ଲାଇଫ୍ ଷ୍ଟାଇଲ୍

ଘରୁ ନକାରାତ୍ମକ ପ୍ରଭାବ ଦୂର କରିବା ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ, ଜାଣନ୍ତୁ କ’ଣ କହୁଛି ବାସ୍ତୁଶାସ୍ତ୍ର

ବାସ୍ତୁ ଶାସ୍ତ୍ର ଘର ଏବଂ ଘରର ବସ୍ତୁକୁ ସଠିକ୍ ଦିଗରେ ରଖିବା ପାଇଁ ଦିଗ ଗଣନା କରିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଭିନ୍ନ ଭିନ୍ନ ଦିଗ ଅଲଗା ଅଲଗା ବସ୍ତୁ ଏବଂ କାର୍ଯ୍ଯ ପାଇଁ ବିଭିନ୍ନ ପ୍ରକାର ଫଳ ପ୍ରଦାନ କରିଥାଏ। ପ୍ରତ୍ଯେକ ଦିଗରୁ ଏକ ଶକ୍ତି ଆସିଥାଏ, ଯାହା ଘରର ନକ୍ସା ଏବଂ ଘରେ ଥିବା ଜିନିଷପତ୍ର ଦ୍ବାରା ପ୍ରଭାବିତ ହୋଇଥାଏ। କୁହାଯାଇଥାଏ ବାସ୍ତୁ କାରଣରୁ ଘରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପଡିଥାଏ। ବିଶେଷ ରୂପେ ଘରୁ ନକାରାତ୍ମକ ଶକ୍ତି ବାହାର କରିବା ଅତ୍ଯନ୍ତ ଆବଶ୍ଯକ। ନଚେତ୍ ଘରର ସମସ୍ତ ଲୋକ ପ୍ରତିକୂଳ ରୂପେ ଏହାଦ୍ବାର ପ୍ରଭାବିତ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ଘରୁ ନକାରାତ୍ମକ ଶକ୍ତି ଦୂର କରିବେ କିପରି?

-ଘରେ ନିଶ୍ଚିନ୍ତ ରୂପେ ତୁଳସୀ ଗଛ ଲଗାନ୍ତୁ। ମାନ୍ଯତା ରହିଛି ତୁଳସୀ ଗଛ ମୂଳେ ଜଳ ଦେବା ଏବଂ ସଂଧ୍ଯାରେ ଦୀପ ଲଗାଇବା ଦ୍ବାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। କାରଣ ତୁଳସୀ ଗଛ ଘରେ ରହିବା ଦ୍ବାରା ସକାରାତ୍ମକ ପ୍ରଭାବ ପଡିଥାଏ।

-ମଙ୍ଗଳବାର ଏବଂ ଶନିବାର ଦିନ ପାଣିରେ ଲୁଣ ପକାଇ ସେହି ପାଣିରେ ପୁରା ଘର ପୋଛା ଲଗାନ୍ତୁ। ଏପରି କରିବା ଦ୍ବାରା ଘରୁ ନକାରାତ୍ମକ ପ୍ରଭାବ ଦୂର ହୋଇଥାଏ।

-ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ କୌଣସି ବି ଦେବୀ-ଦେବତାଙ୍କର ଅଧିକ ମୂର୍ତ୍ତି ରଖିବା ଅନୁଚିତ। ଗୋଟିଏ ଠାକୁରଙ୍କର ଗୋଟିଏ ପ୍ରତିମା ଘରେ ରଖିବା ଉଚିତ। ଏଥିସହ ଘରେ କେବେ ବି ଭଗବାନଙ୍କର ବହୁତ ବଡ ପ୍ରତିମା ଲଗାନ୍ତୁ ନାହିଁ। ଛୋଟ ପ୍ରତିମା ରଖି ପୂଜା କରନ୍ତୁ।

-ଘରେ ୱିଂଡ ଚାଇମ ନିଶ୍ଚିନ୍ତ ଲଗାନ୍ତୁ। ଏହା ଘରର କବାଟ ପାଖରେ ଲଗାଇବା ଉଚିତ। କୁହାଯାଇଥାଏ ଘରକୁ କେହି ଆସିବା ଏବଂ ଯିବା ବେଳେ ୱିଂଡ ଚାଇମ ହଲିବା ସହ ଶଦ୍ଦ କରିଥାଏ, ଯାହାଦ୍ବାରା ଘରୁ ନକାରାତ୍ମକତା ଦୂର ହୋଇଥାଏ।

KNews Bureau

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

7 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

15 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

31 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

40 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

48 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago