ଖରାଦିନେ ଏହି ଫଳ ଖାଇଲେ ପ୍ରାକୃତିକ ଉପାୟରେ ଲିଭର ହୋଇଥାଏ ଡିଟକ୍ସିଫାଏ, ଖାଆନ୍ତୁ ଓ ସୁସ୍ଥ ରୁହନ୍ତୁ

ଲିଭର ଆମ ଶରୀରର ମହତ୍ୱପୂର୍ଣ୍ଣ ଅଙ୍ଗମାନଙ୍କ ମଧ୍ୟରୁ ଗୋଟିଏ | ଏ ଆମର ଶରୀରରେ ଖାଦ୍ୟ ହଜମ କରିବା କାର୍ଯ୍ୟ କରିଥାଏ | ଏଥିପାଇଁ ଲିଭର ସଫା ରଖିବା ବହୁତ ଜରୁରୀ ହୋଇଥାଏ | ଯଦି ଆପଣ ଲିଭରକୁ ସଫା ରଖିବାକୁ ଚାହାନ୍ତି ତାହେଲେ କିଛି ହେଲଦି ଜିନିଷ ଖାଆନ୍ତୁ | ଏହି ହେଲଦି ଖାଦ୍ୟ ଖାଇବା ଦ୍ୱାରା ଲିଭରକୁ ଡିଟାକ୍ସ କରାଯାଇପାରେ | ଆସନ୍ତୁ ଜାଣିବା ଏହି ଖାଦ୍ୟ ବିଷୟରେ –

vegetable
photo credit : abplive.com

ଲିଭରକୁ ସୁସ୍ଥ ରଖିବା ପାଇଁ ନିଜ ଖାଦ୍ୟରେ ସବୁଜ ପନି -ପରିବା ,ଶାଗ ଏବଂ ସତେଜ ଫଳ ସାମିଲ କରନ୍ତୁ | ଫଳ ଏବଂ ପରିବା ଖାଇବା ଦ୍ୱାରା ଲିଭରରେ ଜମାହୋଇଥିବା ଅସନା ସଫା ହୋଇଥାଏ |

ନିୟମିତ ରୂପେ ଦୁଇଟି କୋଲା କଞ୍ଚା ରସୁଣ ଚୋବାଇ ଖାଇବା ଦ୍ୱାରା ଲିଭରରେ ଜମା ହୋଇଥିବା ଖରାପ ପଦାର୍ଥ ସଫା ହୋଇଥାଏ |

ଗ୍ରୀନ ଟିର ସେବନ ଦ୍ୱାରା ଲିଭରକୁ ଡିଟାକ୍ସି ଫାଇ କରାଯାଇପାରେ | ଏଥିରେ ରହିଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି
ଇମ୍ଫ୍ଲେମେଟ୍ରି ଗୁଣ ଲିଭରକୁ ସ୍ଵସ୍ଥ ରଖିପାରେ |

ବିଟ ଖାଇବା ଦ୍ୱାରା ଶରୀରରେ ଆଇରନର ଅଭାବ ପୁରା କରାଯାଇପାରେ | ତା’ସହିତ ଲିଭରରେ ଜମିଥିବା ମଇଳାକୁ ସଫା କରିବାରେ ସାହାଯ୍ୟ କରିଥାଏ |

ଲିଭରର ମଇଳା ସଫା କରିବା ପାଇଁ ନିୟମିତ ରୂପେ ହଳଦୀ ପାଣି ପିଅନ୍ତୁ | ଏହାଦ୍ୱାରା ଆପଣଙ୍କ ଶରୀରକୁ ବହୁତ ଲାଭ ହେବ |

ଅଖରୋଟ ଖାଇବା ଦ୍ୱାରା ଶରୀରର ବହୁ ସମସ୍ୟା ଦୂର ହୋଇଥାଏ | ତା ସହିତ ଲିଭରର ମଇଳା ସଫା କରିବାରେ ମଧ୍ୟ ସାହାଯ୍ୟ କରିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.