ଘରର ବାସ୍ତୁ ଦୋଷ ହୋଇପାରେ ଅକାଳ ମୃତ୍ୟୁର କାରଣ! ଏପରି ଅଘଟଣକୁ ଟାଳିବା ପାଇଁ ଆପଣାନ୍ତୁ ଏହି ଉପାୟ

bastuଦିଗର ମହତ୍ତ୍ବ ବିଷୟରେ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି । ଉଚିତ ଦିଗରେ ଉଚିତ ଜିନିଷ ରଖିବା ଦ୍ବାରା ଶୁଭ ଫଳ ମିଳିଥାଏ । ଯଦି ଘରର ବାସ୍ତୁରେ ଦୋଷ ଥାଏ, ତେବେ ଏହାର ଖରାପ ପ୍ରଭାବ ଘରେ ରହୁଥିବା ସଦସ୍ୟଙ୍କ ଉପରେ ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ନୈରୁତ୍ୟ ଦିଗ ଯଥା ପଶ୍ଚିମ-ଦକ୍ଷିଣରେ ଦୋଷ ଥାଏ, ଏହାର ପରିଣାମ ଘାତକ ହୋଇଥାଏ । ଏହି ଦିଗରେ ଦୋଷ ଥିବାରୁ ସେଠାରେ ରହୁଥିବା ମଣିଷଙ୍କର ଅକାଳ ମୃତ୍ୟୁ ହେବାର ସବୁଠାରୁ ଅଧିକ ଆଶଙ୍କା ରହିଥାଏ । ଏଥିପାଇଁ ଏହି ଦୋଷକୁ ତୁରନ୍ତ ଠିକ କରିବାର ଉପାୟ ଜାଣି ରଖନ୍ତୁ ।

ଏହା ସହ ପଢ଼ନ୍ତୁ ଜିନ୍ସ ପିନ୍ଧୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ ଭୋଗି ପାରନ୍ତି ଏହି ଅସୁବିଧା

ଉପାୟ

  • ଯେଉଁ ଘରର ପୁର୍ବ ଦିଗରେ ମୁଖ୍ୟ ଦ୍ବାର ଏବଂ ପୁର୍ବ-ଦକ୍ଷିଣ ଦିଗରେ ଅନ୍ୟ ଏକ ଦ୍ବାର ଥାଏ ଏବଂ ଏୖଶାନ୍ୟ କୋଣ କ୍ଷତିଗ୍ରସ୍ତ ଥାଏ, ତେବେ ସେଠାରେ ରହୁଥିବା ସଦସ୍ୟଙ୍କୁ ହ୍ରୁଦଘାତ, ସଡକ ଦୁର୍ଘଟଣା ବା ଆତ୍ମହତ୍ୟା ଯଥା ଅକାଳ ମୃତ୍ୟୁର ଆଶଙ୍କା ବଢ଼ି ଯାଇଥାଏ।
  • ଯଦି ଘରର ଉତ୍ତର-ପଶ୍ଚିମ ସ୍ଥାନରେ କୂଅ ଏବଂ ପଶ୍ଚିମ ନୈରୁତ୍ୟ ଦିଗରେ କବାଟ ଥାଏ,ତେବେ ସେହି ଘରର ମୁଖିଆଙ୍କର ଆତ୍ମହତ୍ୟା କରିବାର ଆଶଙ୍କା ବଢ଼ି ଯାଇଥାଏ।
  • ଯେଉଁ ଘରର ପଶ୍ଚିମରେ ଚାରି ଦ୍ବାର ଥାଏ ଏବଂ ଦକ୍ଷିଣ-ନୈରୂତ୍ୟ ଦିଗରେ ଫାଟକ ଥାଏ। ସେହିଭଳି ଘରେ ରହୁଥିବା ଲୋକମାନେ ଆତ୍ମହତ୍ୟା କରିପାରନ୍ତି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.