ରାତିରେ ବାରମ୍ବାର ନିଦ ଭାଙ୍ଗୁଛି କି? ତ ଶୋଇବା ପୂର୍ବରୁ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ

ରାତିରେ ଶୋଇବା ବେଳେ ଅନେକ ସମୟରେ ଶୀଘ୍ର ନିଦ ଆସି ନ ଥାଏ କିମ୍ବା ମଝିରେ ମଝିରେ ନିଦ ଭାଙ୍ଗି ଯାଇଥାଏ, ଯଦ୍ଦ୍ଵାରା ପରଦିନ ସକାଳେ ଆମେ ତାଜା ଅନୁଭବ କରି ପାରି ନ ଥାଉ। ଏହି ସମସ୍ୟା ଅଧିକାଂଶ ଲୋକଙ୍କଠାରେ ଦେଖିବାକୁ ମିଳିଥାଏ। ଠିକ୍ ନିଦ ନ ନେବା କାରଣରୁ ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ, କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି କି, ରାତିରେ ଆପଣଙ୍କ ନିଦ କାହିଁକି ବାରମ୍ବାର ଭାଙ୍ଗିଥାଏ? ବାସ୍ତବରେ, ଏହା ପଛର କାରଣ ହେଉଛି ଆପଣଙ୍କ ଖାଦ୍ୟପେୟ। ଯେମିତି ଆପଣ ଶୋଇବା ପୂର୍ବରୁ ଖାଦ୍ୟପେୟ ଗ୍ରହଣ କରିବେ, ସେମିତି ହିଁ ଆପଣଙ୍କୁ ରାତି ସାରା ନିଦ ଆସିବ। ରାତିରେ ଶୋଇବା ପୂର୍ବରୁ ଅନେକ ଲୋକ ଚକୋଲେଟ୍, କଫି କିମ୍ବା କାର୍ବୋହାଇଡ୍ରେଟ୍ ଜିନିଷ ଖାଇ ଥାଆନ୍ତି, ଯଦ୍ଦ୍ଵାରା ନିଦ ପ୍ରଭାବିତ ହୋଇଥାଏ। ଆସନ୍ତୁ ଜାଣିବା ଏମିତି କିଛି ଗୁରୁତ୍ୱପୂର୍ଣ୍ଣ କଥା, ଯାହାକି, ଆପଣଙ୍କ ନିଦରେ ବାଧା ସୃଷ୍ଟି କରିବ ନାହିଁ।
ଶୋଇବା ପୂର୍ବରୁ କଫିନ୍ ପିଅନ୍ତୁ ନାହିଁ: ସର୍ବପ୍ରଥମେ ଶୋଇବା ପୂର୍ବରୁ ଆପଣ ମନରୁ ସବୁ ପ୍ରକାର ମାନସିକ ଚାପକୁ ବାହାର କରି ଦିଅନ୍ତୁ। ଶୋଇବାର ୨-୩ ଘଣ୍ଟା ପୂର୍ବରୁ କଫିନ୍ ସେବନ କରନ୍ତୁ ନାହିଁ। କାହିଁକି ନା, କଫିନରେ ଏମିତି ତତ୍ତ୍ୱ ରହିଥାଏ, ଯାହା ଆମକୁ ଜାଗ୍ରତ କରି ରଖିଥାଏ। ଏହାଦ୍ୱାରା ଆମର ମସ୍ତିଷ୍କ ଶୋଇବା ପରିବର୍ତ୍ତେ ସକ୍ରିୟ ହୋଇଯାଏ।
ରାତିରେ କାର୍ବୋହାଇଡ୍ରେଟ୍ ଜିନିଷକୁ ନା କୁହନ୍ତୁ: କାର୍ବୋହାଇଡ୍ରେଟ୍ ଜିନିଷ ମଧ୍ୟ ଆମ ନିଦକୁ ବିଚଳିତ କରିଥାଏ। ଏମିତିରେ ସୀମିତ ପରିମାଣରେ କାର୍ବୋହାଇଡ୍ରେଟ୍ ଆମ ନିଦରେ କୌଣସି ସମସ୍ୟା ସୃଷ୍ଟି କରି ନ ଥାଏ। କିନ୍ତୁ ଏଗୁଡ଼ିକର ଅତ୍ୟଧିକ ମାତ୍ରା ଆମ ମେଟାବୋଲିଜିମକୁ ପ୍ରଭାବିତ କରିଥାଏ, ଯଦ୍ଦ୍ଵାରା ଆମ ନିଦ ପ୍ରଭାବିତ ହୋଇଥାଏ। ଏହି ସମୟରେ ଆମକୁ ବିଚଳିତ, ଅସ୍ଥିର ଅନୁଭବ ହୋଇପାରେ। ଏଥିପାଇଁ ପ୍ରୟାସ କରନ୍ତୁ କି, ଯେପରି ଶୋଇବାର ଠିକ୍ ପୂର୍ବରୁ ଆପଣ ଅଧିକ କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ଯଥା ଭାତ, ପାସ୍ତା, ଚିପ୍ସ, କଦଳୀ, ସେଓ, ଆଳୁ ଆଦି ସେବନ କରିବେ ନାହିଁ। ଅତ୍ୟନ୍ତ କମ୍ ମାତ୍ରାରେ ଏହାକୁ ସେବନ କରିବେ।
ରାତିରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ: ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରୋଟିନର ଭଲ ମାତ୍ରା ଥିବା ଖାଦ୍ୟ ଯଥା ମାଛ, ମାଂସ, ଡାଲି, ଅଣ୍ଡା ଆଦିକୁ ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଗ୍ରହଣ କରିବେ, ତା’ ହେଲେ ଏହା ବି ଆପଣଙ୍କ ନିଦ ଉପରେ ପ୍ରଭାବ ପକାଇବ। ଏହା ଆପଣଙ୍କ ହଜମ ପ୍ରକ୍ରିୟା ଉପରେ ଚାପ ପକାଇଥାଏ ଏବଂ ହଜମ ପ୍ରକ୍ରିୟାକୁ ମନ୍ଥର କରି ଦେଇଥାଏ। ତେଣୁ ଏଗୁଡ଼ିକ ମଧ୍ୟ ରାତିରେ ସେବନ କରିବା ଉଚିତ୍ ନୁହେଁ।
ରାତିରେ ଚକୋଲେଟକୁ କୁହନ୍ତୁ ନା: ସାଧାରଣତଃ ଆମେ ସମସ୍ତେ ଜାଣୁ ଯେ ରାତିରେ ଚକୋଲେଟ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ। ଏହାଦ୍ୱାରା ନା କେବଳ ଆପଣଙ୍କ ଦାନ୍ତ ଖରାପର ସମ୍ଭାବନା ଥାଏ, ବରଂ ଏଥିରେ ଆପଣଙ୍କ ନିଦ ମଧ୍ୟ ପ୍ରଭାବିତ ହୋଇପାରେ। କିଛି ଲୋକ ଖାଦ୍ୟ ଖାଇବା ପରେ ମିଠା ରୂପରେ ଚକୋଲେଟ୍ ସେବନ କରି ଥାଆନ୍ତି। କିନ୍ତୁ ଜାଣି ରଖନ୍ତୁ, ଚା’ ଏବଂ କଫି ଭଳି ଚକୋଲେଟରେ ଭଲ ପରିମାଣରେ କଫିନ୍ ମଧ୍ୟ ମିଳିଥାଏ। ଏହା ଆପଣଙ୍କ ମସ୍ତିଷ୍କକୁ ସକ୍ରିୟ ରଖିଥାଏ, ଯଦ୍ଦ୍ଵାରା ଆପଣଙ୍କୁ ନିଦ ଆସି ନ ଥାଏ କିମ୍ବା ଶୋଇବା ସମୟରେ ଅନେକ ଥର ନିଦ ଭାଙ୍ଗିଥାଏ। ଏଥିପାଇଁ ଏହି ଅଭ୍ୟାସକୁ ଆପଣଙ୍କୁ ଛାଡ଼ିବାକୁ ପଡ଼ିବ। ଏହି ଟିପ୍ସଗୁଡିକ ଅନୁସରଣ କରି ଆପଣ ଭରପୂର ନିଦ ନେଇ ପାରିବେ।