ଟିଫିନରେ ବନାନ୍ତୁ ସୁଜି ଟୋଷ୍ଟ, ଫଟାଫଟ୍‌ ହେବ ପ୍ରସ୍ତୁତ୍‌

ଯଦି ଆପଣଙ୍କୁ କୁଆଡେ ଜଲଦି ଜଲଦି ଯିବାର ଥିବ ଆପଣ ଏହି ଚିନ୍ତାରେ ଥାଆନ୍ତି ଯେ ଟ୍ରାଭେଲ ସମୟରେ ଆପଣ ପ୍ୟାକ କଣ କରିକିନେବେ। ଆପଣ ସୁଜି ଟୋଷ୍ଟ ବନାଇପାରିବେ। ଏହା ଖାଇବାକୁ ଯେତିକି ଭଲ ଲାଗିଥାଏ ବନାଇବା ବି ବହୁତ ସହଜ। ଟ୍ରାଭେଲିଙ୍ଗ ସମୟରେ ଏହାକୁ ଖାଇବାକୁ ବହୁତ ଭଲ ଲାଗିଥାଏ। ଆପଣ ଏହାକୁ ଦୁଇ ପ୍ରକାର ବି ବନାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

କେମିତି କରିବେ ପ୍ରସ୍ତୁତି

ସର୍ବପ୍ରଥମେ ଆପଣ ସୁଜିରେ ଦହି ପକାଇ ଘୋଳ ପ୍ରସ୍ତୁତ କରନ୍ତୁ। ଏହାକୁ ଏକ ସାଇଡରେ ରଖନ୍ତୁ। ଏହାପରେ ଟମାଟୋ, ପିଆଜ, ସିମଲା ଲଙ୍କା ଏବଂ ଗାଜରକୁ ଛୋଟ କରି କାଟି ଦିଅନ୍ତୁ। ଯଦି ଆପଣ କଞ୍ଚା ଲଙ୍କା ପକାଇାବକୁ ଚାହୁଁଛନ୍ତି ତାହେଲେ ତାକୁ ବି କାଟି ପକାଇପାରିବେ। ଏହାପରେ ସୁଜିର ଘୋଳରେ ସମସ୍ତ ଜିନିଷକୁ ଭଲଭାବେ ମିକ୍ସ କରିଦିଅନ୍ତୁ। ଏହାପରେ ଏଥିରେ ଲୁଣ ମିଶାନ୍ତୁ। ଏବେ ତଡକା ପ୍ରସ୍ତୁତ କରନ୍ତୁ। ଏହାକୁ ପ୍ରସ୍ତୁତ କରିବା ପାଇଁ ଗୋଟେ ଚାମଚ ଘିଅ ପକାନ୍ତୁ ଏବଂ ଗରମ କରନ୍ତୁ। ଏହାପରେ ଏଥିରେ ଅଳ୍ପ ରାଇ ପକାଇ ଫୁଟାନ୍ତୁ। ଏଥିରେ ଆପଣ ଭୃଷଙ୍ଗ ପତ୍ର ବି ପକାଇ ପାରିବେ।

ଏପରି ବନାନ୍ତୁ

ଏହାକୁ ବନାଇବା ପାଇଁ ବ୍ରେଡ୍‌ ସ୍ଲାଇସରେ ପ୍ରସ୍ତୁତ କରିଥିବା ଘୋଳକୁ ଲଗାନ୍ତୁ। ଏହାପରେ ତାଓ୍ଵା ଗରମ ହେବା ପରେ ସେଥିରେ ଘିଅ ଲଗାଇ ଦିଅନ୍ତୁ ଏବଂ ଘୋଳ ଲାଗିଥିବା ସାଇଡକୁ ତାଓ୍ଵାରେ ପକାନ୍ତୁ। ଏବେ ଏହାକୁ ଭଲଭାବେ ସେକିବା ପରେ ଆଉ ଗୋଟେ ପାଖକୁ ବି ସେକି ଦିଅନ୍ତୁ। ଏବେ ଏହାକୁ ତିନିକୋଣିଆ ସେପରେ କାଟି ପ୍ୟାକ କରିଦିଅନ୍ତୁ।
ଆପଣ ଏହାକୁ ଆଉ ଗୋଟେ ପ୍ରଣାଳୀରେ ବି ବନାଇପାରିବେ। ଏଥିପାଇଁ ବ୍ରେଡର ଦୁଇ ଖଣ୍ଡ ସ୍ଲାଇସ୍‌ ନିଅନ୍ତୁ। ଏହା ମଝିରେ ଘୋଳ ଲଗଇ ଏହାକୁ ଟୋଷ୍ଟର କିମ୍ବା ତାଓ୍ଵାରେ ସେକି ଦିଅନ୍ତୁ। ଏହାକୁ ଆପଣ ପିଲାଙ୍କ ଟିଫିନ ପାଇଁ ବି ବନାଇପାରିବେ।

ଏହାସହ ପଢ଼ନ୍ତୁ : ଥରେ ଏପରି ବନାନ୍ତୁ ଦମ୍‌ ଆଳୁ, ଟେଷ୍ଟ ଏପରି ବାରମ୍ବାର ଖାଇବାକୁ ମନ କରିବେ