ଖାଲି ଖାଇବା ନୁହଁ ଅଧିକ ଟ୍ରାଫିକ୍ ଶବ୍ଦରେ ମଧ୍ୟ ବଢ଼ିଥାଏ ମୋଟାପଣ

ବର୍ତ୍ତମାନ ପର୍ଯ୍ଯନ୍ତ ମୋଟା ହେବା ବା ଚର୍ବିଯୁକ୍ତ ହେବାର କାରଣ ଖାଇବା ଏବଂ ହରମୋନାଲ ପରିବର୍ତ୍ତନ କୁହାଯାଉଥିଲା। କିନ୍ତୁ ନିକଟରେ ହୋଇଥିବା ଏକ ସର୍ଭେରେ ଜଣାପଡ଼ିଛି ଅଧିକ ଟ୍ରାଫିକରେ ଶବ୍ଦରେ ରହିବା ମଧ୍ୟ ମୋଟାପଣର କାରଣ ପାଲଟିଥାଏ। ବ୍ରାର୍ସେଲିନର ଇନଷ୍ଟିଟ୍ଯୁଟ ଅଫ୍ ଗ୍ଳୋବାଲ ହେଲଥର ରିସର୍ଚ୍ଚରେ ଖୁଲାସା ହୋଇଛି ଅଧିକ ସମୟ ଟ୍ରାଫିକ ଶବ୍ଦରେ ରହିବା ଲୋକଙ୍କୁ ମୋଟା କରାଇଥାଏ । ଏଥିସହ ଜଣାପଡ଼ିଛି, ୧୦ ଡ଼େସିବଲ ଶବ୍ଦରେ ରହୁଥିବା ଲୋକଙ୍କ ନିକଟରେ ୧୭ ପ୍ରତିଶତ ଅଧିକ ମୋଟାପଣ ଦେଖାଯାଇଥାଏ।

traffic

ଖାଲି ବ୍ରାର୍ସେଲିନ ନୁହଁ ବରଂ ଏନଭାଇରୋଲମେଣ୍ଟ ଇଣ୍ଟରନ୍ଯାସନାଲର ଜଣେ ରିସର୍ଚ୍ଚର ମାରିଆ ଫୋରେଷ୍ଟର ମଧ୍ୟ ତାଙ୍କର ଏକ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି। ଅଧିକ ଶବ୍ଦରେ ରହିବା ଦ୍ବାରା ଲୋକ ଚିନ୍ତିତ ଅନୁଭବ କରିବା ସହ ଶୋଇବାରେ ଅସୁବିଧା ଅନୁଭବ କରିଥାନ୍ତି। ଯାହା ଫଳରେ ରକ୍ତଚାପ ବଢ଼ିବା ସହ ହରମୋନାଲ ପରିବର୍ତ୍ତନ ମଧ୍ୟ ହୋଇଥାଏ । ଯାହା ଫଳରେ ଅଧିକ ରୋଗଗ୍ରସ୍ତ ହେବା ସହ ମୋଟା ହେବା ଭଳି ଅସୁବିଧା ମଧ୍ୟ ଦେଖାଯାଇଥାଏ। ଏପରିକି ଅଧିକ ଶବ୍ଦରେ ରହିବା କାରଣରୁ ହୃଦ ସମ୍ବନ୍ଧୀୟ ସମସ୍ଯା ମଧ୍ୟ ଦେଖାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.