ଲାଇଫ୍ ଷ୍ଟାଇଲ୍

ବାନ୍ତି କିମ୍ବା ପେଟ ସମ୍ବନ୍ଧୀୟ କିଛି ସମସ୍ୟା ଥିଲେ ଖାଆନ୍ତୁ ଗୁଆ, ମିଳିବ ଇନଷ୍ଟାଣ୍ଟ ରିଲିଫ

ଅନେକ ଲୋକ ଖାଇବା ପରେ ପାନ ପତ୍ର କିମ୍ବା ଗୁଆ ଖାଇଥା’ନ୍ତି। ବ୍ରାହ୍ମଣ ଭୋଜନ ପରେ ଗୁଆ ଖାଇବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଗୁଆ କେବଳ ଖାଦ୍ୟ ଭାବରେ ବ୍ୟବହୃତ ହୁଏ ନାହିଁ ବରଂ ଏହା ଯେ କୌଣସି ଶୁଭ କାର୍ଯ୍ୟ କିମ୍ବା ପୂଜାରେ ମଧ୍ୟ ବ୍ୟବହୃତ ହୁଏ। ଗୁଆ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ।ରକ୍ତହୀନତା, ହଜମ ଏବଂ କୋଷ୍ଠକାଠିନ୍ୟ ଭଳି ରୋଗରୁ ମୁକ୍ତି ପାଇବା ପାଇଁ ଗୁଆ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଏଥିରେ ଥିବା ଭିଟାମିନ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଆଜି ଆମେ ଆପଣଙ୍କୁ ଗୁଆ ଖାଇବାର ଉପକାର ବିଷୟରେ କହିବାକୁ ଯାଉଛୁ।

ଗୁଆରେ ଅନେକ ପୋଷାକ ତତ୍ତ୍ୱ, ଆଣ୍ଟି ଆକ୍ସିଡେଣ୍ଟ ସମେତ ଅନେକ ଔଷଧୀୟ ଗୁଣମାନ ଭରି ରହିଛି । ଔଷଧୀୟ ଗୁଣରେ ଭରପୁର ଗୁଆରେ ଅନେକ ରୋଗ ସହିତ ଲଢ଼ିବାର ବି ଶକ୍ତି ରହିଛି । ଏହାର ନିୟମିତ ସେବନ ଅନେକ ରୋଗରୁ ମୁକ୍ତି ଦେଇଥାଏ | ତେବେ ଆସନ୍ତୁ ଜାଣିବା ସେବିଷୟରେ :-

ପେଟ ସମ୍ବନ୍ଧୀୟ ରୋଗରୁ ଦେଇଥାଏ ମୁକ୍ତି:
ଗୁଆ ପେଟ ପାଇଁ ଖୁବ ଭଲ । ଏଥିରେ ମହଜୂତ ଥିବା ପୋଷାକ ତତ୍ତ୍ୱ ଓ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ଆମ ପାଚନ ତନ୍ତ୍ରକୁ ମଜବୁତ କରିଥାଏ । ପେଟ ଦରଜ, ଗ୍ୟାସ, ଅପଚ, ଏସିଡ଼ିଟି, କୃମି ଭଳି ସମସ୍ୟା ମଧ୍ୟ ଏଥିରେ ଭଲ ହୋଇଯାଇପାରେ । ଗୁଆର କାଢ଼ା ପ୍ରସ୍ତୁତ କରି ପିଇଲେ ପେଟରେ କୃମି ହୁଅନ୍ତି ନାହିଁ । ପିଲାଙ୍କୁ ଝାଡା ହେଉଥିଲେ ଏହାକୁ ପିଇବାକୁ ଦିଅନ୍ତୁ ।

ଦାନ୍ତ ପାଇଁ ଉପକାରୀ:
ଗୁଆରେ ଭରପୁର କ୍ୟାଲସିୟମ ରହିଛି । ତେଣୁ ଦାନ୍ତ ପାଇଁ ଏହା ଲାଭଦାୟୀ । ଦାନ୍ତ ଦରଜ ସମେତ ଅନ୍ୟାନ ସମସ୍ୟା ଗୁଆ ଚୁର୍ଣ୍ଣରେ ମସାଜ କରିବା ଦ୍ୱାରା ଭଲ ହୋଇଥାଏ ।

ଚିନ୍ତା ହ୍ରାସ କରିଥାଏ:
ଗୁଆ ଖାଇବା ଦ୍ୱାରା ଶରୀରର ତନ୍ତ୍ର ମାନ ଉତ୍ତେଜିତ ହୋଇଥାନ୍ତି । ତେଣୁ ଏହାକୁ ଚୋବାଇବା ଦ୍ୱାରା ମଣିଷର ଚିନ୍ତା କମିଥାଏ । ଡିପ୍ରେସନରୁ ମଧ୍ୟ ମୁକ୍ତି ଦେଇଥାଏ ।

ମଧୁମେହ ପାଇଁ ଲାଭକାରୀ:
ଡାଇବେଟିଜ କାରଣରୁ ଅନେକ ଲୋକଙ୍କର ମୁହଁ ବାରମ୍ବାର ଶୁଖିଥାଏ । ଏହି ସମସ୍ୟାରୁ ତ୍ରାହି ପାଇବା ପାଇଁ ମୁହଁରେ ଖଣ୍ଡେ ଶୁଖିଲା ଗୁଆ ରଖନ୍ତୁ । ଏହାକୁ ଚୋବାଇବା ଦ୍ୱାରା ପ୍ରଚୁର ସାଲାଇଭା ବାହାରିଥାଏ | ଫଳରେ ମୁହଁ ଓଦା ରହିଥାଏ ।

ବାନ୍ତି ବନ୍ଦ କରିଦେଇପାରେ:
ଯାତ୍ରା ସମୟରେ ଅନେକ ଲୋକଙ୍କୁ ବାନ୍ତି ଲାଗିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଗୁଆ ବି ଏକ ଭଲ ମାଧ୍ୟମ । ଗୁଆ ଗୁଣ୍ଡ ସହିତ କିଛି ହଳଦୀ ଗୁଣ୍ଡ ସହିତ ଚିନି ମିଶାଇ ଖାଇ ଦିଅନ୍ତୁ । ବାନ୍ତି ସମସ୍ୟା ତୁରନ୍ତ ଭଲ ହୋଇଯିବ ।

ଘା’ ଶୁଖିଯାଏ:
ଖୁବ କମ ଲୋକ ଜାଣିଥିବେ ତ୍ୱଚା ସମସ୍ୟା ପାଇଁ ବି ଗୁଆ ଖୁବ ଲାଭକାରୀ । କୌଣସି ସ୍ଥାନରେ ଘା’ ପରି ସମସ୍ୟା ଦେଖାଦେଲେ ଗୁଆ ପେଷି ଘା’ ରେ ଲଗେଇ ଦିଅନ୍ତୁ ।

D Sonali

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

42 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

47 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago