କାହିଁକି ଶୀତ ଋତୁରେ ହୋଇଥାଏ ସୋରିୟାସିସ୍‌, ଜାଣନ୍ତୁ ଏହି ରୋଗରୁ କିପରି ପାଇବେ ମୁକ୍ତି

ବର୍ତ୍ତମାନ ଚାଲିଛି ଶୀତ ଋତୁ । ଏହି ଋତୁକୁ ପ୍ରାୟ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି । କାହିଁକି ନା ଶୀତ ଋତୁରେ ପ୍ରତ୍ୟେକ ସ୍ଥାନ ପରିସ୍କାର ଦେଖାଯାଏ ଏବଂ ସୁନ୍ଦର ମଧ୍ୟ ଲାଗେ । ଏହାସହ ଶୀତ ଋତୁ ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । କାରଣ ଶୀତ ଋତୁରେ ଅନେକ ପ୍ରକାରର ରୋଗ ଦେଖାଦେଇଥାଏ । ଯେମିତିକି ଜ୍ୱର, ଥଣ୍ଡା, କାଶ, ସୋରିୟାସିସ୍‌ ଇତ୍ୟାଦି । ଏହି ରୋଗ ଶୀଘ୍ର ଛାଡି ନଥାଏ, ଶରୀରକୁ ବହୁତ ଦୁର୍ବଳ ମଧ୍ୟ କରିଦିଏ । ଏପରି ପରିସ୍ଥିତିରେ ଅନେକ ଉପଚାର
କରିଥାନ୍ତି । କେହି କେହି ଡାକ୍ତରଙ୍କ ପରାମର୍ଶ ନେଇ ମେଡିସିନ୍‌ ଖାଇ ଭଲ ହୋଇଥାନ୍ତି ତ ଆଉ କେହି ଘରୋଇ ଉପଚାର ଦ୍ୱାରା ଭଲ ହୋଇଥାନ୍ତି ।

ଶୀତ ଋତୁରେ ଅନେକ ପ୍ରକାର ରୋଗ ଦେଖାଦେଇଥାଏ ସତ ହେଲେ ଏମିତି ଏକ ରୋଗ ଅଛି ଯାହା ଶରୀରକୁ ଅଧିକ ଖରାପ କରିଦେଇଥାଏ । ଆପଣମାନେ ଜାଣିଛନ୍ତି କି ସୋରିୟାସିସ୍‌ ହେଉଛି ଏକ ପ୍ରକାର ରୋଗ, ଯାହା ଶୀଘ୍ର ଭଲ ହୋଇ ନଥାଏ ଏବଂ ଶରୀରରେ ପ୍ରତ୍ୟେକ ଜାଗାରେ ବାହାରି ସୁନ୍ଦରତାକୁ ନଷ୍ଟ କରିଦେଇଥାଏ । ଏହାସହ ଆପଣଙ୍କୁ ମନେ ରଖିବା ଉଚିତ୍‌ ଯେ ଏହି ରୋଗ ଯଦି ଘରେ ଜଣକୁ ହୁଏ ତେବେ ଏହା ଅନ୍ୟମାନଙ୍କ ପାଖକୁ ବି ଡେଇଁ ପାରେ । କାରଣ ଏହା ହେଉଛି ଏକ ଚର୍ମ ରୋଗ । ଯାହା ଅନ୍ୟମାନଙ୍କ ପାଖକୁ ଡେଇଁଥାଏ । ତେଣୁ ଆସନ୍ତୁ ଜାଣିବା ଏଥିପ୍ରତି କିପରି ସଚେତନ ହେବା ।

ଏହା ମୁଖ୍ୟତଃ ଶୀତ ଋତୁରେ ଅଧିକ ହୋଇଥାଏ । କାରଣ ଶୀତଋତୁରେ ତାପମାତ୍ରା କମିଯାଏ ଏବଂ ଲୋକମାନେ ସଠିକ ପରିମାଣରେ ସୂର୍ଯ୍ୟକରିଣ ପାଇପାରିନଥାନ୍ତି, ଯେଉଁ କାରଣରୁ ଚର୍ମ ଶୁଷ୍କ ହୋଇଯାଏ ସେଥିପାଇଁ ସୋରିୟାସିସ୍‌ ରୋଗ ବୃଦ୍ଧି ହେବାର ଲାଗିଥାଏ । ଏହି ଋତୁରେ ଶୁଖିଲା ପବନ ହେତୁ ଶରୀରରେ ଲାଲ୍‌ ଦାଗ ମଧ୍ୟ ହୋଇଥାଏ ।

ଏହି ସମସ୍ୟା ଅଧିକ ସେହି ଲୋକମାନଙ୍କ କ୍ଷେତ୍ରରେ ଦେଖାଦିଏ, ଯେଉଁମାନେ ଅଧିକ ଷ୍ଟ୍ରେସ୍‌ ନେଇଥାନ୍ତି । ଏହାସହ ଖାଇବା ପିଇବା ଠିକ୍‌ କରି ନଥାନ୍ତି ଏବଂ ପୃଷ୍ଟିକର ଖାଦ୍ୟ ମଧ୍ୟ ଖାଇ ନଥାନ୍ତି । ଏଥିସହିତ ନିୟମିତ ବ୍ୟାୟମ କରୁନ୍ତି ନାହିଁ । ଏହି ମାନଙ୍କ କ୍ଷେତ୍ରରେ ଅଧିକ ଦେଖାଦେଇଥାଏ । ଆପଣ ଜାଣି ରଖନ୍ତୁ ଯେ, ସୋରିୟାସିସ୍‌ ଶରୀରରେ ବହୁତ ସ୍ଥାନରେ ହୋଇଥାଏ ସେହି ସ୍ଥାନଗୁଡିକ ହେଲା- ତ୍ୱଚ୍ଚା, କାନ ସାଇଡ, କପାଳ,କାନ୍ଧ ଏବଂ ପିଠିରେ ବାହାରିଥାଏ । ଏହି ରୋଗ ବହୁତ କଷ୍ଟ ମଧ୍ୟ ଦେଇଥାଏ ।

ତେଣୁ ଆପଣ ଏହି ରୋଗରୁ ମୁକ୍ତି ପାଇବାକୁ ହେଲେ, ନିଜକୁ ସଫାସୁତୁରା ରଖନ୍ତୁ, ଖାଦ୍ୟପେୟରେ ଯତ୍ନ ନିଅନ୍ତୁ ଏବଂ ଏହାକୁ କମ୍‌ କରିବା ପାଇଁ ନଡିଆ ତେଲ ମଧ୍ୟ ବ୍ୟବହାର କରିପାରିବେ । କାହିଁକି ନା ନଡିଆ ତେଲରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଭରପୂର ରହିଥାଏ । ଏହାସହ ପ୍ରତିଦିନ ଆପଣ ବ୍ୟାୟାମ ମଧ୍ୟ କରନ୍ତୁ, ଯାହା ଦ୍ୱାରା ଅନେକ ରୋଗରୁ ରକ୍ଷା ପାଇପାରିବେ ।

You might also like