ମିଛ ଧରିବାପାଇଁ ଆପଣାନ୍ତୁ ୧ମିନିଟ୍‌ ର ଏହି ସରଳ ଟିପ୍ସ

ସବୁ ମଣିଷ ନିଜ ଜୀବନକାଳ ମଧ୍ୟରେ କେବେ ନା କେବେ ମିଛ କହିଥିବେ ନିଶ୍ଚିତ। ସେ ନିଜ ଇଚ୍ଛାରେ ହଉ କି ପରିସ୍ଥିତିକୁ ନେଇ ହଉ। କିଏ ପ୍ରାଞ୍ଜଳ ଭାବେ ମିଛ କହିପାରେ ତ କିଏ କହିପାରେ ନାହିଁ। ତେବେ ଆପଣ ମିଛ କହୁଥବା ବ୍ୟକ୍ତିକୁ କିପରି ଆଗୁଆ ଜାଣିପାରିବେ? ପ୍ରକୃତରେ ଯେକୌଣସି ବ୍ୟକ୍ତିଙ୍କର ମିଛ ଧରିବାକୁ ହେଲେ ଆପଣଙ୍କୁ ବେଶି କଷ୍ଟ କରିବାକୁ ପଡିବ ନାହିଁ। ନିଜ ଆଖପାଖ ଲୋକଙ୍କର ମିଛକୁ ଧରିବା ପାଇଁ ଆପଣଙ୍କୁ କ’ଣ କରିବାକୁ ପଡିବ, ସେଥିପାଇଁ କିଛି ସିମ୍ପଲ୍‌ ଟିପ୍ସ ଜାଣିନିଅନ୍ତୁ।

୧. ମୁହଁକୁ ଦେଖନ୍ତୁ:

ଯଦି ଆପଣଙ୍କ ମନରେ ଭାବନା ଆସେ ଯେ,ସାମ୍ନା ଲୋକ ଆପଣଙ୍କୁ ମିଛ କହୁଛି ତାହେଲେ ତା’ମୁହଁକୁ ପ୍ରଥମେ ଦେଖନ୍ତୁ। ମିଛ କହିବା ସମୟରେ ଚେହେରାର ଭାବ ବଦଳିଯାଏ । ରଙ୍ଗ ବଦଳିଯାଏ। କାହିଁକିନା ମନରେ ମିଛ ଧରାପଡିଯିବାର ଭୟ ରହିଥାଏ।

୨. ହସିବାକୁ ଲାଗିଲେ ଜାଣିବେ”:

ହସ ମଧ୍ୟ ଅନେକ ସମୟରେ ମନରେ ଥିବା ଭାବନାକୁ ପରିପ୍ରକାଶ କରିବାରେ ସାହଯ୍ୟ କରିଥାଏ। ଆପଣ ଯଦି ସାମ୍ନା ଲୋକର ମିଛ ଧରିବାକୁ ଚାହୁଁଥାନ୍ତି ତାହେଲେ ତା’ ହସକୁ ପ୍ରଥମେ ଲକ୍ଷ୍ୟ କରନ୍ତୁ। କାରଣ ମିଛ ଲୋକଙ୍କ ଆଖିରେ ହସର ଝଲକ ଦେଖିବାକୁ ମିଳିନଥାଏ।

lie34
pc: elemental medium

୩. ସ୍ୱର ପରିବର୍ତ୍ତନ :

କିଛି ଲୋକ ଅଛନ୍ତି, ମିଛକୁ ଏତେ ଦୃଢ଼ତାର ସହ କୁହନ୍ତି ତାହା ସତ ଲାଗେ। ଯଦି ଆପଣ କହିବାର ଶୈଳୀ ସହ ଶ୍ୱାସକ୍ରିୟାର ପରିବର୍ତ୍ତନକୁ ଧ୍ୟାନ ଦେବେ ତାହେଲେ ଏହା ଆପଣଙ୍କୁ ସାମ୍ନା ଲୋକର ମିଛ ଧରିବାରେ ସହାୟକ ହେବ।

୪. ମୁଣ୍ଡରେ ହାତ ଲଗାଇଲେ :

ପ୍ରାୟ ସମୟରେ ଦେଖାଯାଇଛି ଯେ ମିଛ କୁହଥିବା ବ୍ୟକ୍ତି ସେହି ସମୟରେ ମୁଣ୍ଡରେ ହାତ ଲଗାଇଥାଏ। ମନରେ ଥିବା ମିଛ ଧରାପଡିବାର ଭୟ ପାଇଁ ସେ ଏମିତି କରିଥାନ୍ତି। ଏହାର ଅର୍ଥ ସେମାନେ ମିଛ କହୁଥାନ୍ତି।

୫. ଆତ୍ମବିଶ୍ୱାସ କମ୍‌ ହେବା :

ଯେଉଁମାନେ ସଚ୍ଚୋଟ ସେମାନଙ୍କ ମନରେ ଆତ୍ମବିଶ୍ୱାସ ରହିଥାଏ। କିନ୍ତୁ ଯେଉଁମାନେ ମିଛ କୁହନ୍ତି ସେମାନେ ଯୁକ୍ତି କରିବା ସହ ମିଛ କହୁଥିବା ସମୟରେ ଗୋଡ଼କୁ ଲୁଚାଇଥାନ୍ତି। ସେମାନଙ୍କ ହାତ ମଧ୍ୟ ପଛକୁ ରହିଥାଏ। ଏହି ସମୟରେ ତାଙ୍କ ମିଛ ଧରିବା ସହଜ ହୋଇଯାଏ।

୬.  ପ୍ରଶ୍ନ ପଚାରିବା :

ଯେଉଁମାନେ ମିଛ କହୁଥିବେ ସେମାନଙ୍କୁ ପ୍ରଶ୍ନ ପଚାରିବାକୁ କେବେ ପଛାଇବେନି। ଅନେକ ସମୟରେ ଲୋକମାନେ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅଜାଣତରେ ସବୁ ସତକଥା ସାମ୍ନାକୁ ଆଣିଥାନ୍ତି।

You might also like