ବାସ୍ତୁ ଅନୁସାରେ ଘରର ଏହି ଦିଗରେ ରଖନ୍ତୁ ଷ୍ଟଡି ଟେବଲ, ପଢ଼ାରେ ମିଳିବ ସଫଳତା

ସନାତନ ଧର୍ମରେ ବାସ୍ତୁ ଶାସ୍ତ୍ରକ ଏକ ପ୍ରାଚୀନ ବିଜ୍ଞାନ ଭାବେ ମାନ୍ୟତା ରହିଛି । ଏହା ଆମ ଜୀବନରେ ବହୁତ କିଛି ପ୍ରଭାବ ପକାଇଥାଏ । ବହୁତ ପରିଶ୍ରମ ଓ ପ୍ରଚେଷ୍ଟା ସତ୍ତ୍ୱେ ଯଦି ଆମେ କୌଣସି କାମରେ ସଫଳତା ପାଉନାହାଁନ୍ତି, ତେବେ ଘରେ କିଛି ନା କିଛି ବାସ୍ତୁ ଦୋଷ ରହିଛି । ତେଣୁ ବାସ୍ତୁ ସମ୍ପର୍କରେ ଜାଣିବା ନିହାତି ଜରୁରୀ ହୋଇଥାଏ |

ବାସ୍ତୁ ଅସୁବିଧା ରହିଲେ ପଢ଼ାରେ ପିଲାଙ୍କ ମନ ଲାଗି ନଥାଏ । ବହୁ ସମୟରେ କଠିନ ପରିଶ୍ରମ କଲେ ମଧ୍ୟ ପିଲା ମନ ମୁତାବକ ରେଜଲ୍ଟ ଆଣନ୍ତି ନାହିଁ । ପଢ଼ାଇରେ ମନ ଲାଗିବା ପାଇଁ ବାସ୍ତୁ ଶାସ୍ତ୍ରରେ କେତେ ପ୍ରକାର ଉପାୟ ଦିଆଯାଇଛି । ସେଥିରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପିଲାଙ୍କ ଷ୍ଟଡି ଟେବଲ୍‌ । ଆସନ୍ତୁ ଜାଣିବା ଷ୍ଟଡି ଟେବଲ ସମ୍ପର୍କିତ କିଛି ତଥ୍ୟ ।

ପଢ଼ା ପାଇଁ କିଛି ବାସ୍ତୁ ଟିପ୍ସ :

ଯଦି ଷ୍ଟଡି ଟେବଲ କାଠରେ ତିଆରି ହୋଇଥିବ, ତେବେ ଏହାକୁ ଘରର ପୂର୍ବ ଦିଗ ବା ଅଗ୍ନିକୋଣ ବା ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ୍‌ । ଯଦି ଷ୍ଟଡି ଟେବଲ ଅନ୍ୟ ଧାତୁ ଯେପରି ଲୁହା ଆଦି ଧାତୁରେ ହୋଇଥାଏ, ଏଥିପାଇଁ ପଶ୍ଚିମ ଦିଗ ବା ବାୟବ କୋଣ କିମ୍ବା ଉତ୍ତର –ପଶ୍ଚିମ କୋଣ ବାଛନ୍ତୁ ।

ଯଦି ପିଲା ଡ୍ରଇଙ୍ଗ ରୁମରେ ପଢ଼ୁଛନ୍ତି,ତେବେ ଷ୍ଟଡି ଟେବଲ ଇଶାନ, ଉତ୍ତର ବା ଉତ୍ତର-ପଶ୍ଚିମ ବା ବାୟବ କୋଣରେ ରହିବା ଉଚିତ୍‌ । ସେହିପରି ବହିର ର‍୍ୟାକ୍‌ ପଶ୍ଚିମ ବା ଦକ୍ଷିଣ ଦିଗରେ ରଖିବା ଶୁଭ ହୋଇଥାଏ । ତେବେ ଟେବଲ କାନ୍ଥକୁ ଲଗାଇ ରଖିବା ଉଚିତ୍‌ ନୁହେଁ ।

ଯେବେ ବି ଷ୍ଟଡି ଟେବଲ ଘରେ ରଖୁଛନ୍ତି ଏହାର ଆକାର ଉପରେ ଜରୁର ଧ୍ୟାନ ଦିଅନ୍ତୁ । ବାସ୍ତୁ ଅନୁସାରେ ଷ୍ଟଡି ଟେବଲ ଆକାର ଚଉକଣିଆ ବା ଆୟତକାର ହେବା ଉଚିତ୍‌ । ପିଲାଙ୍କ ଏକାଗ୍ରତା କାଏମ ରଖିବା ପାଇଁ ଚଉକଣିଆ ଷ୍ଟଡି ଟେବଲ ସବୁଠୁ ଭଲ ହୋଇଥାଏ । ଯଦି ଟେବଲ ଆୟତକାର ହୋଇଥାଏ ତେବେ ଲମ୍ବା ଓ ଚଉଡାର ଅନୁପାତ ୧:୨ ରୁ ଅଧିକା ରହିବା ଉଚିତ୍‌ ନୁହେଁ ।

ଷ୍ଟଡି ରୁମରେ କୌଣସି ବିମ ବା କେବିନେଟ ରହିବା ଉଚିତ୍‌ ନୁହେଁ । ଷ୍ଟଡି ଟେବଲ ଉପର ସ୍ଥାନ ଖାଲି ହେବା ଦରକାର । ଷ୍ଟଡି ଟେବଲ ଓ ଚେୟାରର ଉପର ସ୍ଥାନ ଖାଲି ହେବା ଦରକାର । ଷ୍ଟଡି ଟେବଲ ଓ ଚେୟାର ଠିକ୍‌ ପଛରେ ଦ୍ୱାର ରହିବା ଉଚିତ୍‌ ନୁହେଁ । ଷ୍ଟଡି ଟେବଲ ଆଗରେ ଏକ ଖୋଲା ସ୍ଥାନ ରହିବା ଦରକାର ।

ଷ୍ଟଡି ଟେବଲ ଆଗ ସ୍ଥାନ ଖାଲି ନହେବା ଦରକାର । ତେଣୁ ଷ୍ଟଡି ଟେବଲ ଆଗରେ ଥିବା ଖାଲି ସ୍ଥାନରେ କୌଣସି ଭଲ ଫଟୋ ବା ପଢ଼ା ସମ୍ପର୍କିତ ସାମଗ୍ରୀର ଫଟୋ ଟଙ୍ଗାନ୍ତୁ । ଯଦି ଷ୍ଟଡି ଟେବଲରେ ଲ୍ୟାମ୍ପ ରଖିବାକୁ ଚାହୁଁଛନ୍ତି ତ ଏହାକୁ ଟେବଲର ବାମ ଭାଗରେ ରଖନ୍ତୁ । ଟେବଲର ଦକ୍ଷିଣ-ପୂର୍ବ ବା ଉତ୍ତର- ପଶ୍ଚିମରେ ଲ୍ୟାମ୍ପ ରଖିବା ଦରକାର ।

ଷ୍ଟଡି ରୁମକୁ ସର୍ବଦା ସଫା ଓ ଶୁଦ୍ଧ ରଖିବାକୁ ପ୍ରୟାସ କରିବା ଉଚିତ୍‌ । ମନର ଏକାଗ୍ରତା ପାଇଁ ସେଠାରେ ଗୋଲାପ ବା ଚନ୍ଦନର ଧୂପ ଲଗାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.