ଆପଣଙ୍କର ଦାନ୍ତ ବିନ୍ଧୁଛିକି ? ତେବେ ଏହି ସବୁ ଘରୋଇ ଉପାୟରେ ଦୂର କରନ୍ତୁ

ଆମ ହସକୁ ଅଧିକ ସୁନ୍ଦର କରିବାରେ ଦାନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇଥାଏ । ଆମେ ଖାଉଥିବା ଖାଦ୍ୟର ସ୍ୱାଦ ବି ଆମକୁ ଦାନ୍ତ ଜରିଆରେ ହିଁ ଆସିଥାଏ । କିନ୍ତୁ ଯଦି ଦାନ୍ତରେ କିଛି ସମସ୍ୟା ଦେଖାଦିଏ ତେବେ କିଛି ବି ଖାଇବାକୁ ଇଛା ହୁଏନାହିଁ । ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ତରିକା ବିଷୟରେ କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କରି ଆପଣ ଅତି ସହଜରେ ଦାନ୍ତ ସମସ୍ୟା ସହିତ ଜଡିତ ସମସ୍ୟାର ସମାଧାନ କରିପାରିବେ ।

ତେବେ ଆସନ୍ତୁ ସେସବୁ ବିଷୟରେ ଜାଣିରଖିବା:

ବରଫ ସେକ:

ଯଦି ଦାନ୍ତ ଦରଜ କାରଣରୁ ଆପଣଙ୍କ ମୁହଁରେ ଦାଗ ପଡିଯାଉଛି ତେବେ ଆପଣ ନିୟମିତ ଅନ୍ତରାଳରେ ଗାଲରେ ବରଫ ସେକ ଦେଇପାରିବେ । ସିଝିଥିବା ସ୍ଥାନରେ ଆଇସ ପ୍ୟାକ ଲଗାଇ ରଖନ୍ତୁ । ଦେଖିବେ କିଛି ସମୟ ପରେ ନିଶ୍ଚିତ ରୂପେ ଆରାମ ଲାଗିବ । ଆପଣ ପ୍ରତି ଅଧ ଘଂଟାରେ ଥରେ ଏହି ସେକ ଦେଇପାରିବେ ।

 

toothache
image credit: Absolute Dental

 

ଲବଙ୍ଗ ରଖନ୍ତୁ:

ଦାନ୍ତ ଦରଜରେ ଲବଙ୍ଗ କିମ୍ବା ଲବଙ୍ଗ ତେଲ ଖୁବ ଲାଭଦାୟୀ ହୋଇଥାଏ । ଏହା ସହ ଏହାର ଆଣ୍ଟି ବ୍ୟାକ୍ଟେରିୟଲ ତଥା ଆଣ୍ଟି ଇନ୍ଫଲେମେଟେରୀ ଗୁଣ ଇନଫେକ୍ସନକୁ ଠିକ କରିଥାଏ ।

ରସୁଣର ବ୍ୟବହାର କରନ୍ତୁ;

ରସୁଣରେ ଇନଫେକ୍ସନ କମ କରିବା ନେଇ ଅନେକ ଉପାଦେୟୀ ଗୁଣ ଥାଏ । ଯଦି ଆପଣ ଏହାକୁ ଘଷି କରି କିମ୍ବା ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ଦରଜ ହେଉଥିବା ସ୍ଥାନରେ ଲଗେଇବେ ତେବେ ଦାନ୍ତ ଦରଜରୁ ମୁକ୍ତି ମିଳିବ ।

ଲୁଣ ପାଣିରେ କୁଳୁକୁଳୁ କରନ୍ତୁ:

ଦାନ୍ତକୁ ସୁସ୍ଥ ରଖିବା ପାଇଁ ନଖ ଉଷୁମ ପାଣିରେ କିଛି ଲୁଣ ମିଶେଇ କୁଳୁକୁଳୁ କରନ୍ତୁ । ଯଦି ଦାନ୍ତର କୌଣସି ଅସୁବିଧା କାରଣରୁ ମାଢି ଦରଜ ହେଉଥାଏ ତେବେ ଏହି ପାଣିରେ ମୁହଁ ଧୁଅନ୍ତୁ । ଏହା ଏକ ପ୍ରାକୃତିକ ଡିସଇନଫେକ୍ଟ ସହ ଟିସ୍ୟୁ ତିଆରି କରିବାର ବି କ୍ଷମତା ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.