ଚଟପଟା ଏବଂ କୁରକୁରେ ସ୍ନାକ୍ସରେ ବନାନ୍ତୁ ବ୍ରେଡ କଟଲେଟ, ବର୍ଷା ପାଗରେ ଆସିଯିବ ମଜା

ଆବଶ୍ୟକ ସାମଗ୍ରୀ

  • ବ୍ରେଡ ସ୍ଲାଇସ – ୪ଟା
  • ସିଝା ଆଳୁ – ୨ଟି
  • କର୍ଣ୍ଣ ଫ୍ଲୋର – ୧ ଚାମଚ୍‌
  • ଲାଲ ଲଙ୍କା ପାଉଡର – ୧/୨ ଚାମଚ
  • ସିମଲା ଲଙ୍କା କଟା ହୋଇଥିବା – ୧/୨ ଚାମଚ୍‌
  • ସିଝା ମକା – ୧/୨ ଚାମଚ୍‌
  • ପିଆଜ କଟା ହୋଇଥିବା – ୧/୨
  • ହଳଦୀ – ୧/୪ ଚାମଚ୍‌
  • ଅଦା ପେଷ୍ଟ – ୧
  • କଞ୍ଚା ଲଙ୍କା – ୧ଟି
  • ଚାଟ ମସଲା – ୧/୨ ଚାମଚ୍‌
  • ଗୋଲ ମରୀଚ ପାଉଡର – ୧/୪ ଚାମଚ୍‌
  • ଲେମ୍ବୁ ରସ – ୧ ଚାମଚ୍‌
  • ଧନିଆ ପତ୍ର – ୨ ଚାମଚ୍‌
  • ତେଲ – ଆବଶ୍ୟକ ଅନୁସାରେ
  • ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ବ୍ରେଡ କଟଲେଟ ବନାଇବା ପାଇଁ ପ୍ରଥମେ ବ୍ରେଡ ସ୍ଲାଇସକୁ ନିଅନ୍ତୁ ଏବଂ ତାକୁ ଚାରି ପାଖରୁ କାଟି ଦିଅନ୍ତୁ। ଏହାପରେ ଏକ ପାତ୍ରରେ ବ୍ରେଡ୍‌ ସ୍ଲାଇସର ଛୋଟ ଛୋଟ ଖଣ୍ଡକୁ ରଖିଦିଅନ୍ତୁ। ଏଥିରେ ସିଝା ଆଳୁକୁ ଚକଟି ଦିଅନ୍ତୁ। ଏହାପରେ କଟା ପିଆଜ, ସିମଲା ଲଙ୍କା, ୨ ଚାମଚ୍‌ ସିଝା ମକା, ଅଦା ପେଷ୍ଟ ଏବଂ କଟା କଞ୍ଚା ଲଙ୍କା ପକାଇ ସବୁକୁ ଭଲଭାବେ ମିକ୍ସ କରିଦିଅନ୍ତୁ। ଏହାପରେ ମିଶ୍ରଣରେ ହଳଦୀ, ଲାଲ ଲଙ୍କା ପାଉଡର, ଚାଟ ମସଲା, ଗରମ ମସଲା, କୁଟି ରଖିଥିବା ଗୋଲମରୀଚ ପାଉଡର ଏବଂ ସ୍ୱାଦାନୁସାରେ ଲୁଣ ମିଶାଇ ଭଲଭାବେ ମିକ୍ସ କରିଦିଅନ୍ତୁ।

ଏହାପରେ ମିଶ୍ରଣରେ କର୍ଣ୍ଣଫ୍ଲୋର, ଲେମ୍ବୁ ରସ ଏବଂ କଟା ହୋଇଥିବା ଧନିଆ ପତ୍ର ମଧ୍ୟ ମିଶାନ୍ତୁ ଏବଂ ସମସ୍ତଙ୍କୁ ଭଲଭାବେ ଚକଟି ଦିଅନ୍ତୁ। ଏବେ ହାତରେ ସାମାନ୍ୟ ତେଲ ଲଗାଇ ପ୍ରସ୍ତୁତ କରିଥିବା ମିଶ୍ରଣରୁ ଗୋଲ ଗୋଲ କଟଲେଟ ପ୍ରସ୍ତୁତ କରନ୍ତୁ। ଏହାପରେ ଏହାକୁ ହାଲକା ହାତରେ ଦବାଇ ଚେପଟା କରିଦିଅନ୍ତୁ। ଏବେ ଏକ କଡାରେ ତେଲ ପକାଇ ତାକୁ ମିଡିୟମ୍‌ ଆଞ୍ଚରେ ଗରମ କରିଦିଅନ୍ତୁ। ଯେତେବେଳେ ତେଲ ଗରମ ହୋଇଯିବ ଏହି କଟଲେଟ ସବୁକୁ ଛାଣି ଦିଅନ୍ତୁ। ଏହିପରି ଭାବେ ସମସ୍ତ କଟଲେଟକୁ ଫ୍ରାଏ କରିଦିଅନ୍ତୁ। ଗୋଲାଡେନ୍‌ ବ୍ରାଉନ ହୋଇଗଲେ ଜାଣନ୍ତୁ ଯେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ବ୍ରେଡ କଟଲେଟ। ଏହାକୁ ଆପଣ ଟମାଟୋ ସସ୍‌ ସହିତ ସର୍ଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.