ମକର ସଂକ୍ରାନ୍ତିରେ ବହୁତ ବେଶି ମହତ୍ତ୍ୱ ରଖେ ‘ଖେଚୁଡି’, ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ

ଆଜି ମକର ସଂକ୍ରାନ୍ତି। ଆଜିର ଦିନରେ ଲୋକମାନେ ଅନେକ ପରାମ୍ପରାକୁ ପାଳନ କରନ୍ତି। ଆଜିର ଏହି ପର୍ବରେ ଖେଚୁଡି ବହୁତ ଅଧିକ ମହତ୍ତ୍ୱ ରଖେ। ଆଜି ଓଡିଶାରେ ଅନେକ ଘର ମାନଙ୍କରେ ଖେଚୁଡି ପ୍ରସ୍ତୁତ କରାଯାଏ। ଲୋକମାନେ ମଧ୍ୟ ଖେଚୁଡି ଖାଇବାକୁ ବହୁତ ପସନ୍ଦ କରନ୍ତି। ଆପଣଙ୍କ ପାଇଁ ଆଜି ଆମେ ନେଇଆସିଛୁ ଖେଚୁଡି ରେସିପି, ଯାହାକୁ ଆପଣ ମାତ୍ର କେଇ ମିନିଟରେ ପ୍ରସ୍ତୁତ କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଖେଚୁଡି।

ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ – ୨୦୦ ଗ୍ରାମ

ବିରି ଡାଲି – ୧୫୦ ଗ୍ରାମ

ଘିଅ – ୨ ବଡ ଚାମଚ

ଲୁଣ – ସ୍ୱାଦାନୁସାରେ

ଧନିଆ ପତ୍ର – ଅଳ୍ପ

ହେଙ୍ଗୁ – ଚିମୁଟାଏ

ଜୀରା – ୧ ଛୋଟ ଚାମଚ

କଞ୍ଚା ଲଙ୍କା – ୨ଟି କଟା ହୋଇଥିବା

ଅଦା – ୧ ଇଞ୍ଚ

ହଳଦି ପାଉଡର – ୧/୨ ଛୋଟ ଚାମଚ

ମଟର ଦାନା – ୧ ଛୋଟ କପ୍‌

ପ୍ରସ୍ତୁତି ପ୍ରଣାଳୀ

-ଅଳ୍ପ ପାଣି ନେଇ ଚାଉଳକୁ ଭିଜାଇ ଦିଅନ୍ତୁ। ଏହାପରେ ଚାଉଳକୁ ଧୋଇ ଛାଣି ନିଅନ୍ତୁ।

-କୁୁରରେ ଘିଅ ପକାଇ ଗରମ କରନ୍ତୁ। ଏହାପରେ ଜୀରା ଏବଂ ହେଙ୍ଗୁ ପକାନ୍ତୁ। ଜୀରା ଫୁଟିଗଲା ପରେ କଞ୍ଚା ଲଙ୍କା, ହଳଦି ପାଉଡର ଓ ମଟର ଦାନା ପକାଇ ୨ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଏହି ମସଲାରେ ଚାଉଳକୁ ଧୋଇ ପକାନ୍ତୁ ଏବଂ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଚାମଚରେ ଚଲାନ୍ତୁ।

-ଡାଲି ଏବଂ ଚାଉଳର ମାତ୍ରାର ଚାରି ଗୁଣା ପାଣି ଦିଅନ୍ତୁ। କୁକର ବନ୍ଦ କରନ୍ତୁ। ଗୋଟିଏ ସିଟି ମାରିବା ପରେ ୫ ମିନିଟ୍ ପର୍ଯ୍ୟନ୍ତ ଧୀମା ଗ୍ୟାସରେ ଖେଚୁଡିକୁ ରାନ୍ଧନ୍ତୁ। ଏବେ ଗ୍ୟାସ ବନ୍ଦ କରିଦିଅନ୍ତୁ।

-କୁକରରେ ବାଷ୍ପ ବାହାରିଗଲା ପରେ କୁକରର ଢ଼ାଙ୍କଣା ଖୋଲି ଦିଅନ୍ତୁ। ଏବେ ଆପଣ ଏକ ପ୍ଲେଟକୁ କାଢ଼ି ସେଥିରେ ଧନିଆ ପତ୍ର ପକାଇ ସର୍ଭ କରନ୍ତୁ।

Pritiparna

Recent Posts

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

8 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

24 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

33 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

41 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

58 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago