କର୍କଟ ରୋଗୀଙ୍କ ପାଇଁ ସୋର୍ସପ ଫଳ ଅତ୍ୟନ୍ତ ଲାଭଦାୟକ, ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର

ସୋର୍ସପ ଏଭଳି ଏକ ଫଳ ଯାହା ସ୍ୱାସ୍ଥ୍ୟ ପାଇଁ ସମ୍ପୂର୍ଣ୍ଣ ଉପଯୋଗ ହୋଇଥାଏ । ଶରୀର ଉପରେ ଏହା  ଅନେକ ଭଲ ପ୍ରଭାବ ପକାଇଥାଏ । ଏଥିରେ ଅନେକ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ବହୁ ପୋଷାକ ତତ୍ତ୍ୱ  ଭରି ରହିଛି । ଏହି ଫଳ ବିଶେଷ କରି କର୍କଟ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ  କର୍କଟ ରୋଗ ସହିତ ଲଢେଇ କରିବା ଭଳି ଶକ୍ତି ରହିଛି ।  ଯାହାକି କେବଳ ମାନବ ପରୀକ୍ଷଣ ଦ୍ୱାରା ନୁହେଁ ବରଂ ବୈଜ୍ଞାନିକ ପରୀକ୍ଷଣ ପ୍ରମାଣ ସହିତ ଲାବ୍ରୋଟୋରି ପରୀକ୍ଷଣ ଉପରେ  ଆଧାରିତ ରହିଛି ।

ଅଧିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏହାର ଅତ୍ୟଧିକ ବ୍ୟବହାର ଦ୍ୱାରା ନିୟୁରୋଟକ୍ସିକ ଭଳି ବିପଦ ସୃଷ୍ଟି କରିବାର ଆଶଙ୍କା ମଧ୍ୟ ରହିଛି ।  ଏହା ଜୀବାଣୁ ସଂକ୍ରମଣକୁ ରୋକିବା ଠାରୁ ଆରମ୍ଭ କରି କର୍କଟ ରୋଗର ଅବରୋଧ ପର୍ଯ୍ୟନ୍ତ ଏହା ସାହାଯ୍ୟ କରିଥାଏ । ଅନେକ ବର୍ଷରୁ ଦକ୍ଷିଣ ଆମେରିକାରେ ଏହି ଫଳକୁ  ଔଷଧ ରୂପେ ବ୍ୟବହାର କରି ଆସୁଛନ୍ତି । ଏହାର ପ୍ରତ୍ୟେକଟି ଗୁଣ ବୈଜ୍ଞାନିକ ଦ୍ୱାରା ଆଧାରିତ କି ?  ଆସନ୍ତୁ ଜାଣିବା…

ଏହି ଫଳର ସ୍ବାଦକୁ ପରଖିଥିବା ଲୋକେ ଏହାର ସ୍ୱାଦ ବିଷୟରେ କହିଛନ୍ତି ଯେ ଏହା ଅତି ସ୍ୱାଦିଷ୍ଟ । କେହି କେହି ଏହି ଫଳକୁ ଷ୍ଟ୍ରବେରୀ ଏବଂ କଦଳୀ ସହିତ ତୁଳନା କରିଛନ୍ତି । ଗୋଟିଏ କପ ସୋର୍ସପ ଫଳରେ

୧୪୮କ୍ୟାଲୋରୀ,୭.୪୨ଗ୍ରାମର ଫାଇବର,୩୭.୮ଗ୍ରାମର କାର୍ବୋହାଇଡ୍ରେଟ, ଏବଂ୩୦.୫ଚିନି ରହିଥାଏ । ଏଥିରେ କମ୍ ଗ୍ଲାଇସେମିକ ଇଣ୍ଡେକ୍ସ ଥିବାରୁ ଡାଇବେଟିସ ରୋଗୀଙ୍କ ପାଇଁ ଲାଭପ୍ରଦ ହୋଇଥାଏ । ଏହି  ଫଳରେ  ପୋଟାସିୟମ, ମ୍ୟାଗନେସିୟମ ବ୍ୟତୀତ ଆଣ୍ଟିଅକ୍ସିଡାଣ୍ଟ ଭଳି ତତ୍ତ୍ୱ ପ୍ରଚୁର ମାତ୍ରାରେ ଥାଏ ।  ଏପରିକି ପେଟ ଜନିତ ସମସ୍ୟା, ଜ୍ୱର, ଉଚା ରକ୍ତଚାପ, ପରଜୀବୀ ସଂକ୍ରମଣର ଚିକିତ୍ସା ପାଇଁ ଏହାର  ଉଭୟ ଫଳ ଏବଂ ପତ୍ରକୁ ଔଷଧ ରୂପେ ବ୍ୟବହାର କରାଯାଏ । ଲାବ୍ରୋଟୋରି ଅଧ୍ୟୟନ ଅନୁଯାୟୀ କର୍କଟ ରୋଗର ପ୍ରସାରକୁ ରୋକିବାର କ୍ଷମତା ରହିଛି । କିନ୍ତୁ  ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ମାନବ ପରୀକ୍ଷଣ କରାଯାଇନାହିଁ ।

କର୍କଟ ରୋଗର ସଂକ୍ରମଣକୁ ରୋକିବା ପାଇଁ ଲାଭଦାୟକ

କର୍କଟ ରୋଗୀଙ୍କ ପାଇଁ କେମୋଥେରାପି ଅପେକ୍ଷା ଏହି ଫଳ ଅତ୍ୟନ୍ତ ପ୍ରଭାବଶାଳୀ ।  କାରଣ ପୂର୍ବରୁ ଏହାର ପରୀକ୍ଷା ମଣିଷ ଉପରେ ନୁହେଁ ଗୋଟିଏ ମୂଷା ଉପରେ କରାଯାଇଥିଲା ।  ଏଥିରୁ ଜଣାପଡିଲା ଯେ ସୋର୍ସପ ଏକ୍ସଟ୍ରାକ୍ଟ କର୍କଟ ସହିତ ଲଢେଇ କରିବାରେ କ୍ଷମତା ରହିଛି  ।

ସୋର୍ସପ ଫଳ ସ୍ନାୟୁ ଓ ମସ୍ତିଷ୍କ ଉପରେ କିପରି ପ୍ରଭାବ ପକାଏ ?

ମଲ୍ଲିକ୍ୟୋଲସ ଜର୍ଣ୍ଣାଲରେ୨୦୨୨ମସିହାରେ  ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ସୋର୍ସପରେ ଅଧିକ ମାତ୍ରାରେ ଆଟୋଜେନିନ ମାତ୍ରା  ଅଧିକ ଥାଏ । ଯାହା ନ୍ୟୁରୋଡିଜେନେରେଟିଭ୍ ଡିସଅର୍ଡରର ବିପଦକୁ ବଢ଼ାଇ ଥାଏ । କିଛି ଆଲକାଲଏଡ୍ ସ୍ନାୟୁ କୋଷଗୁଡ଼ିକ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଗବେଷକମାନେ ସୋର୍ସପର ସୁରକ୍ଷା ଏବଂ ଔଷଧୀୟ ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ପାଇଁ ଅଧିକ ଅଧ୍ୟୟନ ଏବଂ କ୍ଲିନିକାଲ୍ ପରୀକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏଣ୍ଟିଅକ୍ସାଇଡରେ ଭରପୁର :

ଏହି ମିଠା ଓ ସ୍ୱାଦିଷ୍ଟ ଫଳ ଆମ ଶରୀରକୁ ପ୍ରଚୁର ମାତ୍ରାରେ ଏଣ୍ଟିଅକ୍ସାଇଡ ଯୋଗାଇଥାଏ । ଯେଉଁଥିରେ ରୋଗ ପ୍ରତିରୋଧକ ଶକ୍ତି ପରିପୂର୍ଣ ହୋଇରହିଥାଏ । ଶରୀରକୁ ପହଞ୍ଚଉଥିବା କ୍ଷତିକୁ ଅବରୋଧ କରେ ।

ସଂକ୍ରମଣ ରୋକିବାରେ ସାହାଯ୍ୟ କରେ  :

ସୋର୍ସପ୍ ଜିଞ୍ଜିଭାଇଟିସ୍, ଦାନ୍ତ କ୍ଷୟ ଏବଂ ଇଷ୍ଟ ସଂକ୍ରମଣ ସୃଷ୍ଟି କରୁଥିବା ଜୀବାଣୁ ସମେତ ଅନେକ ପ୍ରକାରର ଜୀବାଣୁ ସହିତ ଲଢ଼ିପାରେ। ଏକ ଅଧ୍ୟୟନ ଦ୍ଵାରା ହଇଜା ଏବଂ ଷ୍ଟାଫିଲୋକୋକସ୍ ସଂକ୍ରମଣକୁ ରୋକିବାରେ ସାହାଯ୍ୟ ।

ମଧୁମେହ ନିୟନ୍ତ୍ରଣ  କରେ :

ସୋର୍ସପ୍ ଏକ କମ୍ ଜିଆଇ ଫଳ ହୋଇଥିବାରୁ, ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତର ପରିଚାଳନା କରିବାରେ ସାହାଯ୍ୟ କରିଥାଏ ।

ଏହାକୁ କିପରି ଖାଇବେ ଜାଣନ୍ତୁ :

ଏହି ଫଳର ଧଳା ଅଂଶ ସହିତ ମଞ୍ଜି ବାହାର କରି ଖାଆନ୍ତୁ ।  ଏହାକୁ  ସ୍ମୁଦି କରି ଖାଇ ପାରିବେ  । ଏହାର ପତ୍ରକୁ ଚା, ସର୍ବତ, ସାଲାଡ଼ ଓ  ଆଇସ୍କ୍ରିମ୍  କରି ଖାଇ ପାରିବେ ।

ଆହୁରି ପଢନ୍ତୁ:ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଥିଲେ ସାବଧାନ୍, ହୋଇପାରେ ଏହିସବୁ ଗମ୍ଭୀର ସମସ୍ୟା