ସ୍ୱାଦ ସହିତ ସ୍ୱାସ୍ଥ୍ୟକର ମୁଗ ଡାଲି ସୁପ୍‌, ଓଜନ ଉପରେ ରହିବ କଣ୍ଟ୍ରୋଲ

ଆବଶ୍ୟକ ସାମଗ୍ରୀ

  • ମୁଗ ଡାଲି – ୧/୪ କପ୍‌
  • ଅଦା ଖଣ୍ଡ – ଏକ ଇଞ୍ଚ୍‌
  • ଘିଅ – ୧ ଟେବୁଲ ଚାମଚ
  • ଜିରା – ୧/୨ ଚାମଚ
  • ପାଣି – ଦେଢ଼ କପ୍‌
  • କଟା ପରିବା – ଅଧା ଗିନା (ଆପଣ ଯାହା ପକାଇବାକୁ ଚାହିଁବେ)
  • ଲୁଣ – ସ୍ୱାଦାନୁସାରେ
  • ଗୋଲମରୀଚ ପାଉଡର – ୧/୪ ଚାମଚ
  • ସୁଣ୍ଠି – ଚିମୁଟାଏ
  • ଜିରା ପାଉଡର – ୧/୨ ଚାମଚ
  • କସ୍ତୁରୀ ମେଥି – ୧/୨ ଚାମଚ
  • ଜୁଆଣୀ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଏକ ପାତ୍ରରେ ପାଣି ଦେଇ ଡାଲି ଭିଜାଇ ରଖନ୍ତୁ।
  2. ୨ ଘଣ୍ଟା ପର୍ଯ୍ୟନ୍ତ ଡାଲିକୁ ଭିଜାଇବାକୁ ଛାଡନ୍ତୁ।
  3. ଏକ ପ୍ରେସର କୁକର ନିଅନ୍ତୁ ଏବଂ ସେଥିରେ ଦେଶୀ ଘିଅ ଗରମ କରନ୍ତୁ।
  4. ଏବେ ଏଥିରେ ଜିରା ପକାଇ ଦିଅନ୍ତୁ। ଏହାପରେ କାଟି ରଖିଥିବା ଛୋଟ ଅଣ୍ଡା ଖଣ୍ଡକୁ ବି ପକାଇ ଦିଅନ୍ତୁ।
  5. ଏହାସହିତ ପରିବା ମଧ୍ୟ ପକାଇ ଦିଅନ୍ତୁ ଏବଂ ଏହାକୁ ୨ ମିନିଟ୍‌ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।
  6. ବଳକା ରହିଥିବା ପାଣିକୁ ଦେବା ପରେ ପ୍ରେସର କୁକରର ଢ଼ାଙ୍କୁଣୀ ଲଗାଇ ଦିଅନ୍ତୁ ଏବଂ ୧-୨ ସିଟି ବାଜିବା ପାଇଁ ଛାଡନ୍ତୁ।
  7. ବାମ୍ଫ ବାହାରିବା ପରେ ଡାଲି ଯେତେବେଳେ ଭଲଭାବେ ମିଶିଯିବ ସେତେବେଳେ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ।
  8. ଏହାକୁ ନେଇ ଗ୍ରାଇଣ୍ଡରରେ ପେଷ୍ଟ କରିଦିଅନ୍ତୁ।
  9. ଏହାପରେ ଏକ ପ୍ୟାନ ଗରମ କରି ପ୍ରସ୍ତୁତ ପ୍ୟୁରକୁ ପ୍ୟାନରେ ପକାଇ ଦିଅନ୍ତୁ।
  10. ଥରେ ଫୁଟି ଆସିବା ପରେ ସେଥିରେ ଲୁଣ-ଗୋଲମରୀଚ ପକାଇ ଦିଅନ୍ତୁ।
  11. ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ହେଲଦି ମୁଗ ଡାଲି ସୁପ୍‌। ଏହାକୁ ଗରମା ଗରମ ବ୍ରେଡ୍‌ ସହିତ ସର୍ଭ କରନ୍ତୁ।
  12. ଏହାକୁ ଧନିଆ ପତ୍ରରେ ସଜାଇ ଖାଇବା ପାଇଁ ପରଷନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.