ଲାଇଫ୍ ଷ୍ଟାଇଲ୍

ଅଚାନକ ଆପଣଙ୍କର ଝାଳ ବୋହୁଛିକି, ତେବେ ଜାଣି ରଖନ୍ତୁ ଆପଣଙ୍କ ଶରୀରରେ ଅଛି ଗମ୍ଭୀର ସମସ୍ୟା

ଖରାଦିନେ ଅଧିକ ପରିଶ୍ରମ କଲେ ଝାଳ ବୋହିବା ହେଉଛି ଅତି ସାଧାରଣ କଥା । କିଛି ଜଣଙ୍କର ତ ସବୁ ଋତୁରେ ଝାଳ ବୋହିଥାଏ । କିନ୍ତୁ ଯଦି ଜଣଙ୍କର ଅଚାନକ ଝାଳ ବାହାରୁଥାଏ ତେବେ ତାକୁ ନଜର ଅନ୍ଦାଜ କରିବା ଜମା ବି ଠିକ ନୁହେଁ । ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଅଚାନକ ଝାଳ ବାହାରିଲେ ଜାଣିରଖନ୍ତୁ କି ଆପଣଙ୍କ ଠାରେ ହୃଦରୋଗର କୌଣସି ସମସ୍ୟା ଅଛି । ଯଦି ସମୟ ଅନୁସାରେ ଏହା ଉପରେ ଧ୍ୟାନ ନ ଦିଆଯାଏ ତେବେ ଆପଣଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି । କିନ୍ତୁ ଯଦି ଉଚିତ ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା ଆରମ୍ଭ କରିଦିଆଯାଏ ତେବେ ହାର୍ଟଆଟାକ ହେବା ଜନିତ ଆଶଙ୍କାକୁ ଅନେକ ପରିମାଣରେ କମ କରିଦିଆ ଯାଇପାରେ । ବେଳ ଥାଉ ଥାଉ ଯଦି ସତର୍କତା ଅବଲମ୍ବନ ନକରାଯାଏ ତେବେ ଆଗକୁ ପରିସ୍ଥିତି ବିଗିଡି ଯାଇପାରେ ।

Themirror ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ହେଲ୍ଥ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ସାମାନ୍ୟରୁ ଅଧିକ କିମ୍ବା ଅଚାନକ ଝାଳ ବୋହିବାକୁ ବି ହାର୍ଟ ଆଟାକର ସଂକେତ ଭାବେ ଧରାଯାଏ । ଯଦି ଜଣେ କୌଣସି ଶାରୀରିକ ପରିଶ୍ରମ କରୁନାହାନ୍ତି ଓ ସେତେଟା ବି ଗରମ ନାହିଁ । ପ୍ରକୃତରେ ଯଦି ଜଣଙ୍କର ହୃଦୟରେ ସମସ୍ୟା ଥାଏ କିମ୍ବା ହାର୍ଟ ଆଟାକ ଆସୁଥାଏ ତେବେ ଜାଣି ରଖିବେ ତାଙ୍କ କରୋନାରୀ ଧମନୀ ହାର୍ଟ ଯାଏଁ ଭଲରେ ରକ୍ତ ସଂଚାଳନ କରିପାରୁନାହିଁ । ଯେବେକି ଏହି ସମୟରେ ଆମ ହୃଦୟକୁ ଅଧିକ ରକ୍ତର ଆବଶ୍ୟକତା ଥାଏ । ଏହି ସମୟରେ ଶରୀରର ତାପମାତ୍ରାକୁ ଠିକ ରଖିବା ପାଇଁ ଅଧିକ ଝାଳ ବୋହିଥାଏ ।

image credit: The Quint

ପ୍ରକୃତରେ ହାର୍ଟ ଆଟାକ ହେଉଛି ଏକ ସିରିୟସ ମେଡିକାଲ କଣ୍ଡିସନ । ଏମିତିରେ ମଣିଷକୁ ସମ୍ଭଳିବା ପାଇଁ ବି ଫୁରସତ ମିଳିନଥାଏ । ଆଉ କେବେ କେବେ ଜୀଵନ ବି ଚାଲିଯାଇପାରେ । କରୋନାରୀ ଧମନୀ ହାର୍ଟ ପର୍ଯ୍ୟନ୍ତ ରକ୍ତ ପହଞ୍ଚାଇବା କାମ କରିଥାଏ । ଏନର୍ଜ୍ଜି ତଥା ଅକ୍ସିଜେନ ଜରିଆରେ ଏହାକୁ ସତେଜ କରିଥାଏ । ହୃଦୟର ମାଂସପେଶୀ ଯାଏଁ ଠିକ ଭାବେ ରକ୍ତ ପହଞ୍ଚି ପାରେ ନାହିଁ । ଯେଉଁ କାରଣରୁ ହାର୍ଟ ଆଟାକ ଭଳି ସମସ୍ୟା ଦେଖାଦିଏ । ତେଣୁ ଯଦି ବିନା କୌଣସି କାରଣରେ ଆପଣଙ୍କର ଝାଳ ବାହାରୁଥାଏ ତେବେ ସତର୍କ ହୋଇଯନ୍ତୁ । ଆଉ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଆଉ ଯଦି ରାତି ସମୟରେ ମହିଳା ମାନଙ୍କର ଅଧିକ ଝାଳ ବାହାରୁଥାଏ ତେବେ ଏହା ହୃଦରୋଗର ଲକ୍ଷଣ ବୋଲି ଜାଣି ରଖନ୍ତୁ । ମେନୋପଜ ସମୟରେ କିମ୍ବା ଗରମରେ ଝାଳ ବୋହିବା ଅତି ସାଧାରଣ ।  କିନ୍ତୁ ଅନ୍ୟ ସମୟରେ ଏହି ଲକ୍ଷଣ ଦେଖାଦେଲେ ସତର୍କ ହେବା ଜରୁରୀ ।

ହାର୍ଟ ଆଟାକର ଅନ୍ୟ ସବୁ ଲକ୍ଷଣ:

– ଛାତିରେ ଯନ୍ତ୍ରଣା ହେବା

– ହାତରେ ଦରଜ ହେବା

– ବେକ, ପିଠି ଆଦିରେ ଯନ୍ତ୍ରଣା ହେବା

– ନିଶ୍ୱାସ ନେବାରେ ଅସୁବିଧା ହେବା

– ମୁଣ୍ଡ ବୁଲେଇଦେବା

– ଖାଦ୍ୟ ହଜମ ନ ହେବା

– ଥକ୍କା ଲାଗିବା

-ଡିମନେସିଆ ଦେଖାଦେବା

 

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

10 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

23 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

32 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

35 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago