ବେସନ ବ୍ୟବହାର କରି ଏଭଳି ନିଅନ୍ତୁ ତ୍ବଚାର ଯତ୍ନ

ଶୀତଦିନେ ତ୍ୱଚାର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଏହି ଋତୁରେ ତ୍ୱଚା ଅଧିକ ଶୁଷ୍କ ହେବା ସହ ଏହାର ଚମକ ହ୍ରାସ ପାଇଥାଏ। ଏହା କେବଳ ବ୍ରଣ ଏବଂ ଦାଗର ସମସ୍ୟା ସୃଷ୍ଟି କରେ ନାହିଁ ବରଂ କିଛି ଲୋକଙ୍କ ତ୍ୱଚା ରଙ୍ଗ ମଧ୍ୟ କଳା କରିଥାଏ। ଏଭଳି ଅନେକ ସମସ୍ୟାରୁ ରକ୍ଷା ପାଇବା ପାଇଁ ବେସନ ଖୁବ ପ୍ରଭାବଶାଳୀ । ଚର୍ମର ଯତ୍ନରେ ବେସନ ଅନେକ ସମୟ ଧରି ବ୍ୟବହାର ହୋଇ ଆସୁଛି। କେବଳ ଏହା ନୁହେଁ, ଏହାର ଚମତ୍କାରୀ ଗୁଣ ହେତୁ ଆମେ ଏହାକୁ ବ୍ୟବହାର କରିଥାଉ ।

ଆଜିକାଲି ବ୍ୟସ୍ତବହୁଳତା ଜୀବନ ମଧ୍ୟରେ ନିଜର ତ୍ୱଚାର ଯତ୍ନ ନେବା ସବୁଠୁ ଆବଶ୍ୟକୀୟ । ବେସନ ପ୍ରାୟ ଅତି ସହଜରେ ସମସ୍ତଙ୍କ ରୋଷେଇ ଘରୁ ମିଳିପାରିଥାଏ । କଣ ଆପଣ ନିଜ ତ୍ୱଚା ସହ ଜଡିତ ସମସ୍ତ ସମସ୍ୟା ପାଇଁ ଚିନ୍ତିତ ଅଟନ୍ତି କି ? ତେବେ ବେସନର ଲେପ ଆପଣଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇପାରେ । ଆସନ୍ତୁ ଜାଣିବା ବେସନ ଲଗାଇବାଦ୍ୱାରା କେମିତି ତ୍ୱଚା ସମସ୍ୟା ରୁ ମୁକ୍ତି ମିଳେ ଏବଂ ଏହାର ପ୍ରୟୋଗ କେମିତି କରାଯିବା ଉଚିତ୍ ।

ଯେତେବେଳେ ତ୍ୱଚାରେ ମୃତ କୋଷିକା ଗୁଡିକ ଜମାଟ ବାନ୍ଧିବାକୁ ଲାଗିଥାଏ ସେତେବେଳେ ତ୍ୱଚାର ଚମକ ମଳିନ ପଡିଯାଇଥାଏ । ବେସନର ପ୍ରୟୋଗ ଆପଣଙ୍କ ତ୍ୱଚାର ହଜିଯାଇଥିବା ଚମକକୁ ଫେରାଇ ଆଣିପାରେ । ଏଥିପାଇଁ ପାଣି କିମ୍ବା ଗୋଲାପ ଜଳରେ ବେସନ କୁ ମିଶାଇ ସେଥିରେ ଦରକାର ଅନୁଯାୟୀ ହଳଦୀ ଓ ମୂଲତାନୀ ମାଟି ମିଶାଇ ଦିଅନ୍ତୁ ।ଏହାକୁ ମୁହଁ ଓ ବେକରେ ଲଗାଇ ହାତରେ ଏହାକୁ ମାଲିସ୍ କରନ୍ତୁ । ୧୦ରୁ ୧୫ ମିନିଟ୍ ମୁହଁରେ ଲଗାଇବା ପରେ ସଫା ପାଣିରେ ମୁହଁକୁ ଧୋଇ ନିଅନ୍ତୁ ।

ବ୍ରଣ ଏମିତି ଏକ ତ୍ୱଚା ସହ ଜଡିତ ସମସ୍ୟା ଅଟେ ଯାହା ପାଇଁ ବହୁତ ଲୋକ ଚିନ୍ତାରେ ରହିଥାନ୍ତି । ତ୍ୱଚାରେ ବ୍ରଣର ସମସ୍ୟା ଦେଖାଯିବା ମାତ୍ରେ ବିଭିନ୍ନ ପ୍ରକାର ଔଷଧ ଲଗାଇବା ଆରମ୍ଭ କରିନିଅନ୍ତି ।ଏମିତି କରିବା ଅପେକ୍ଷା ଆପଣ ଏଥିରେ ବେସନକୁ ପ୍ରାକୃତିକ ଉପାୟରେ ପ୍ରୟୋଗ କରିପାରିବେ । ବେସନରେ ଥିବା ଆଣ୍ଟିବ୍ୟାକ୍ଟେରିଆ ଗୁଣ ତ୍ୱଚାରେ ଥିବା ବ୍ୟାକ୍ଟେରିଆକୁ ଶେଷ କରି ବ୍ରଣ ସମସ୍ୟା କୁ ଦୂର କରେ ।

ଯେଉଁ ଲୋକଙ୍କର ତ୍ୱଚାରେ ଛୋଟଛୋଟ ମୃତ କୋଷିକାର ସମସ୍ୟା ଥାଏ, ସେହି ତ୍ୱଚାରେ ବ୍ରଣ ର ସମସ୍ୟା ବହୁତ ଥାଏ । ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବେସନ ଓ ଦହି ର ପ୍ରୟୋଗ କରାଯାଇପାରିବ । ଏହି ଦୁଇଟି ଜିନିଷ ତ୍ୱଚାକୁ ସଫା କରିବା ସହ ନରମ କରାଇଥାଏ । ଯାହା ଦ୍ୱାରା ମୁଁହରେ ତେଲିଆ ପଣ ମଧ୍ୟ କମ୍ ହୋଇଥାଏ । ତେବେ ଋତୁ ବଦଳିବା ଦ୍ୱାରା ତ୍ୱଚାର ରୁକ୍ଷପଣ ମଧ୍ୟ ବଢିଥାଏ । ତ୍ୱଚାର ଡ୍ରାଏନେସ୍ କୁ କମ୍ କରିବା ପାଇଁ ବେସନର ପ୍ରୟୋଗ କରାଯାଇପାରିବ । ବେସନ ପ୍ରାକୃତିକ ଉପାୟରେ ତ୍ୱଚା କୁ ନରମ ପ୍ରଦାନ କରିଥାଏ ଓ ତ୍ୱଚାକୁ କୋମଳ ଓ ସ୍ୱାସ୍ଥ୍ୟକର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.