ଖରା ଏବଂ ଝାଳ ଯୋଗୁ କେଶ ଖରାପ ହୋଇଯାଉଛି କି ? ଫଲୋ କରନ୍ତୁ ଏହି ୪ଟି ଉପାୟ

ଆପଣଙ୍କ କେଶ ଆପଣଙ୍କ ଚେହେରାର ସୁନ୍ଦରତାକୁ ବଢାଇଥାଏ । ସମସ୍ତେ ଲମ୍ବା ମୋଟା କେଶ ଚାହାଁନ୍ତି । ଆଜିକାଲି ଲୋକମାନେ ସେମାନଙ୍କର କେଶକୁ ଲମ୍ବା ଏବଂ ଚମକଦାର କରିବା ପାଇଁ ଅନେକ ପ୍ରକାରର ଜିନିଷ ବ୍ୟବହାର କରୁଛନ୍ତି । କିନ୍ତୁ ଖରାପ ଲାଇଫ୍‌ଷ୍ଟାଇଲ୍‌ ଏବଂ ପାଣିପାଗର ପ୍ରଭାବ କେଶକୁ କ୍ଷତି ପହଞ୍ଚାଉଛି । ଗ୍ରୀଷ୍ମରେ, ଖରା ଏବଂ ଝାଳ ହେତୁ କେଶ ନଷ୍ଟ ହେବା ସହ କୁଣ୍ଡେଇ ହେଉଛି ଏବଂ ଖରାପ୍‌ ହୋଇଯାଉଛି । ଏପରି ପରିସ୍ଥିତିରେ, କେଶଗୁଡ଼ିକ ଶୀଘ୍ର ଝଡିବା ଆରମ୍ଭ କରୁଛି । ତେବେ ଝାଳ ଯୋଗୁ କେଶ ଓଦା ହେବା ସହ କୁଣ୍ଡେଇ ମଧ୍ୟ ହେଉଛି । ଏପରି ପରିସ୍ଥିତିରେ, ଗ୍ରୀଷ୍ମ ଋତୁ ଆସିବା ମାତ୍ରେ କେଶର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ ହୋଇଯାଏ । ଏହା କେଶକୁ ଭଲ ରଖିଥାଏ ଏବଂ ଝଡିବା କମ୍‌ ହୋଇଥାଏ ।

ଜାଣନ୍ତୁ ଗ୍ରୀଷ୍ମରେ କିପରି କେଶର ଯତ୍ନ ନେବେ :
ତେଲ ଲଗାନ୍ତୁ : ଗ୍ରୀଷ୍ମ ସମୟରେ କେଶ ପାଇଁ ତେଲ ଅତ୍ୟନ୍ତ ଜରୁରୀ ହୋଇଥାଏ । ତଥାପି, କିଛି ଲୋକ ଗ୍ରୀଷ୍ମରେ ତେଲ ଲଗାଇବା ଠାରୁ ଦୂରେଇ ରୁହାନ୍ତି, ଯେଉଁ କାରଣରୁ କେଶ ନଷ୍ଟ ହୋଇଯାଏ । ଗ୍ରୀଷ୍ମରେ, କେଶ ଏବଂ ମୂଳରେ ଆର୍ଦ୍ରତା ଯୋଗାଇବା ପାଇଁ ତେଲ ଲଗାଇବା ଆବଶ୍ୟକ ହୋଇଯାଏ । ସେଥିପାଇଁ ସପ୍ତାହରେ ଅତି କମରେ ଦୁଇଥର ତେଲ ଲଗାନ୍ତୁ ।

କଣ୍ଡିସନର ଜରୁରୀ : ଗ୍ରୀଷ୍ମରେ କେଶ ପାଇଁ କଣ୍ଡିସନର ଜରୁରୀ ହୋଇଥାଏ । କେଶର ଭିତରେ କଣ୍ଡିସନର ପାଇଁ ଆପଣ କ୍ଷୀର ବ୍ୟବହାର କରିପାରିବେ । ଏକ ପାତ୍ରରେ କିଛି କ୍ଷୀର ନିଅନ୍ତୁ ଏବଂ ଏହାକୁ ନିଜ କେଶ ଏବଂ ମୂଳରେ ହାତରେ ଲଗାନ୍ତୁ । ତେଲ ପରି କ୍ଷୀର ଲଗାନ୍ତୁ ଏବଂ ତାପରେ କିଛି ସମୟ ପରେ କେଶକୁ ପାଣିରେ ଧୋଇ ଦିଅନ୍ତୁ ।

ଟାୱେଲ ହିଟିଂ : ଯଦି ଆପଣ ସ୍ପା ପାଇଁ ଯାଆନ୍ତି ନାହିଁ ତେବେ ଘରେ କେଶକୁ ଟାୱେଲ ହିଟିଂ ଦେବା ଉଚିତ । ଏହାଦ୍ୱାରା କେଶ ଭଲ ରହିବ । ଏଥିପାଇଁ ଏକ ଟାୱେଲକୁ ଗରମ ପାଣିରେ ଭିଜାଇ ତାପରେ ତାକୁ ଚିପୁଟି ଦିଅନ୍ତୁ । ବର୍ତ୍ତମାନ ଏହି ଟାୱେଲରେ କେଶ ଘୋଡାଇ ଦିଅନ୍ତୁ । ଏହିପରି ପୋଷକ ତତ୍ତ୍ୱ କେଶର ମୂଳରେ ପହଞ୍ଚେ । ଯାହାର କେଶ ଉପରେ ସିଧାସଳଖ ପ୍ରଭାବ ପଡିଥାଏ ।

କେଶକୁ ଉପଯୁକ୍ତ ପୁଷ୍ଟିକର ପୋଷକ ଦିଅନ୍ତୁ : ଲୋକମାନେ କେଶର ଯତ୍ନ ନେବାକୁ ଭୁଲିଯାଆନ୍ତି, କିନ୍ତୁ ଗ୍ରୀଷ୍ମରେ ଆପଣ ରାତିରେ ଶୋଇବା ପୂର୍ବରୁ କେଶରେ ଆଲୋ ଭେରା ଜେଲ ସହିତ ମିଶ୍ରିତ ଗୋଲାପ ଜଳ ପ୍ରୟୋଗ କରିବା ଉଚିତ୍ । ଆପଣ ଏଥିରେ ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ । ଏପରି ଭାବେ ଆପଣ ନିଜ କେଶକୁ ହେଲଦି ରଖିପାରିବେ । ଏହାକୁ ବ୍ୟବହାର କରି ଆପଣ ନିଜ କେଶକୁ ଖରାରୁ ରକ୍ଷା କରିପାରିବେ । ଏହା ବ୍ୟତୀତ ସପ୍ତାହରେ ଥରେ ନିଜ କେଶରେ ଦହି ଲଗାଇବା ଉଚିତ୍ ।

You might also like