ଶରୀରରେ ଅନେକ ରୋଗର ପ୍ରାଥମିକ ସୂଚନା ଚର୍ମ ସମସ୍ୟାରୁ ହିଁ ମିଳିଥାଏ, ଜାଣନ୍ତୁ କିପରି

ଚର୍ମ ହେଉଛି ମାନବ ଶରୀରର ସମସ୍ତ ଅଙ୍ଗ ମଧ୍ୟରୁ ସବୁଠାରୁ ବଡ଼ ଅଂଶ । ଶରୀର ଭିତରକୁ ଯାହା ବି କିଛି ପ୍ରବେଶ କରେ ତାହା ଏଥିରେ ପ୍ରତିଫଳିତ ହୁଏ ଏବଂ ଆହୁରି ମଧ୍ୟ ଆମ ପରିବେଶରେ ଅତି ସୁକ୍ଷ୍ମାଦି ସୁକ୍ଷ୍ମ ଭାବେ ରହିଥିବା ଅଙ୍ଗପ୍ରତ୍ୟଙ୍ଗ ପାଇଁ ଯାହାସବୁ କ୍ଷତିକାରକ ସେସବୁରୁ ଚର୍ମ ଶରୀରକୁ ସୁରକ୍ଷା ଦେଇଥାଏ । ଆମର ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ଆମେ ଜାଣିବାକୁ ଚାହିଁଲେ ଚର୍ମ ତାହା ଆମକୁ ଜଣାଇ ଦେଇଥାଏ, କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ଚର୍ମରୁ ମିଳୁଥିବା ସୂଚନା ବୁଝିପାରନ୍ତି ନାହିଁ । ଅନେକ ସମୟରେ ଚର୍ମରେ ଦେଖାଯାଉଥିବା ଲକ୍ଷଣରୁ ସ୍ବାସ୍ଥ୍ୟ ସମ୍ପର୍କିତ ଅନେକ କିଛି ଜଣାପଡେ । ଆମକୁ ଆମ ଚର୍ମ ଉପରେ ନଜର ରଖିବାକୁ ପଡ଼ିବ, ପ୍ରାଥମିକ ସ୍ତରରେ ଏହା ଜାଣିପାରିଲେ ଶରୀର ଭିତରେ ଥିବା ସ୍ବାସ୍ଥ୍ୟଗତ ସମସ୍ୟା ପ୍ରତି ଆମେ ତୁରନ୍ତ ଧ୍ୟାନ ଦେଇପାରିବା

ଚର୍ମରୁ ମିଳୁଥିବା କିଛି ସୂଚନା ସମ୍ପର୍କରେ ବିଷୟରେ ଜାଣିବା

ଚର୍ମରେ ଫୋଟକା ହେବା:

କେତେକ କ୍ଷେତ୍ରରେ ବ୍ରଣ, ଦାଗ, କୁଣ୍ଡେଇ ହେବା ଏବଂ ଫୁଲିବା, ପିଗମେଣ୍ଟଡ ସ୍ପଟ୍ ଏବଂ ପ୍ୟାଚେସ୍ ଆଲର୍ଜି, ଯକୃତ ଜନିତ ରୋଗ, ହରମୋନ୍ ଅସନ୍ତୁଳନ, ଔଷଧ ପ୍ରତିକ୍ରିୟା କିମ୍ବା ନିର୍ଦ୍ଦିଷ୍ଟ ସ୍ବୟଂଚାଳିତ ରୋଗ ପ୍ରତିରୋଧକ ପ୍ରଣାଳୀରେ ବ୍ୟତିକ୍ରମର ଲକ୍ଷଣ ହୋଇଥାଏ । ଉଦାହରଣ ସ୍ବରୂପ, ମୁହଁରେ ଏକ ପ୍ରଜାପତି ଭଳି ଦେଖାଗଲେ ଏହାକୁ ଲୁପୁସ ପ୍ରଥମ ଲକ୍ଷଣ କୁହାଯାଏ । ଏହା ମଧ୍ୟ ରୋସେସିଆ କିମ୍ବା କଣ୍ଟାକ୍ଟ ଡର୍ମାଟିଟିସ ହୋଇପାରେ, ତୁରନ୍ତ ଏହା ଡାକ୍ତରଙ୍କ ଦ୍ବାରା ପରୀକ୍ଷା କରାଇନେବା ଉଚିତ୍ । ହାତ କହୁଣୀରେ କୁଣ୍ଡେଇ ହେଲେ ଏହାକୁ ଲିଚେନ୍ ପ୍ଲାନସ କୁହାଯାଏ । ଏହା ସାଧାରଣତଃ ହାତ କିମ୍ବା ଗୋଡ ଜଏଣ୍ଟରେ ଦେଖିବାକୁ ମିଳେ, ପାଟି କିମ୍ବା ପଛପଟେ, ବେକ, ଗୋଡ଼ ଏବଂ ଯୌନାଙ୍ଗରେ ମଧ୍ୟ ବାହାରିଥାଏ। ଆପଣ ଯଦି ଏହା ଆପଣଙ୍କ ଶରୀରରେ ଦେଖିବାକୁ ପାଆନ୍ତି ତେବେ ଆପଣ ଯକୃତ ପରୀକ୍ଷା କରିନେବା ଉଚିତ୍ କାରଣ ଏହା ଅନେକ ସମୟରେ ହେପାଟିଟିସ ସି ସହ ଜଡିତ ଥାଏ ।

ରଙ୍ଗରେ ପରିବର୍ତ୍ତନ:

ହଠାତ୍ ଆପଣ ଦେଖିବେ ଆପଣଙ୍କ ଗୋଡରେ ଛୋଟ ଛୋଟ ଚିହ୍ନ ସହ ଚର୍ମର ମୂଳ ରଙ୍ଗରେ ପରିବର୍ତ୍ତନ ଘଟିଥାଏ । ଏହା ଆପଣଙ୍କ ଗୋଡରେ ଫଳିଯିବା ଭଳି ନା ଆପଣଙ୍କୁ ଏହା ଅଡୁଆ ଲାଗୁଛି? ଯଦି ବାରମ୍ବାର ଆପାଣଙ୍କର ଘା’ ହେଉଛି ତାହା ଲ୍ୟୁକେମିଆର ଲକ୍ଷଣ ହୋଇପାରେ । ଏହା ସମସ୍ତେ ଜାଣନ୍ତି ଯେ, ରକ୍ତ ପ୍ଲାଟଲେଟ କମିଗଲେ ଶରୀରରେ ବାରମ୍ବାର ଘା’ ହୋଇଥାଏ । ଅବଶ୍ୟ ଏହା ଚିନ୍ତାର କାରଣ ନୁହେଁ କିନ୍ତୁ ଯଦି ଏହି ସମସ୍ୟା ଲାଗି ରହେ ତେବେ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ହେବ ଏବଂ ରକ୍ତ କଣିକା ଗଣନା ପାଇଁ ପରୀକ୍ଷା କରିବାକୁ ପଡ଼ିବ।

skin

ଚର୍ମରେ ପୋଡ଼ାଜଳା:

ଯକୃତଜନିତ ରୋଗ ସିରୋସିସ୍ ଚର୍ମରେ ପୋଡାଜଳା ହେବାର ଅନ୍ୟ ଏକ କାରଣ, କିନ୍ତୁ ଗର୍ଭଧାରଣ ସହ ଏହାର କୌଣସି ସମ୍ପର୍କ ନାହିଁ । ଅନେକ ସମୟରେ ପ୍ରାଥମିକ ଅବସ୍ଥାରେ ଏହା କୌଣସି ଲକ୍ଷଣ ଦେଖାଯାଏ ନାହିଁ। ଅବଶ୍ୟ ପରେ ଲୋକେ ସାରା ଦେହରେ ନିୟମିତ ଭାବେ କୁଣ୍ଡେଇ ହେବା ଅନୁଭବ କରିଥାନ୍ତି, ବେଳେ ବେଳେ ଚର୍ମ ହଳଦିଆ ପଡିଯାଏ ଯାହାକି ଜଣ୍ଡିସ ସହ ଜଡିତ । ଆପଣ ଏହା ଜାଣିଗଲେ ସୁଷମ ଖାଦ୍ୟ ଖାଇ ଏବଂ ବ୍ୟାୟାମ କରି ଶରୀରକୁ ଅଧିକ ନଷ୍ଟ ହେବାରୁ ରକ୍ଷା କରିପାରିବେ ।

ଚର୍ମର ସମସ୍ତ ଅବସ୍ଥା ଚିନ୍ତାର କାରଣ ନୁହେଁ। ଚର୍ମରେ ଯେଉଁସବୁ ସମସ୍ୟା ଦେଖାଦିଏ ତାହା ମଧ୍ୟରୁ ସଂଖ୍ୟାଧିକ କୌଣସି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇନଥାଏ ଏବଂ ନିୟମିତ ଚର୍ମର ଚିକିତ୍ସା ସହିତ ଯତ୍ନ ନେଲେ ଏହା ଦୂର ହୋଇଯାଏ । ସୁଷମ ଖାଦ୍ୟ ଏବଂ ବ୍ୟାୟାମ ମଧ୍ୟ ଜରୁରୀ । ନିୟମିତ ସଫା ରଖି ଆପଣ ଆପଣଙ୍କର ଚର୍ମର ଯତ୍ନ ନେଇପାରିବେ । ଯଦି ଦୀର୍ଘଦିନ ପାଇଁ ଚର୍ମରେ ସମସ୍ୟା ଦେଖାଦିଏ ତେବେ ଆପଣଙ୍କୁ ଏହାର ପରୀକ୍ଷା କରିନେବା ଉଚିତ୍ । ରୋଗର ଚିକିତ୍ସାଠାରୁ ଏହାକୁ ଦୂର ରଖିବା ହେଉଛି ଭଲ ଏବଂ ଆଗୁଆ ରୋଗ ନିରୂପଣ କରି ସୁସ୍ଥ ରହିବା ଉଚିତ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.