ବର୍ଷା ଦିନରେ ନିଜ ଚର୍ମ ପ୍ରତି ରୁହନ୍ତୁ ଅଧିକ ସତର୍କ, ନଚେତ୍‌ ଭୋଗିବାକୁ ପଡ଼ିବ ଆଲର୍ଜି ସମସ୍ୟା

ଚର୍ମ ହେଉଛି ମାନବ ଶରୀରର ସମସ୍ତ ଅଙ୍ଗ ମଧ୍ୟରୁ ସବୁଠାରୁ ବଡ଼ ଅଂଶ । ଶରୀର ଭିତରକୁ ଯାହା ବି କିଛି ପ୍ରବେଶ କରେ ତାହା ଏଥିରେ ପ୍ରତିଫଳିତ ହୁଏ ଏବଂ ଆହୁରି ମଧ୍ୟ ଆମ ପରିବେଶରେ ଅତି ସୁକ୍ଷ୍ମାଦି ସୁକ୍ଷ୍ମ ଭାବେ ରହିଥିବା ଅଙ୍ଗପ୍ରତ୍ୟଙ୍ଗ ପାଇଁ ଯାହାସବୁ କ୍ଷତିକାରକ ସେସବୁରୁ ଚର୍ମ ଶରୀରକୁ ସୁରକ୍ଷା ଦେଇଥାଏ । ଆମର ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ଆମେ ଜାଣିବାକୁ ଚାହିଁଲେ ଚର୍ମ ତାହା ଆମକୁ ଜଣାଇ ଦେଇଥାଏ, କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ଚର୍ମରୁ ମିଳୁଥିବା ସୂଚନା ବୁଝିପାରନ୍ତି ନାହିଁ ।

ଅନେକ ସମୟରେ ଚର୍ମରେ ଦେଖାଯାଉଥିବା ଲକ୍ଷଣରୁ ସ୍ବାସ୍ଥ୍ୟ ସମ୍ପର୍କିତ ଅନେକ କିଛି ଜଣାପଡେ ।ଏଥିପାଇଁ ଆମକୁ ଚର୍ମ ଉପରେ ନଜର ରଖିବାକୁ ପଡ଼ିବ, ପ୍ରାଥମିକ ସ୍ତରରେ ଏହା ଜାଣିପାରିଲେ ଶରୀର ଭିତରେ ଥିବା ସ୍ବାସ୍ଥ୍ୟଗତ ସମସ୍ୟା ପ୍ରତି ଆମେ ତୁରନ୍ତ ଧ୍ୟାନ ଦେଇପାରିବା

ଆରମ୍ଭ ହୋଇଛି ବର୍ଷା ଋତୁ । ସାଧାରଣତଃ ବର୍ଷା ଋତୁରେ ଲୋକେ ବିଭିନ୍ନ ପ୍ରକାର ଚର୍ମ ସମସ୍ୟାକୁ ସାମ୍ନା କରିଥାନ୍ତି । ଏହାସହିତ ବର୍ଷା ଋତୁରେ ଆଲର୍ଜି ମଧ୍ୟ ବୃଦ୍ଧି ପାଇଥାଏ । ବର୍ଷାଦିନେ ଆଲର୍ଜି ସହିତ ଛୋଟ ପିଲାମାନେ ଥଣ୍ଡା, କାଶରେ ପୀଡ଼ିତ ହୋଇଥାନ୍ତି । ବର୍ଷା ସଂସ୍ପର୍ଶରେ ତ୍ୱଚାକୁ କ୍ଷତି ପହଞ୍ଚାଇଥାଏ ଏବଂ ଶରୀରରେ ଘା, ଫୁଲା ଏବଂ ଦାଗ ଭଳି ସମସ୍ୟା ସୃଷ୍ଟି କରିଥାଏ । ଏଥିସହିତ ବର୍ଷାଦିନେ ବୁଲୁଥିବା କୀଟପତଙ୍ଗ, ମାଛି ଏବଂ ମଶା କାମୁଡ଼ିବା ଦ୍ୱାରା ଆଲର୍ଜି ମଧ୍ୟ ହୋଇଥାଏ । ଏପରିକି ବାୟୁମଣ୍ଡଳରେ ପ୍ରଦୂଷଣ କାରଣରୁ ଆଲର୍ଜି ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ ।

ଯଦିଓ ବର୍ଷାଦିନେ ହେଉଥିବା ଆଲର୍ଜି ଅନେକ ସମୟରେ ଆପେ ଆପେ ଭଲ ହୋଇଯାଇଥାଏ । କିନ୍ତୁ କିଛି ସମୟରେ ଆଲର୍ଜି ସମସ୍ୟା ଦୂର କରିବା ପାଇଁ ଡାକ୍ତରୀ ଚିକିତ୍ସା ଆବଶ୍ୟକ ହୋଇଥାଏ । ଯଦି ଆପଣ ବର୍ଷା ଦିନେ କୌଣସି ଚର୍ମ ସମସ୍ୟାରେ ପୀଡ଼ିତ ହୁଅନ୍ତି ଏଥିପ୍ରତି ସତର୍କ ରହିବା ଜରୁରୀ । କାରଣ ସଠିକ ସମୟରେ ଉପଚାର ନକଲେ ଏହା ସଙ୍ଗୀନ ସମସ୍ୟା ସୃଷ୍ଟି କରିଥାଏ । ଏବେ ଜାଣି ନିଅନ୍ତୁ ବର୍ଷାଦିନେ ହେଉଥିବା ଚର୍ମ ସମସ୍ୟା ସମ୍ପର୍କରେ :

-ବ୍ରଣ
-ଘା’
-ଶୁଷ୍କତା
-ଡର୍ମଟାଇଟିସ୍
-ଫୁଲା ରୋଗ
-ଏକଜିମା

ଏବେ ଜାଣନ୍ତୁ ଆଲର୍ଜିରୁ ରକ୍ଷା ପାଇବା ପାଇଁ ଉପାୟ:

ବର୍ଷାଋୁତୁରେ କିଛି ଫୁଲ ଗଛ ଆଲର୍ଜିର କାରଣ ବନିଥାନ୍ତି । ଏହିପରି ଉଦ୍ଭିଦକୁ ଆପଣଙ୍କ ଘର, ବାଲକୋନିରୁ ଦୂରକୁ ହଟାନ୍ତୁ । ଯଦି ଆପଣଙ୍କ ଘରେ ଗୃହପାଳିତ ପଶୁ ଅଛନ୍ତି, ତେବେ ବର୍ଷା ଦିନେ ସେମାନଙ୍କଠାରୁ ଦୂରେଇ ରୁହନ୍ତୁ କାରଣ ସେମାନଙ୍କ ପାଇଁ ଆଲର୍ଜି ସମସ୍ୟା ବଢ଼ିପାରେ। ଆପଣଙ୍କ ଘରର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ । ଘରେ ଜମା ହୋଇଥିବା ଧୂଳି ଏବଂ ମଇଳାକୁ କିଛି ସମୟ ବ୍ୟବଧାନରେ ସଫା କରନ୍ତୁ । ଯଦି ଘରେ କାର୍ପେଟ ଅଛି, ସେଗୁଡ଼ିକୁ ବର୍ଷାଦିନ ବ୍ୟବହାର କରନ୍ତୁ ନାହିଁ ।

କାରଣ କାର୍ପେଟରେ ଧୂଳି, ମଇଳା ଜମି ରହିବା ଫଳରେ ଜୀବାଣୁ ବୃଦ୍ଧି ହେବାର ଆଶଙ୍କା ରହିଥାଏ ।ସେହିପରି ବର୍ଷାଦିନେ ସ୍ନାନ କରିବା ପରେ ଚର୍ମରେ ନିଶ୍ଚୟ ମଶ୍ଚରାଇଜର ଲଗାନ୍ତୁ । ଏହା ଚର୍ମର ଶୁଷ୍କତାକୁ ହ୍ରାସ କରିଥାଏ ଏବଂ କୁଞ୍ଚନ ସମସ୍ୟାକୁ ହ୍ରାସ କରିଥାଏ । ବାହାରକୁ ଯିବା ସମୟରେ ମୁହଁକୁ ଏକ ସ୍କାର୍ଫ କିମ୍ବା ସଫା କପଡ଼ାରେ ଘୋଡାନ୍ତୁ ଯାହା ପ୍ରଦୂଷଣ ପ୍ରଭାବରୁ ତ୍ୱଚାକୁ କ୍ଷତି ପହଞ୍ଚାଇବ ନାହିଁ ଏବଂ ଆଲର୍ଜି ସୃଷ୍ଟି କରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.