ଉତ୍ତର ଦିଗରେ ଶୋଇଲେ ଆସେ ଦୁଃସ୍ୱପ୍ନ, ଶରୀର ଉପରେ ପଡେ ଖରାପ ପ୍ରଭାବ

ଶରୀରକୁ ସୁସ୍ଥ ରଖିବା ପାଇଁ ଯେତିକି ଶାରୀରିକ ରୂପେ ସକ୍ରିୟ ରହିବା ଜରୁରୀ, ସେତିକି ଶୋଇବା ମଧ୍ୟ ଆବଶ୍ୟକ। ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଦ୍ୱାରା ମଣିଷ ଫୂର୍ତ୍ତି ଅନୁଭବ କରିଥାଏ। କିନ୍ତୁ ଆପଣ ଯଦି ସଠିକ୍‌ ମାତ୍ରାରେ ଶୁଅନ୍ତି ନାହିଁ ତେବେ କାମରେ ମଧ୍ୟ ମନ ଲାଗେ ନାହିଁ। ଅନେକ ଥର ଖରାପ ସ୍ୱପ୍ନ ଦେଖି ଆମେ ହଠାତ୍‌ ନିଦରୁ ଉଠିପଡୁ ଏବଂ ବିଚଳିତ ଅନୁଭବ କରନ୍ତୁ।

ବାସ୍ତୁଶାସ୍ତ୍ରରେ ଦିଗର ବିଶେଷ ମହତ୍ତ୍ବ ରହିଥାଏ। ଶୋଇବାବେଳେ ମୁଣ୍ଡ ଏବଂ ଗୋଡ଼ ଉଚିତ ଦିଗରେ ରହିବା ଆବଶ୍ୟକ। ଯେଉଁଭଳି ଭାବେ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପୁଷ୍ଟିକର ଆହାର ନିଆଯାଇଥାଏ ସେହିଭଳି ନିୟମିତ ଦିନଚର୍ଯ୍ୟା ପାଇଁ ଠିକ ଭାବେ ଶୋଇବା ମଧ୍ୟ ଜରୁରୀ ହୋଇଥାଏ ଅନେକ ଲୋକ ଯେକୌଣସି ଦିଗରେ ଗୋଡ଼ ଏବଂ ମୁଣ୍ଡ କରି ଶୋଇ ଯାଆନ୍ତି ଏପରି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଏବଂ ଅନ୍ୟାନ୍ୟ ସମସ୍ୟା ହୋଇପାରେ।

ବାସ୍ତୁ ଅନୁସାରେ ଭୁଲ୍‌ ଦିଗରେ ଶୋବା ଦ୍ୱାରା ବ୍ୟକ୍ତିର ନିଜ ଉପରେ ଖରାପ ପ୍ରଭାବ ପଡିଥାଏ। କେବଳ ସେତିକି ନୁହେଁ, ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଟେ। ଜୀବନରେ ନକାରାତ୍ମକତା ଭରିଯାଏ। ତେବେ ବାସ୍ତୁ ଅନୁସାରେ କେଉଁ ଦିଗରେ ଶୋଇବା ଉଚିତ, ତାହା ନିଶ୍ଚିତ ଜାଣନ୍ତୁ ..

– ବାସ୍ତୁ ଅନୁସାରେ ଉତ୍ତର ଦିଗରେ ମୁଣ୍ଡ ଏବଂ ଦକ୍ଷିଣ ଦିଗକୁ ଗୋଡ କରି ଶୋଇବା ଦ୍ୱାରା ଖରାପ ସ୍ୱପ୍ନ ଆସିଥାଏ। ଯାହାଦ୍ୱାରା ମଣିଷର ମନ ବିଚଳିତ ରହିଥାଏ। ଏହା ଯମଲୋକର ଦିଗ ବୋଲି କୁହାଯାଏ। ସେହିପରି ଏହି ଦିଗରେ ଶୋଉଥିବା ବ୍ୟକ୍ତି ଉଚ୍ଚ ରକ୍ତଚାପ ସମସ୍ୟାର ସମ୍ମୁଖୀନ ହୋଇଥାଏ।

vastu

– କେବେ ବି ପଶ୍ଚିମ ଦିଗକୁ ମୁଣ୍ଡ ଏବଂ ପୂର୍ବ ଦିଗକୁ ଗୋଡ କରିବା ଶୋଇବା ଉଚିତ ନୁହେଁ। ପୂର୍ବ ଦିଗରେ ଦେବୀ ଦେବତାଙ୍କ ଦିଗ ବୋଲି କୁହାଯାଏ। ବାସ୍ତୁ ଅନୁସାରେ ଏହି ଦିଗରେ ଶୋଇଲେ ଜୀବନର ସମସ୍ୟା ଲାଗି ରହିଥାଏ।

– ବାସ୍ତୁ ଅନୁସାରେ ଘରର କବାଟ ସାମ୍ନାରେ ଶୋଇବା ମଧ୍ୟ ଭଲ ନୁହେଁ। କୁହାଯାଏ ମୃତ୍ୟୁ ପରେ ବ୍ୟକ୍ତିର ଶବକୁ କବାଟ ପାଖରେ ରଖାଯାଏ। ତେଣୁ ଏହାରେ ଶୋଇବା ଉଚିତ ନୁହେଁ।

– ଶୋଇବାର ସବୁଠାରୁ ଭଲ ଦିଗ ହେଉଛି ପୂର୍ବ ଏବଂ ଦକ୍ଷିଣ। ବାସ୍ତୁ ହିସାବରେ ପୂର୍ବ କିମ୍ବା ଦକ୍ଷିଣ ଦିଗରେ ଶୋଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ମାନସିକ ଶାନ୍ତି ମିଳିଥାଏ।

– ବାସ୍ତୁ ଅନୁସାରେ ଅବିବାହିତା କନ୍ୟାଙ୍କୁ ଉତ୍ତର-ପଶ୍ଚିମ ଦିଗରେ ଶୋଇବା ଉଚିତ୍। ଏହା ଦ୍ବାରା ବିବାହ ଯୋଗ ମଜବୁତ ହୋଇଥାଏ।

– ଘର ଭିତରେ ଶୋଇବା ସ୍ଥାନରେ ପ୍ଲାଷ୍ଟିକ୍ ଫୁଲ ଏବଂ ଗଛ ରଖନ୍ତୁ ନାହିଁ ଏହା ଦ୍ବାରା ଦାରିଦ୍ର୍ୟ ଆସିଥାଏ।

– ଅବିବାହିତ ଯୁବତୀ ଶୋଇବା ପାଇଁ ଉତ୍ତର-ପଶ୍ଚିମ ଦିଗ ବାଛିବା ଉଚିତ୍। ସେମାନଙ୍କୁ ଭୁଲରେ ମଧ୍ୟ ଦକ୍ଷିଣ-ପଶ୍ଚିମ ଦିଗରେ ଶୋଇବା ଅନୁଚିତ୍। ବିବାହ ଯୋଗ୍ୟ ଯୁବକ-ଯୁବତୀଙ୍କ ପାଇଁ ଉତ୍ତର ଦିଗ ଆଡ଼କୁ ଗୋଡ଼ କରି ଶୋଇବା ଠିକ୍ ହୋଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.