ସୁନ୍ଦର ଓ ସୁସ୍ଥ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ସୁଜି ସ୍କ୍ରବ୍, ଜାଣନ୍ତୁ ବ୍ୟବହାର କରିବାର ଉପାୟ

ସୁନ୍ଦର ଓ ଆକର୍ଷଣୀୟ ଚେହେରା ପାଇବା ପାଇଁ ସମସ୍ତେ ଚାହନ୍ତି । କିନ୍ତୁ ବର୍ତ୍ତମାନ ଏତେ ମାତ୍ରାରେ ପ୍ରଦୂଷଣ ବଢିବାରେ ଲାଗିଛି ଯେ ଚେହେରା ମଧ୍ୟ ଠିକ ରହୁନାହିଁ । ଏମିତିକି ଅନେକ ପ୍ରକାର ଚର୍ମ ଜନିତ ରୋଗ ବାହାରୁଛି । ଖରା ର ଅଧିକ ତାପମାତ୍ରା ପାଇଁ ଓ ଧୂଳି ପ୍ରଦୂଷଣ ପାଇଁ ଆପଣଙ୍କ ଚେହେରାରେ ବ୍ଲାକ୍ହେଡ୍, ଟ୍ୟାନିଂ, ପିମ୍ପଲ୍ ଏବଂ ପିଗମେଣ୍ଟେସନ୍ ଭଳି ସମସ୍ୟା ଗୁଡିକ ଦେଖାଯାଏ । କାରଣ ମଣିଷର ମୁହଁର ଚର୍ମ ଅତି ସୂକ୍ଷ୍ମ ଥାଏ । ଆପଣ ଜାଣିଥିବେ ବର୍ତ୍ତମାନ କୋଭିଡ କେସ ମଧ୍ୟ ବଢିବାରେ ଲାଗିଛି । ଏହାରି ଭିତରେ ଲକ ଡାଉନ ଓ ସଟ ଡାଉନ ମଧ୍ୟ ବାରମ୍ବାର ହେଉଛି । ପୁଣି ଏହି ସମୟରେ ଅଧିକ ସମୟରେପାର୍ଲର ଯିବା ମଧ୍ୟ ଖରାପ କାରଣ ଏହା ଦ୍ୱାରା ଆପଣଙ୍କୁ ଅସୁବିଧା ହୋଇପାରେ । ହୁଏତ କରୋନାର ଶୀକାର ଆପଣ ହୋଇ ପାରନ୍ତି । ତେଣୁ ଘରୋଇ ଉପଚାର ବା ହୋମ ରେମେଡିଜ୍ ବ୍ୟବହାର କରିବା ଆବଶ୍ୟକ । ତେଣୁ ଆପଣ ଅନେକ ଘରୋଇ ସ୍କ୍ରବ ବ୍ୟବହାର କରିଥିବେ କିନ୍ତୁ ଆପଣ ଖାଉଥିବା ସୁଜିରୁ ମଧ୍ୟ ସ୍କ୍ରବ ପ୍ରସ୍ତୁତ କରିପାରିବେ । ବ୍ଲାକ୍ହେଡ୍, ଟ୍ୟାନିଂ, ପିମ୍ପଲ୍ ଏବଂ ପିଗମେଣ୍ଟେସନ୍ ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଫେସ ପାଇଁ ବ୍ୟବହାର କରିପାରିବେ, ଯାହାର ଭଲ ଫାଇଦା ମଧ୍ୟ ଆପଣ ପାଇବେ ।
ସୁଜି ସ୍କ୍ରବ୍ ପାଇଁ ଆବଶ୍ୟକୀୟ ସାମଗ୍ରୀ:

ସୁଜି – ୪ ଚାମଚ
ମୁଗ ଡାଲି ପେଷ୍ଟ – ଦୁଇ ଚାମଚ
ଦହି – ୩ ଚାମଚ
ବଟା ବାଦାମ ବା ବାଦାମ ପେଷ୍ଟ – ୧ ଚାମଚ
ଗୋଲପ ଜଳ – ଗୋଟେ ଚାମଚ
ତେବେ ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ସୁଜି ସ୍କ୍ରବ:

-ପ୍ରଥମେ ଗୋଟିଏ ପାତ୍ରରେ ସୁଜି ନିଅନ୍ତୁ, ଏଥିରେ ଦହି ମିଶାଇ ପାଞ୍ଚ ମିନିଟ୍ ଏହାକୁ ଛାଡି ଦିଅନ୍ତୁ
-ଏହା ପରେ ଏଥିରେ ଡାଲିର ପେଷ୍ଟ ଓ ଗୋଲାପ ଜଳ ମିଶାଇବା ସହିତ ଅନ୍ୟ ସବୁ ସାମଗ୍ରୀ ମଧ୍ୟ ମିସାନ୍ତୁ
-ବର୍ତ୍ତମାନ ଏ ସବୁକୁ ଗୋଳାଇ ସ୍କ୍ରବ ପ୍ରସ୍ତୁତ କରନ୍ତୁ
ବ୍ୟବହାର କରିବାର ଉପାୟ:

ସ୍କ୍ରବ ବ୍ୟବହାର କରିବା ପୂର୍ବରୁ ଆପଣ ପ୍ରଥମେ ନିଜର ଚେହେରାକୁ ଭଲ ଭାବେ ଧୋଇ ଦିଅନ୍ତୁ
ଏହା ପରେ ଏକ କଟନ କପଡାରେ ନିଜ ଫେସକୁ ପୋଛି ପ୍ରସ୍ତୁତ କରିଥିବା ସୁଜି ପେଷ୍ଟକୁ ଲଗାନ୍ତୁ
ସ୍କ୍ରବ ଲଗାଇ ଏହାକୁ ୧ମିନିଟ ପର୍ଯ୍ୟନ୍ତ ନିଜ ଫେସକୁ ଧିରେ ଧିରେ ଘସନ୍ତୁ
ଏହା ପରେ ପ୍ରାୟ ୧୫ ମିନିଟ ରଖିବା ପରେ ନିଜ ଫେସକୁ ଧୋଇ ନିଅନ୍ତୁ
ଏପରି ସପ୍ତାହକୁ ପ୍ରାୟ ୨ ରୁ ୩ ଥର କରିବା ଦ୍ୱାରା ତ୍ୱଚାର ସବୁ ସମସ୍ୟା ଦୂର ହୋଇଯାଏ । ଖାଲି ସେତିକି ନୁହେଁ ଚର୍ମ ସୁସ୍ଥ ମଧ୍ୟ ରହିଥାଏ ।