ଗ୍ରୀଷ୍ମ ଋତୁରେ ସୁସ୍ଥ ଚର୍ମ ପାଇଁ ପିଅନ୍ତୁ ଏହି ରସ, ହାର୍ଟ ଓ କିଡନୀ ରୋଗରୁ ମଧ୍ୟ ରକ୍ଷା କରିବ: ଟପ୍ ବିଶେଷଜ୍ଞ ଟିପ୍ସ

ଗ୍ରୀଷ୍ମ ଋତୁ ଆସି ସରିଛି। ତେଣୁ ଖାସ କରି ଖରାଦିନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଦରକାର୍। ସ୍ବାସ୍ଥ୍ୟ ଠିକ୍ ରହିବା ପାଇଁ ଓ ଚର୍ମ ଠିକ୍ ରହିବା ପାଇଁ ମଧ୍ୟ ଖରା ଦିନେ ଏମିତି କିଛି ଖାଦ୍ୟ ଖାଇବା ଦରକାର୍ ଓ ଜୁସ ପିଇବା ଦରକାର୍, ଯାହା ଆପଣ ଆପଣଙ୍କ ପାଇଁ ଏକ୍ସପର୍ଟ ପରାମର୍ଶ ଦେଇଛନ୍ତି। ଏମିତିକି ଆଲୋଭେରା ରସ ଠାରୁ ଆରମ୍ଭ କରି ଆମଲା ଯୁସ ପର୍ଯ୍ୟନ୍ତ, ଏଠାରେ ଚାରୋଟି ଜୁସ୍ ଅଛି ଯାହା ଶରୀରକୁ ସୁସ୍ଥ ରଖିବ ଏବଂ ଚର୍ମକୁ ସୁସ୍ଥ ରଖିବା ସହିତ ଭଲ ଚମକ୍ ମଧ୍ୟ ଦେବ।

ତେଣୁ ଏହାକୁ ଆପଣ ପ୍ରତିଦିନ ପିଇବା ଉଚିତ୍। ଖାସ କରି ଗ୍ରୀଷ୍ମ ଋତୁରେ ସୂର୍ଯ୍ୟଙ୍କ ଉତ୍ତାପ ଆମ ଚର୍ମକୁ ପ୍ରଭାବିତ କରେ ଏବଂ ଚର୍ମର ଚମକ ମଧ୍ୟ ହ୍ରାସ କରେ। ସେଥିପାଇଁ ଚର୍ମକୁ ଓ ଆମ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଏମିତି କିଛି ଜୁସ୍ ପିଇବା ଦରକାର୍ ଯାହା ଗ୍ରୀଷ୍ମ ଋତୁ ପାଇଁ ବହୁତ୍ ଭଲ ।

ହଳଦୀ ରସ – ଡ଼ାକ୍ତର ଅଞ୍ଜଳୀ ପରାମର୍ଶ ଦେଇଛନ୍ତି ଯେ ହଳଦୀ ରସକୁ ପ୍ରତିଦିନ ପିଇବା ଉଚିତ୍। ଏହା ସବୁଠାରୁ ଶକ୍ତିଶାଳୀ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଡ୍ରିଙ୍କ ଏବଂ ଶରୀରରକୁ ଶକ୍ତି ଯୋଗାଇଥାଏ। ଚେହେରାକୁ ଚମକାଇବାରେ ସାହାଯ୍ୟ କରେ ଏହି ହଳଦୀ ରସ। ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ବ୍ରଭାବିତ କରେ ଏବଂ ବିଷାକ୍ତ ରକ୍ତକୁ ଶୁଦ୍ଧ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ତିଆରି କରିବା ପାଇଁ ହେଲେ ଆପଣଙ୍କୁ ଏକ ଗ୍ଲାସ୍ ଗରମ ପାଣିରେ ଏକ ଚାମଚ ହଳଦୀ ପକାଇ ଫୁଟାଇ ଦିଅନ୍ତୁ ଓ ଏହାକୁ ଅଳ୍ପ ଗରମ ଥିବା ଅବସ୍ଥାରେ ପିଅନ୍ତୁ।

juice
picture credit- vaya

ଏହା ପରେ ଆସୁଛି ବିଟ୍ ଜୁସ୍, ଗାଜର ଓ ବିଲାତି ରସ । ଏହି ସବୁ ପରିବାକୁ ଆପଣ ଏକ ସାଙ୍ଗରେ କିମ୍ୱା ଅଲଗା କରି ଜୁସ୍ ପ୍ରସ୍ତୁତ କରି ପିଇ ପାରିବେ। ଏହି କଲରଫୁଲ ଡ୍ରିଙ୍କରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି। ଅଧିକ ଲକ୍ସାଟିଭ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଯୋଗୁଁ, ଏହି ରସ ଲିଭର ସଫା କରିବାରେ ଏବଂ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରେ। ଏହା ହୃଦ୍ ରୋଗ ଏବଂ ଷ୍ଟ୍ରୋକର ବିପଦକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ। ଏହି ରସକୁ ପିଇବା ଦ୍ୱାରା ଶରୀରକୁ ପ୍ରାକୃତିକ ହାଇଡ୍ରେସନ୍ ଏବଂ ତ୍ଵଚାକୁ ମଶ୍ଚରାଇଜେସନ୍ ମିଳିବ।

ଏହା ସହିତ ଆପଣ ଆମଲା ବା ଅଁଳା ରସ ମଧ୍ୟ ପିଇ ପାରିବେ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଏକ ଭଲ ଡ୍ରିଙ୍କ। ଚର୍ମକୁ ଏହା ସଫ୍ଟ କରିବା ସହିତ ଚର୍ମକୁ ଟୋନ୍ କରିଥାଏ ଏବଂ କୁଞ୍ଚନକୁ ମଧ୍ୟ ହଟାଇଥାଏ। ଏହି ରସରେ ଥିବା ଭିଟାମିନ୍ ‘ସି’ ଖାଦ୍ୟ ହଜମ କରିବାରେ ମଧ୍ୟ ସାହାଯ୍ୟ କରେ। ପ୍ରତିଦିନ ଏହି ରସ ତିଆରି କରିବା ପାଇଁ ଆପଣ ତିନିଟି ଅଁଳା ନେଇ ଏଥିରେ ହାଲ୍ଫ ଗ୍ଲାସ୍ ପାଣି ମିଆଇ ଜୁସ୍ ପ୍ରସ୍ତୁତ କରନ୍ତୁ। ଏହାକୁ ଖାଇବାର ୩୦ ମିନିଟ୍ ପୂର୍ବରୁ ପିଅନ୍ତୁ।

ଏହା ଛଡ଼ା ଆପଣ ଆଲୋ ଭେରା ରସ ମଧ୍ୟ ପିଇ ପାରିବେ। ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି। ଯାହା ଚର୍ମକୁ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ। ଏହା ସଂକ୍ରମଣ, ବ୍ରଣ ଏବଂ କୌଣସି ଦାଗ ଦୂର କରିବାରେ ସାହାଯ୍ୟ କରେ। ପ୍ରତିଦିନ ଆଲୋଭେରା ରସ ପିଇବା ଦ୍ଵାରା ଚର୍ମର ବାର୍ଦ୍ଧକ୍ୟକୁ ମଧ୍ୟ ହଟାଯାଇପରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.