ପୂର୍ବଜନ୍ମର ଉତ୍ତମ କର୍ମରୁ ଧନବାନ ହୋଇଥାନ୍ତି ଏଭଳି ହସ୍ତରେଖା ଥିବା ବ୍ୟକ୍ତି

ହସ୍ତରେଖା ବା ହାତରେଖାରେ ଅନେକ ପ୍ରକାରର ଚିହ୍ନ ରହିଥାଏ। ଯାହାକୁ ଲୋକମାନେ ସହଜରେ ପଢ଼ିପାରନ୍ତି। ସେହିଭଳି ଏକ ଚିହ୍ନ ହେଉଛି ଏମ୍‌। ଭାଗ୍ୟ ରେଖା, ଜୀବନ ରେଖା ଏବଂ ମସ୍ତିଷ୍କ ରେଖା ମିଶି ହାତରେ ଏମ୍‌ ଭଳି ଚିହ୍ନ ସୃଷ୍ଟି କରିଥାନ୍ତି। ଏଭଳି ହସ୍ତରେଖା ଥିବା ବ୍ୟକ୍ତି ବହୁତ ଧନ ଅର୍ଜନ କରିଥାନ୍ତି। ଏହି ରେଖାର ଅନ୍ୟ ଏକ ତାତ୍ପର୍ଯ୍ୟ ହେଉଛି ବିବାହ ପରେ ଏଭଳି ହସ୍ତରେଖା ଥିବା ବ୍ୟକ୍ତିଙ୍କ ଜୀବନରେ ଧନର ପ୍ରବାହ ଦୃତଗତିରେ ବୃଦ୍ଧି ପାଇଥାଏ। ଏମାନେ ବିବାହ ପରେ ଚାକିରି କିମ୍ବା ବ୍ୟବସାୟରେ ଉନ୍ନତି କରିଥାନ୍ତି।

ଜ୍ୟୋତିଷଙ୍କ କହିବାନୁସାରେ, କିଛି ଲୋକଙ୍କ ହାତରେ ଥିବା ଭାଗ୍ୟରେଖା ଧନ ରେଖା ସଦୃଶ କାର୍ଯ୍ୟ କରିଥାଏ। ଯେଉଁ ବ୍ୟକ୍ତିଙ୍କ ହାତରେ ମଣିବନ୍ଧଠାରୁ ସିଧା ରେଖା ଶନି ପର୍ବତ ପର୍ଯ୍ୟନ୍ତ ପହଞ୍ଚିଥାଏ, ତାଙ୍କୁ ହଠାତ୍‌ ଧନ ଲାଭ ହୋଇଥାଏ। ଏହି ବ୍ୟକ୍ତି ପୂର୍ବଜନ୍ମର ଭଲ କର୍ମର ଫଳ ସ୍ୱରୂପ ହଠାତ୍‌ ଧନବାନ ହୋଇଥାନ୍ତି। ଏଭଳି ଲୋକଙ୍କ ସଫଳତା ପଛରେ ପରିଶ୍ରମ ଠାରୁ ଅଧିକ ଭାଗ୍ୟର ହାତ ଥାଏ।

ଏହାସହ ପଢନ୍ତୁ: ଗର୍ଭାବସ୍ଥାରେ ପ୍ରତିଦିନ ପିଅନ୍ତୁ ଡାଳିମ୍ବ ରସ, ଶିଶୁକୁ ମଧ୍ୟ ହେବ ଫାଇଦା

ସେହିଭଳି ଆଙ୍ଗୁଠି ପାଖରୁ ବାହାରିଥିବା ରେଖା ଯଦି ତର୍ଜନୀ ଅର୍ଥାତ୍‌ ଗୁରୁ ପର୍ବତ ପାଖରେ ପହଞ୍ଚିଥାଏ, ତେବେ ବ୍ୟକ୍ତି ଜଣକ ବୁଦ୍ଧିମାନ ଓ ଚତୁର ହୋଇଥାନ୍ତି। ଏଭଳି ବ୍ୟକ୍ତି ନିଜ ଯୋଗ୍ୟତା ବଳରେ ଧନ ଅର୍ଜନ କରିଥାନ୍ତି।