ସୁଗାର ରହିବ କଣ୍ଟ୍ରୋଲ, ବାସ୍ ମଧୁମେହ ରୋଗୀଙ୍କୁ ପିଇବାକୁ ହେବ ଏହି ରସ

ଆମ ଦୈନ୍ୟନ୍ଦିନ ଜୀବନକୁ ନେଇ ଏକ ସମସ୍ୟା ହେଉଛି ଡାଇବେଟିସ । ଭୁଲ ଖାଦ୍ୟପେୟ ଏବଂ ଖରାପ ଲାଇଫ ଷ୍ଟାଇଲ ଯୋଗୁଁ ମଧୁମେହ ରୋଗୀଙ୍କ ସଂଖ୍ୟା ବି ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ସୁଗାର ସମସ୍ୟା ହେବାର ଏକ ବଡ କାରଣ ଜେନେଟିକ ବି ହୋଇପାରେ । ବ୍ଲଡ ସୁଗାର ଏକ ଏମିତି ରୋଗ, ଯାହା ଥରେ ହେଲେ ଆପଣଙ୍କୁ ଜୀବନ ସାରା ଏହି ରୋଗକୁ ସାଥିରେ ଧରି ଚାଲିବାକୁ ପଡିବ। ଯଦିଓ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଔଷଧର ବି ଆବଶ୍ୟକତା ପଡିଥାଏ ।
କିନ୍ତୁ କଣ ଆପଣ ଜାଣିଛନ୍ତି ପିଆଜ ରସକୁ ସେବନ କଲେ ମଧ୍ୟ ଡାଇବେଟିଜ୍ କଣ୍ଟ୍ରୋଲରେ ରହିପାରିବ । ଯଦି ଏହାର ଚମତ୍କାରୀ ଫାଇଦା ବିଷୟରେ ଜାଣିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ପିଆଜ ରସ ପିଇବାର ଫାଇଦା ବତାଇବୁ । ଯାହାକୁ ସେବନ କରି ଆପଣ ଡାଇବେଟିଜ୍ ଠାରୁ ନେଇ ଓଜନ ବଢ଼ିବା ପର୍ଯ୍ୟନ୍ତ ସମସ୍ୟାକୁ ନିୟନ୍ତ୍ରଣକୁ ଆଣିପାରିବେ । ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ପିଆଜ ରସର ଚମତ୍କାରୀ ଫାଇଦା ବିଷୟରେ ।
ପିଆଜ ରସ ପିଇବାର ଫାଇଦା
ଡାଇବେଟିଜକୁ କରେ କଣ୍ଟ୍ରୋଲ
ରିସର୍ଚ୍ଚ ଅନୁଯାୟୀ ଡାଇବେଟିଜ୍ ରୋଗୀ ପ୍ରତିଦିନ ୨ଟି ପିଆଜକୁ ନେଇ ତାର ରସ ବାହାର କରି ପିଇବା ଉଚିତ । ଏମିତି କଲେ ମଧୁମେହ ରୋଗୀଙ୍କ ଶରୀରରେ ବ୍ଲଡ ସୁଗାରର ସ୍ତର କଣ୍ଟ୍ରୋଲରେ ରହିଥାଏ ।
ଇମ୍ୟୁନିଟୀ ବଢ଼ିଥାଏ
ଯଦି ଆପଣ ପ୍ରତିଦିନ ସକାଳୁ ଖାଲି ପେଟରେ ପିଆଜ ରସ ସେବନ କରନ୍ତି ତାହେଲେ ଏହାଦ୍ୱାରା ଆପଣଙ୍କ ଇମ୍ୟୁନିଟୀକୁ ମଜବୁତ୍ ବନାଇବାରେ ସାହାଯ୍ୟ ମିଳିଥାଏ । ଏହାଦ୍ୱାରା ଆପଣ ଅନେକ ସିଜନାଲ ଡିଜିଜ୍ ଠାରୁ ମଧ୍ୟ ନିଜକୁ ଦୂରେଇ ରଖିପାରିବେ ।
ଓଜନ କମାନ୍ତୁ
ଯଦି ଆପଣ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ତାହେଲେ ଏଥିପାଇଁ ଆପଣ ପ୍ରତିଦିନ ପିଆଜ ରସକୁ ସେବନ କରିବା ଆରମ୍ଭ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଓଜନ ବହୁତ ଜଲଦି କମିବାକୁ ଲାଗିବ ।
ବ୍ଲଡ ପ୍ରେସରକୁ କରିବ କଣ୍ଟ୍ରୋଲ
ଯେଉଁ ଲୋକ ହାଇ ବ୍ଲଡ ପ୍ରେସର ସମସ୍ୟା ସହ ଜଡିତ, ସେମାନଙ୍କ ପାଇଁ ପ୍ରତିଦିନ ପିଆଜ ରସ ପିଇବା କୌଣସି ରାମବାଣ ଔଷଧି ଠାରୁ କମ୍ ହେବନାହିଁ । ପିଆଜ ରସ ହାଇପରଟେନସନ୍ ରୋଗୀଙ୍କ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣରେ ରଖିବା କାମ କରିଥାଏ ।
ଧଳା କେଶରୁ ମୁକ୍ତି ଦେଇଥାଏ
ଯଦି ଆପଣଙ୍କ କେଶ ସମୟ ପୂର୍ବରୁ ଧଳା ହୋଇ ହୋଇ ଯାଉଛି ତାହେଲେ ଏମିତିରେ ଆପଣ କେଶରେ ପିଆଜ ରସ ଲଗାଇପାରିବେ କିମ୍ବା ପିଇପାରିବେ । ଏପରି କରିବା ଦ୍ୱାରା ଆପଣଙ୍କ କେଶ କଳା ତ ରହିଥାଏ ତାସହିତ ଆପଣଙ୍କ କେଶର ଗ୍ରୋଥକୁ ବଢ଼ାଇବାରେ ଏହା ସାହାଯ୍ୟ କରିଥାଏ ।