ନିଦ ବଟିକା ହୋଇପାରେ ସାଂଘାତିକ, ଖାଇବା ପୂର୍ବରୁ ଜାଣନ୍ତୁ ଏହି କଥା

ଯଦି ଆପଣ କିଛି ଟେନସନରେ ଅଛନ୍ତି ଓ ଆପଣଙ୍କୁ ନିଦ ଠିକ ଭାବେ ହେଉନି । ଆପଣ ଏଥିପାଇଁ ନିଦ ବଟିକାର ସାହାଯ୍ୟ ନେଉଛନ୍ତି । ତେବେ ହୋଇ ଯାଆନ୍ତୁ ସତର୍କ, ଏହା ଆପଣଙ୍କ ଶରୀର ପାଇଁ ହୋଇପାରେ ମାରାତ୍ମକ । ଜାଣନ୍ତୁ କ’ଣ ହୋଇପାରେ ନିଦ ବଟିକା ଖାଇବାର ଦୁସ୍ପ୍ରଭାବ । ଆଜି ଆପଣଙ୍କୁ କହିବୁ ବିନା ନିଦ ବଟିକାରେ କିପରି ହେବ ଭଲ ନିଦ ।

ଯଦି ଆପଣଙ୍କୁ ନିଦ ବଟିକାର ନିଶା ହୋଇଯାଇଛି । ତେବେ ଏହା ଆପଣଙ୍କ ମସ୍ତିସ୍କ ଉପରେ ମଧ୍ୟ କୁପ୍ରଭାବ ପକାଇବ । ଏକ ଗବେଷଣାରୁ ଜଣାଯାଇଛି ଯେ ନିଦ ବଟିକା ଧିରେ ଧିରେ ଆପଣଙ୍କ ସ୍ମରଣ ଶକ୍ତିକୁ ମଧ୍ୟ ହ୍ରାସ କରିଦେବ । ଏହାର ନିୟମିତ ସେବନ ଦ୍ୱାରା ହୃଦ ରୋଗର ଆଶଙ୍କା ବଢ଼ିପାରେ । ଏହାଛଡ଼ା ପେଟ ଦରଜ, ମୁଣ୍ଡ ଘୁରାଇବା, ମେମୋରି ଲସ୍‌, କନ୍‌ଷ୍ଟିପେସନ ଭଳି ରୋଗ ହୋଇପାରେ । ତେଣୁ ଆପଣ ନିଦ ପାଇଁ ବଟିକା ନେବା ପରିବର୍ତ୍ତେ ଏହି ଟିପ୍ସ ଆପଣାଇବା ବହୁତ ଭଲ ହୋଇଥାଏ ।

ବିନା ନିଦ ବଟିକାରେ ଭଲ ନିଦର ଉପାୟ :

ଶୋଇବା ସମୟ ନିର୍ଦ୍ଧାରଣ କରନ୍ତୁ

ଭଲ ନିଦ ପାଇଁ ଶୋଇବା ଓ ଉଠିବା ସମୟ ନିର୍ଦ୍ଧାରଣ କରନ୍ତୁ । ଆପଣଙ୍କ ରୁଟିନ ଯଦି ଠିକ ରହିବ ତେବେ ନିଦ ମଧ୍ୟ ଠିକ୍‌ ହେବ ।

ବିଳମ୍ବିତ ରାତି ଯାଏ ଟିଭି ଓ ମୋବାଇଲ ଦେଖନ୍ତୁ ନାହିଁ

ନିଦ ନ ଆସିବାର ସବୁଠୁ ବଡ଼ ଭୂମିକା ହେଉଛି ବିଳମ୍ବିତ ରାତି ଯାଏ ଟିଭି ଓ ମୋବାଇଲ ଦେଖିବା । ତେଣୁ ଠିକ ସମୟରେ ଶୁଅନ୍ତୁ ।

ଚା’ କଫି ସେବନ ନ କରିବା

ନିଦର ଶତ୍ରୁ ହୋଇଥାଏ ଚା’ ଓ କଫି । ଏହାର ଅଧିକ ସେବନ କେବଳ ନିଦ ନୁହେଁ ଶରୀର ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।

ପାଦ ତଳ କରନ୍ତୁ ମାଲିସ

ଶୋଇବା ପୂର୍ବରୁ ପାଦ ତଳିପାରେ ଭଲ ଭାବେ ତେଲ ମାଲିସ କରନ୍ତୁ । ଏହାଦ୍ୱାରା ଭଲ ନିଦ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.