ଲାଇଫ୍ ଷ୍ଟାଇଲ୍

ଆପଣଙ୍କ ରୋଷେଇ ଘରେ ଥିବା ଏହି ସବୁ ଜିନିଷରୁ ଦୂର କରନ୍ତୁ ଦାନ୍ତ ଦରଜ

ବର୍ତ୍ତମାନ ସମୟରେ ଅନେକଙ୍କ ଠାରେ ଦାନ୍ତ ସମସ୍ୟା ଦେଖାଦେଉଛି । ଅଧିକାଂଶ ସମୟରେ ଅଧିକ ଥଣ୍ଡା କିମ୍ବା ଗରମ ଖାଦ୍ୟ ଖାଇବା ଦ୍ୱାରା କିମ୍ବା ନିୟମିତ ଭାବେ ଠିକ ଭାବେ ଦାନ୍ତ ସଫା ନକରିବା ଦ୍ୱାରା ଦାନ୍ତ ଯନ୍ତ୍ରଣା ମାତ୍ରା ଦିନ କୁ ଦିନ ବଢ଼ିବାରେ ଲାଗିଛି  । ଏମିତିକି ଅନେକଙ୍କ ମାଢ଼ିରୁ ରକ୍ତ ବୋହିବା ମଧ୍ୟ ଦେଖାଦେଉଛି  । ଏନେଇ ଅଧିକାଂଶ କିଛି ଘରୋଇ ଉପାୟ ଅବଲମ୍ବନ କଲେ ଏପରି ସମସ୍ୟା ମାନଙ୍କରୁ ତୁରନ୍ତ ମୁକ୍ତି ମିଳି ପାରିଥାଏ । ଏହା ସହ ଦାନ୍ତ ଓ ମାଢି ମଧ୍ୟ ମଜବୁତ ହୋଇଥାଏ ।

ରସୁଣ:

ଦାନ୍ତ ବିନ୍ଧୁଥିଲେ ରସୁଣ ପାଖୁଡ଼ାକୁ ଲୁଣ ସହ ମିଶାଇ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇଲେ ଆରାମ ମିଳିଥାଏ । ଏହାବାଦ ପ୍ରତିଦିନ ସକାଳେ ଗୋଟିଏ ରସୁଣ ପାଖୁଡ଼ା ଚୋବାଇଲେ ମଧ୍ୟ ଦାନ୍ତ ଦରଜରୁ ମୁକ୍ତି ମିଳିପାରିଥାଏ । ଏହା ସହ ଦାନ୍ତ ମଧ୍ୟ ମଜବୁତ ହୁଏ ।

ପିଆଜ:

ପ୍ରତିଦିନ ସକାଳେ କଞ୍ଚା ପିଆଜ ଚୋବାଇ ଚୋବାଇ ଖାଇବା ଦ୍ୱାରା ମଧ୍ୟ ବିଭିନ୍ନ ପ୍ରକାର ଦାନ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ଡାକ୍ତରଙ୍କ ଅନୁଯାୟୀ, ପ୍ରତି ତିନି ମିନିଟରେ ଠାରେ ପିଆଜର ଗୋଟେ ଖଣ୍ଡ ଚୋବାଇବା ଦ୍ୱାରା ମୁହଁ ଭିତରର ସମସ୍ତ କୀଟାଣୁ ମାନେ ବି ନଷ୍ଟ ହୋଇଯାନ୍ତି ।

 ଲେମ୍ବୁ:

ଭିଟାମିନ- ସିରେ ଭରପୁର ଲେମ୍ବୁ ବି ଦାନ୍ତ ଦରଜ ଦୂର କରିବା ପାଇଁ ଖୁବ ଲାଭକାରୀ ହୋଇଥାଏ । ବିନ୍ଧୁଥିବା ସ୍ଥାନରେ ଲେମ୍ବୁ ଚୋପା ରଖିଲେ ଶୀଘ୍ର ଦରଜ ଦୁରେଇ ଯାଏ ।

ଲବଙ୍ଗ:

ଆୟୁର୍ବେଦୀୟ ଶାସ୍ତ୍ରରେ ଲବଙ୍ଗକୁ ଦାନ୍ତର ଡାକ୍ତର ବୋଲି ଧରାଯାଏ । ଦାନ୍ତ ବିନ୍ଧୁଥିଲେ ଖଣ୍ଡେ ଲବଙ୍ଗକୁ ବିନ୍ଧୁଥିବା ଦାନ୍ତରେ ମାଡି ଧରନ୍ତୁ, ଧୀରେ ଧୀରେ ସେଥିରୁ ରସ ବାହାରି ଦାନ୍ତ ଦରଜରୁ ଆରାମ ଦେବ । ନଚେତ ଖଣ୍ଡେ ତୁଳାକୁ ଲବଙ୍ଗ ତେଲରେ ବୁଡାଇ ଦାନ୍ତ ଉପରେ ରଖନ୍ତୁ । ତୁରନ୍ତ ମୁକ୍ତି ମିଳିବ ।

ଗୋଲମରିଚ ଗୁଣ୍ଡ:

କିଛି ଲୁଣରେ ଗୋଟେ ଚୁଟକୀ ଗୋଲ ମରିଚ ଗୁଣ୍ଡକୁ ଭଲ ଭାବରେ ମିଶାନ୍ତୁ । ଏହି ମିଶ୍ରଣକୁ ଦରଜ ହେଉଥିବା ଦାନ୍ତରେ ଧୀରେ ଧୀରେ ମାଲିସ କରନ୍ତୁ ।

ଆଳୁ:

ଯଦି ଆପଣଙ୍କ ମାଢିରେ କୌଣସି ସମସ୍ୟା ଦେଖାଦିଏ । ତେବେ ଏକ ଆଳୁ ଖଣ୍ଡକୁ ଦରଜ ହେଉଥିବା ସ୍ଥାନରେ ୧୫ ମିନିଟ ପାଇଁ ରଖନ୍ତୁ । ଏହା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିବ ।

ଟି – ବ୍ୟାଗ;

ଟି- ବ୍ୟାଗକୁ ଗରମ ପାଣିରେ ଭଲ ଭାବେ ଫୁଟାନ୍ତୁ । ଏବେ ସେହି ବ୍ୟାଗକୁ ବିନ୍ଧୁଥିବା ଦାନ୍ତ ଉପରେ ରଖନ୍ତୁ । ଏମିତି ନିୟମିତ କରିବା ଦ୍ୱାରା ଦାନ୍ତ ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିବ ।

ବରଫ:

ଦରଜ ହେଉଥିବା ସ୍ଥାନର ଉପରି ଭାଗରେ ବରଫ ଖଣ୍ଡ ୧୫ ରୁ ୨୦ ମିନିଟ ପାଇଁ ଧୀରେ ଧୀରେ ମାଲିସ କରନ୍ତୁ | ଦିନକୁ ୨ ରୁ ୩ ଥର ଏପରି କରନ୍ତୁ । ଦାନ୍ତ ଦରଜାରୁ ମୁକ୍ତି ମିଳିପାରିବ ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

28 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

42 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

57 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago