ଚା ସହ ବନାଇ ଖାଆନ୍ତୁ କ୍ରିସପି ପନୀର ପକୋଡା, ଥରେ ଖାଇଲେ ଭୁଲିବେନି ସ୍ୱାଦ

ଚା ସହିତ କିଛି ସ୍ନାକ୍ସ ମିଳିଗଲେ ତାର ମଜା ପୂରା ଅଲଗା ପ୍ରକାର ହୋଇଥାଏ। ତାହାପୁଣି କିଛି ନୂଆ ସ୍ୱାଦ ଚାଖିବାକୁ ଇଚ୍ଛା ହୋଇଥାଏ। ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କ୍ରିସପି ପନୀର ପକୋଡା। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ପନୀର – ଅଳ୍ପ
  • ବେସନ – ଅଧା କପ୍‌
  • ଗୋଲମରୀଚ ପାଉଡର – ଅଧା ଚାମଚ
  • ହଳଦି ପାଉଡର – ଚିମୁଟାଏ
  • ଲାଲ ଲଙ୍କା ପାଉଡର – ୧/୪ ଚାମଚ
  • ବେକିଙ୍ଗ ସୋଡା – ୧/୪
  • ତେଲ – ଛାଣିବା ପାଇଁ (ଆବଶ୍ୟକ ଅନୁସାରେ)
  • ପାଣି – ଆବଶ୍ୟକ ଅନୁସାରେ
  • ବ୍ରେଡ୍‌ କ୍ରମ୍ବସ୍‌ – ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

  • ସମସ୍ତ ପନୀରକୁ ୨ ଭାଗରେ କାଟି ରଖିଦିଅନ୍ତୁ।
  • ଛାଣିବା ପାଇଁ ତେଲକୁ ଛାଡି ଆଉ ସମସ୍ତ ସାମଗ୍ରୀକୁ ପକାଇ ଗାଢ଼ା ଘୋଳ ବନାନ୍ତୁ।
  • ଏବେ ପନୀରକୁ ଘୋଳରେ ବୁଡାଇ ବ୍ରେଡ୍‌ କ୍ରମ୍ବସ୍‌ ଗରମ ତେଲରେ ଛାଣି ଦିଅନ୍ତୁ।
  • ଏହାକୁ ଧୀମା ଆଞ୍ଚରେ ଛାଣି ଦିଅନ୍ତୁ।
  • ଡିପ ଫ୍ରାଏ କରିବା ପରେ ଏହାକୁ ପ୍ଲେଟକୁ ବାହାର କରିଦିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.