ଘରେ ପ୍ରସ୍ତୁତ କରନ୍ତୁ ଚିକେନ ଲାବ୍ରାଡର, ସ୍ୱାଦ ପୂରା ଜବରଦସ୍ତ

ଚିକେନ ଖାଉଥିବା ଲୋକଙ୍କୁ ଏହି ଡିସ୍‌ ବହୁତ ପସନ୍ଦ ଆସିବ। କାହିଁକିନା ଆଜି ଆମେ ଆପଣଙ୍କ ପାଇଁ ଏକ ଭିନ୍ନ ସ୍ୱାଦର ରେସିପି ନେଇ ଆସିଛୁ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘ଚିକେନ ଲାବ୍ରାଡର’। ଏହାକୁ ଆପଣ ସାଧରଣତଃ ହୋଟେଲରେ ଖାଇଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଘରେ ପ୍ରସ୍ତୁତି କରିବା ଉପାୟ ଜଣାଇବୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-୨୫୦ ଗ୍ରାମ ବୋନଲେସ୍‌ ଚିକେନ

-୧୦ ଗ୍ରାମ ଅଦା ରସୁଣ ପେଷ୍ଟ

-୫୦ ଗ୍ରାମ ପିଆଜ କଟା ହୋଇଥିବା

-୫୦ ଗ୍ରାମ ଟମାଟୋ ଛୋଟ କଟା ହୋଇଥିବା

-ଦୁଇଟି ତେଜ ପତ୍ର

-୧ ଛୋଟ ଚାମଚ ଲାଲ ଲଙ୍କା ପାଉଡର

-ଏକ ଛୋଟ ଚାମଚ ଗରମା ମସଲା

-ଏକ ଛୋଟ ଚାମଚ ଜିରା

-ଆବଶ୍ୟକ ଅନୁସାରେ ତେଲ

chicken lababdar-୧/୨ ଛୋଟ ଚାମଚ ଜିରା ପାଉଡର

-ଅଳ୍ପ କସ୍ତୁରୀ ମେଥି

-୩୦ ଗ୍ରାମ ଦହି

-୧୫ ଗ୍ରାମ୍‌ କ୍ରୀମ

-୭ରୁ୮ଟି ରସୁଣ କୋଲା

-୧୫ ଗ୍ରାମ ଟମାଟୋ ପ୍ୟୁରୀ

-୧ ବଡ ଟମାଟୋ କଟା ହୋଇଥିବା

-ଧନିଆ ପତ୍ର ଅଳ୍ପ

-ସାମାନ୍ୟ କେସର

-ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ଚିକେନରେ ଦହି, କେସର, ଲାଲ ଲଙ୍କା ପାଉଡର, ଗରମ ମସଲା ଏବଂ ଲୁଣ ମିଶାଇ ୧୫ ରୁ ୨୦ ମିନି୍‌ଟ ପଯ୍ୟର୍ନ୍ତ ମ୍ୟାରିନେଟ୍‌ କରି ରଖନ୍ତୁ।

କଡାରେ ତେଲ ଗରମ କରନ୍ତୁ ଏବଂ ସେଥିରେ ତେଜପତ୍ର ଏବଂ ଜୀରା ପକାନ୍ତୁ।

ଏବେ ଏଥିରେ ରସୁଣ, ଅଦା, ପିଆଜ ପକାଇ ଭାଜନ୍ତୁ।

ଏହାପରେ ଏହା ଭଲଭାବେ ଭାଜି ହୋଇଗଲା ପରେ ଏଥିରେ ଚିକେନ, ମେଥି, ଲୁଣ ଏବଂ ଅଳେଇଚ ପାଉଡର ପକାଇ ଧୀମା ଆଞ୍ଚରେ ରାନ୍ଧନ୍ତୁ।

ଏହା ସାମାନ୍ୟ ହୋଇଗଲା ପରେ ଜିରା ପାଉଡର ଏବଂ ଘିଅ ମିଶାନ୍ତୁ।

ଏବେ କଟା ଟମାଟୋ, ଅଦା, ଧନିଆ ପତ୍ର ଏବଂ କ୍ରୀମରେ ଗାର୍ନିସ କରି ଗରମା ଗରମ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.