ଧୂମପାନ କରୁଥିବା ବ୍ୟକ୍ତି ଘରୋଇ ଉପଚାର ମାଧ୍ୟମରେ ଫୁସଫୁସକୁ ରଖନ୍ତୁ ସଫା ! ନଚେତ୍ ଖୁବ୍ କମ୍ ସମୟରେ ମୃତ୍ୟୁର ଶିକାର ପାଲଟିବେ

ଓ୍ଵାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ୍ ବା ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାନ ଅନୁସାରେ, ପ୍ରାୟ ୫୦ ଲକ୍ଷ ଲୋକ ବର୍ଷକୁ ସିଗାରେଟ୍ ଟାଣି ଓ ତମାଖୁ ସେବନ କରି ପ୍ରାଣ ହରାଇଥା’ନ୍ତି। ଯଦି ଆପଣ ହିସାବ କରିବେ ତା’ହେଲେ ପ୍ରତି ୬ ସେକେଣ୍ଡରେ ଜଣେ ବ୍ୟକ୍ତି ତମାଖୁ ଦ୍ୱାରା ପ୍ରାଣ ହରାଇଥା’ନ୍ତି, ଯଦି ତମାଖୁ ବନ୍ଦ କରାଯାଇ ଥାଆନ୍ତା ତା’ହେଲେ ଏମାନେ ବଞ୍ଚି ଥାଆନ୍ତେ। ସିଗାରେଟ୍ ସ୍ମୋକିଙ୍ଗ୍ ମଣିଷର ଲଙ୍ଗ୍ସକୁ ଖରାପ କରିଥାଏ, ଯଦି କେହି ୫ ବର୍ଷରୁ ଊର୍ଦ୍ଧ୍ୱ ସିଗାରେଟ ଟାଣୁଛି ତା’ହେଲେ ସେ ବ୍ରୋନ୍କାଇଟିସ୍ ଓ କାଶ ସମସ୍ୟାରେ ପଡ଼ିବାର ଅଧିକ ସମ୍ଭାବନା ରହିଥାଏ।

ପାନୀୟ ତିଆରି କରିବା ପାଇଁ କେଉଁ ସବୁ ସମାଗ୍ରୀ ଦରକାର: ସାମଗ୍ରୀ ଓ ପରିମାଣ

ପିଆଜ କଟା – ୪୦୦ ଗ୍ରାମ୍

ହଳଦୀଗୁଣ୍ଡ – ୨ ଚା ଚାମଚ

ବ୍ରାଉନ୍ ସୁଗାର୍ – ୪୦୦ ଗ୍ରାମ୍

ଅଦା – ଛୋଟ ଖଣ୍ଡେ ଅଦା

drink

କେମିତି ତିଆରି କରିବେ ପାନୀୟ :

• ଏକ ବଡ଼ ବାସନରେ ପାଣି ନିଅନ୍ତୁ

• ବ୍ରାଉନ୍ ସୁଗାର୍ ମିଶାଇ ଏହାକୁ ଗରମ କରନ୍ତୁ

• ଏହା ପରେ ଅଦା ଓ କଟା ପିଆଜକୁ ମିଶାନ୍ତୁ

• ବର୍ତ୍ତମାନ କୋରା ହୋଇଥିବା ଅଦା ଓ ହଳଦୀକୁ ମିଶାନ୍ତୁ

• ସବୁ ଜିନିଷ ମିଶାଇ ସାରିବା ପରେ ଫୁଟୁଥିବା ପାନୀୟର ତାପମାତ୍ରାକୁ କମ୍ କରନ୍ତୁ

• ଫୁଟି ସାରିବା ପରେ ଥଣ୍ଡା କରନ୍ତୁ ଓ ଫ୍ରିଜରେ ରଖି ଦିଅନ୍ତୁ

କେମିତି କରିବେ ବ୍ୟବହାର:

ସକାଳେ ଜଳଖିଆ ଖାଇବା ପୂର୍ବରୁ ଓ ରାତ୍ର ଭୋଜନର ୨ ଘଣ୍ଟା ପରେ ଖାଆନ୍ତୁ।

ଭଲ ପରିଣାମ ପାଇଁ ଏହା ସହ ଅନ୍ୟ ପ୍ରୟାସ ମଧ୍ୟ କରିପାରିବେ – ଗରମ ପାଣିରେ ଗାଧନ୍ତୁ କିନ୍ତୁ ୨୦ ମିନିଟ୍ରୁ ଉର୍ଦ୍ଧ୍ୱ ସମୟ ଗାଧନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଲଙ୍ଗ୍ସକୁ ଶ୍ୱାସ ନେବାରେ ସହାୟତା କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.