜାଣନ୍ତୁ ଆପଣଙ୍କୁ କ’ଣ କରିବା ଉଚିତ୍ ଯାହା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ଆପଣଙ୍କୁ ଗୋଟିଏ ଦିନରେ ଖାଲିରେ ନ ବସି ଘରର କିଛି କାମ କରିବା ଉଚିତ୍ । ଯଦି ଆପଣଙ୍କର ବଗିଚା ଅଛି ତେବେ ସେଥିରେ ସମୟ ଦେବା ଅଭ୍ୟାସ୍ କରନ୍ତୁ । ଏହାସହ ମୁଖ୍ୟ କଥା ହେଉଛି ସବୁଦିନ ସକାଳୁ ମର୍ଣ୍ଣିଂ ୱାକ୍ ଯିବା ନିହାତି ଆବଶ୍ୟକ । ଏହା କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଅନେକ ରୋଗରୁ ଆରୋଗ୍ୟ ମିଳିବ ।

ବସିକି ରହୁଥିବା ମଣିଷ ମାନେ ଜୀବନରେ ବହୁତ କଷ୍ଟ ପାଇଥାନ୍ତି ଏବଂ ଅନେକ ରୋଗରେ ମଧ୍ୟ ପୀଡିତ ହୋଇଥାନ୍ତି । ଆପଣମାନେ ଜାଣିଛନ୍ତି କି ସେହି ରୋଗଗୁଡିକ କ’ଣ କ’ଣ ହୋଇଥାଏ । ଆସନ୍ତୁ ଜାଣିବା ସେହି ରୋଗଗୁଡିକ ବିଷୟରେ ।

ଦିନକୁ ଯଦି ଗୋଟିଏ ମଣିଷ ୧୦ ଘଣ୍ଟା ବସିକି ରୁହେ ପ୍ରଥମେତଃ ସେହିମାନଙ୍କର ହାର୍ଟର ପ୍ରୋବ୍ଲେମ ବାହାରିଥାଏ । ବ୍ଳଡ ପ୍ରେସର ମଧ୍ୟ ହାଇ ହେବାକୁ ଲାଗେ ଏବଂ ଏହି ଲୋକମାନେ ସବୁବେଳେ ଡିପ୍ରେସନରେ ରହିଥାନ୍ତି । ଏଥିସହ ଓଜନ ମଧ୍ୟ ବଢ଼ିବାକୁ ଲାଗେ, ଓଜନ ବଢ଼ିବା ଫଳରେ ବହୁତ ପ୍ରକାରର ଅସୁବିଧା ସୃଷ୍ଟି ହୋଇଥାଏ । ଆଣ୍ଠୁଗଣ୍ଠୀ ବିନ୍ଧିବା ଆରମ୍ଭ ହୁଏ, ଖାଦ୍ୟ ମଧ୍ୟ ଶୀଘ୍ର ହଜମ ହୋଇନଥାଏ, ଯାହା ଦ୍ବାରା ଆମର ଗ୍ୟାସ୍, ଏସିଡିଟି ଆଦି ଆରମ୍ଭ ହେବାକୁ ଲାଗେ । ଏପରି ସ୍ଥିତିରେ କିଛି ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ।

ଯଦି ଆପଣ ନିଜକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ସବୁଦିନ କିଛି ନା କିଛି ପରିଶ୍ରମ କରନ୍ତୁ, ଯାହା ଦ୍ବାରା ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବା ସହ ଅନେକ ରୋଗରୁ ମଧ୍ୟ ମୁକ୍ତି ପାଇପାରିବେ ।