ଆପଣଙ୍କୁ ତ ରସଗୋଲାର ସ୍ୱାଦ ଜଣାଥିବ। ରସଗୋଲାର ମିଠା ସ୍ୱାଦ ସବୁ ଲୋକଙ୍କୁ ପସନ୍ଦ। ରସଗୋଲାକୁ ମିଠାମାନଙ୍କର ରାଜା କୁହାଯାଏ। ବହୁତ ଲୋକଙ୍କର ଇଚ୍ଛା ଥାଏ ଏହାକୁ ଘରେ ପ୍ରସ୍ତୁତ କରି ଖାଇବା ପାଇଁ କିନ୍ତୁ କେମିତି ବନାଇବେ ଏହା ଭାବି ରହିଯାଆନ୍ତି। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାକୁ ଟେଷ୍ଟୀ ରସଗୋଲା ବନାଇବାର ବିଦ୍ଧି।
କ୍ଷୀର- ୧ ଲିଟର
ଚିନି – ୩୦୦ ଗ୍ରାମ
ଲେମ୍ବୁ ରସ – ୫ ଏମଏଲ
ଗୋଲାପ ସିରକା – ୩ ବୁନ୍ଦା
ପାଣି – ୧ ଲିଟର
ରସଗୋଲା ବନାଇବା ପାଇଁ ସର୍ବପ୍ରଥମେ ଏକ ପ୍ୟାନରେ ପାଣି ନେଇ ଚିନି ପକାଇ ଫୁଟାନ୍ତୁ। ଏହାପରେ କ୍ଷୀରକୁ ମଧ୍ୟ ଫୁଟାନ୍ତୁ। ଏବେ ଫୁଟୁଥିବା କ୍ଷୀରରେ ଲେମ୍ବୁ ରସ ମିଶାଇ କ୍ଷୀରକୁ ଛିଡାଇ ଛେନା ବନାନ୍ତୁ। ଏହାପରେ ତଳକୁ ଓହ୍ଲାଇ ଏକ ସୂତା କପଡାରେ ଛାଣି ଦିଅନ୍ତୁ। ଛେନାରୁ ଭଲଭାବେ ପାଣି ବାହାର କରିଦିଅନ୍ତୁ। ଏବେ ଏହି ଛେନାକୁ ଚକଟନ୍ତୁ। ଭଲଭାବେ ମସକା ଦେଇ ଏହାକୁ ଗୋଲ ଗୋଲ ଆକାରରେ ବନାନ୍ତୁ। ଏବେ ଏହାକୁ ଫୁୂଟାଇ ରଖିଥିବା ଚିନି ସିରାରେ ପକାଇ ୧୫ ମିନିଟ୍ ଫୁଟାନ୍ତୁ। ଏହାପରେ ଆଞ୍ଜକୁ ବନ୍ଦ କରି ଥଣ୍ଡା ହେବା ପାଇଁ ରଖନ୍ତୁ। ଏହାକୁ ପାଖାପାଖି ୨ ଘଣ୍ଟା ପଯ୍ୟର୍ନ୍ତ ଥଣ୍ଡା କରିବାକୁ ଦିଅନ୍ତୁ। ଏହାକୁ ଦେବା ପୂର୍ବରୁ ସିରାରେ ନିଶ୍ଚୟ ଭିଜାନ୍ତୁ।
କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…
ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…
କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…
ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ । ଭୁବନେଶ୍ବର ତମାଣ୍ଡୋରେ…
ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…