ଲାଇଫ୍ ଷ୍ଟାଇଲ୍

ରାତିରେ କମ୍‌ ସମୟ ଶୋଉଥିଲେ ବଡ଼ ବିପଦ, ୫ ଘଣ୍ଟାରୁ କମ୍‌ ନିଦ୍ରା ଗଲେ ୩ ଗୁଣ ଅଧିକ ଷ୍ଟ୍ରୋକ୍‌ ଆଶଙ୍କା

ଆପଣ ରାତିରେ ୭ ଘଣ୍ଟାରୁ କମ ସମୟ ଶୋଉଛନ୍ତି କି ? ତେବେ ସାବଧାନ । ଆପଣଙ୍କୁ ହାର୍ଟ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ । ଏନେଇ ଆମେରିକାର ପ୍ରତିଷ୍ଠିତ ଜର୍ଣ୍ଣାଲ ନ୍ୟୁରୋଲୋଜିରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଢୁଳେଇବା, ଘୁଙ୍ଗୁଡ଼ି ମାରିବା, ରାତିରେ ବାରମ୍ବାର ଉଠିବା, ଭାଲଭାବେ ନିଦ ନ ହେବା କିମ୍ବା କମ ସମୟ ଶୋଉଥିଲେ ହାର୍ଟ ଷ୍ଟୋକ୍‌ର ଆଶଙ୍କା ଅଧିକ ବୋଲି ଚିକାଗୋ ବିଶ୍ୱବିଦ୍ୟାଳୟର ଅଧ୍ୟୟନରୁ ଜଣାପଡିଛି ।

ଏଭଳି ଲକ୍ଷଣ ଥିଲେ ହାର୍ଟ ଷ୍ଟ୍ରୋକ ହେବାର ୫ ଗୁଣା ଅଧିକ ଆଶଙ୍କା ରହିଛି । ଯେଉଁମାନେ ଶୋଇବା ବେଳେ ଘୁଙ୍ଗୁଡ଼ି ମାରିଥାନ୍ତି ସେମାନଙ୍କ ଠାରେ ଷ୍ଟ୍ରୋକ ହେବାର ଆଶଙ୍କା ୮୮ ପ୍ରତିଶତ ଅଧିକ । ଅନିଦ୍ରା ରହିବା, ବିଳମ୍ବିତ ରାତି ଯାଏ ନ ଶୋଇବା, ଟିଭି ଓ ଫିଲ୍ମ ଦେଖିବା, ଗେମ ଖେଳିବା ଯୋଗୁଁ ସୁନିଦ୍ରା ଉପରେ ପ୍ରଭାବ ପଡିଥାଏ ।

ହାର୍ଟଷ୍ଟୋକ ହୋଇଥିବା ୪ ହଜାର ୫୦୦ ରୋଗୀଙ୍କୁ ନେଇ ଅଧ୍ୟୟନ ପରେ ଜର୍ଣ୍ଣାଲ ନ୍ୟୁରୋଲୋଜିରେ ରିପୋର୍ଟ ପ୍ରକାଶ ପାଇଛି । ରାତିରେ ସାତ ଘଣ୍ଟା ଶୋଉଥିଲେ ଷ୍ଟ୍ରୋକ ସମସ୍ୟା କମ ଦେଖାଦେଉଛି । ଏଥିପାଇଁ ଅତିକମରେ ସାତ ଘଣ୍ଟା ଶୋଇବାକୁ କୁହାଯାଇଛି । ଯେଉଁମାନେ ରାତିରେ ୫ ଘଣ୍ଟା କିମ୍ବା କମ୍‌ ଶୋଉଛନ୍ତି ସେମାନଙ୍କୁ ୩ ଗୁଣ ଷ୍ଟ୍ରୋକ ହୋଇଥିବା ଜଣାପଡିିଛି । ତେବେ ୯ ଘଣ୍ଟାରୁ ଅଧିକ ଶୋଉଥିଲେ ବି ହାର୍ଟ ଷ୍ଟ୍ରୋକର ଆଶଙ୍କା ଥବା ଅଧ୍ୟୟନରୁ ଜଣାପଡିଛି ।

ନିଦ୍ରାହୀନତା ଷ୍ଟ୍ରୋକର ମୁଖ୍ୟ କାରଣ । ଠିକ ନିଦ ନ ହେଲେ ହରମୋନାଲ ଇମବାଲାନ୍ସ ହେବା ସହ ଶରୀରର ବିଭିନ୍ନ ସିଷ୍ଟମ ପ୍ରଭାବିତ ହୁଏ । ମାନସିକ ରୋଗ ଦେଖାଯାଇଥାଏ । ଦିନକୁ ଦିନ ଯୁବପିଢିଙ୍କ ଠାରେ ନିଦ୍ରାହୀନତା ଜନିତ ସମସ୍ୟା ବଢିବାରେ ଲାଗିଛି । ଜୀବନ ଶୌଳୀରେ ପରିବର୍ତ୍ତନ, ଚାପ, ଆଙ୍କ୍‌ଜାଇଟି, ମଦ୍ୟପାନ ଓ ଧୂମପାନ ସୁନିଦ୍ରା ଉପରେ ପ୍ରଭାବ ପକାଇଥାଏ । ଯେଉଁ ବ୍ୟକ୍ତିଙ୍କୁ ଭଲ ନିଦ ହୁଏ ସେମାନେ ସୁସ୍ଥ ରହୁନ୍ତି । ନିଦ ଠିକ ନ ହେଲେ ଷ୍ଟ୍ରୋକ ସମେତ ଡାଇବେଟିସ, ହୃଦରୋଗ ଓ ମାନସିକ ରୋଗ ହୁଏ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

 

Niharanjan

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

8 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

17 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

51 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

59 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago