ଆଜି ବନାନ୍ତୁ ଟେଷ୍ଟି ମସଲା ଖେଚୁଡ଼ି, ସ୍ୱାଦିଷ୍ଟ ସହିତ ହୋଇଥାଏ ଶରୀର ପାଇଁ ଉପଯୋଗୀ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ଜରୁରୀ ହୋଇଥାଏ। କିନ୍ତୁ ମନ ସବୁବେଳେ ଚଟପଟା ଖାଦ୍ୟକୁ ହିଁ ଖୋଜିଥାଏ। ଯାହାକି ଦେହ ପାଇଁ ଠିକ ନୁହେଁ। ତେବେ ଖେଚୁଡ଼ି ଏମିତି ଏକ ଖାଦ୍ୟ ଯାହା ଶରୀର ପାଇଁ ଖୁବ ଉତ୍ତମ ହୋଇଥାଏ। ଏହା ସ୍ୱାସ୍ଥ୍ୟ ଉପଯୋଗୀ ମଧ୍ୟ ହୋଇଥାଏ। କିନ୍ତୁ ଏହା ସମସ୍ତଙ୍କୁ ପସନ୍ଦ ଆସିନଥାଏ।

ଆଜି ଆମେ ଟେଷ୍ଟି ଖେଚୁଡ଼ିର ରେସିପି ସମ୍ପର୍କରେ କହିବୁ। ଯାହା ସ୍ୱାଦରେ ଟେଷ୍ଟି ହେବା ସହ ଖୁବ ହେଲଦି ମଧ୍ୟ ହୋଇଥାଏ।

ଆବଶ୍ୟକ ସାମଗ୍ରୀ:

ବିରି ଡାଲି – ୧୫୦ ଗ୍ରାମ

ଘିଅ – ୨ ବଡ ଚାମଚ

ଲୁଣ – ସ୍ୱାଦାନୁସାରେ

ଧନିଆ ପତ୍ର – ଅଳ୍ପ

ହେଙ୍ଗୁ – ଚିମୁଟାଏ

ଜୀରା – ୧ ଛୋଟ ଚାମଚ
କଞ୍ଚା ଲଙ୍କା – ୨ଟି କଟା ହୋଇଥିବା

ଅଦା – ୧ ଇଞ୍ଚ

ହଳଦି ପାଉଡର – ୧/୨ ଛୋଟ ଚାମଚ

ମଟର ଦାନା – ୧ ଛୋଟ କପ୍‌

ପ୍ରସ୍ତୁତି ପ୍ରଣାଳୀ:

-ଅଳ୍ପ ପାଣି ନେଇ ଚାଉଳକୁ ଭିଜାଇ ଦିଅନ୍ତୁ। ଏହାପରେ ଚାଉଳକୁ ଧୋଇ ଛାଣି ନିଅନ୍ତୁ।

-କୁୁରରେ ଘିଅ ପକାଇ ଗରମ କରନ୍ତୁ। ଏହାପରେ ଜୀରା ଏବଂ ହେଙ୍ଗୁ ପକାନ୍ତୁ। ଜୀରା ଫୁଟିଗଲା ପରେ କଞ୍ଚା ଲଙ୍କା, ହଳଦି ପାଉଡର ଓ ମଟର ଦାନା ପକାଇ ୨ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଏହି ମସଲାରେ ଚାଉଳକୁ ଧୋଇ ପକାନ୍ତୁ ଏବଂ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଚାମଚରେ ଚଲାନ୍ତୁ।

-ଡାଲି ଏବଂ ଚାଉଳର ମାତ୍ରାର ଚାରି ଗୁଣା ପାଣି ଦିଅନ୍ତୁ। କୁକର ବନ୍ଦ କରନ୍ତୁ। ଗୋଟିଏ ସିଟି ମାରିବା ପରେ ୫ ମିନିଟ୍ ପର୍ଯ୍ୟନ୍ତ ଧୀମା ଗ୍ୟାସରେ ଖେଚୁଡିକୁ ରାନ୍ଧନ୍ତୁ। ଏବେ ଗ୍ୟାସ ବନ୍ଦ କରିଦିଅନ୍ତୁ।

-କୁକରରେ ବାଷ୍ପ ବାହାରିଗଲା ପରେ କୁକରର ଢ଼ାଙ୍କଣା ଖୋଲି ଦିଅନ୍ତୁ। ଏବେ ଆପଣ ଏକ ପ୍ଲେଟକୁ କାଢ଼ି ସେଥିରେ ଧନିଆ ପତ୍ର ପକାଇ ସର୍ଭ କରନ୍ତୁ।