ଲାଇଫ୍ ଷ୍ଟାଇଲ୍

ଏହି ୫ଟି ସୁପରଫୁଡ୍ ମହିଳାମାନଙ୍କ ପାଇଁ ବହୁତ ଜରୁରୀ, ସେମାନଙ୍କୁ ହେଲଦି ରଖିବାରେ କରିବ ଅନେକ ସାହାଯ୍ୟ

ଆଜିକାଲି ମହିଳାମାନେ ସମସ୍ତ କାମକୁ ନେଇ ବହୁତ ବ୍ୟସ୍ତ ରହୁଛନ୍ତି । ଯେପରି ଘର, ଅଫିସ୍, ସ୍ୱାମୀ ଏବଂ ପିଲାଙ୍କର ଯତ୍ନ ନେବା, ଯୋଗୁ ମହିଳାମାନେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଠିକ୍‌ ଭାବେ ଧ୍ୟାନ ଦେଇ ପାରୁନାହାନ୍ତି । ଏପରି ପରିସ୍ଥିତିରେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଏନର୍ଜି ଏବଂ ଭଲ ଖାଇବା ଅଭ୍ୟାସ ଆବଶ୍ୟକ କରନ୍ତି । ମହିଳାମାନଙ୍କୁ ପ୍ରତି ମାସରେ ପିରିୟଡ ଯନ୍ତ୍ରଣା ଦେଇ ଗତି କରିବାକୁ ପଡେ । ସେହି ସମୟରେ ଗର୍ଭାବସ୍ଥା ଏବଂ ମେନୋପୋଜ ସମୟରେ ଶରୀରରେ ହରମୋନ୍ ଅନେକ ଥର ପରିବର୍ତ୍ତନ ହୋଇଥାଏ । ତେଣୁ ସୁସ୍ଥ ରହିବାକୁ ମହିଳାମାନେ ନିଜ ଖାଦ୍ୟରେ କିଛି ହେଲଦି ସୁପରଫୁଡ୍ ଅନ୍ତର୍ଭୁକ୍ତ କରିବା ଜରୁରୀ । ଯାହା ଦ୍ୱାରା ସେମାନେ ଏତେ ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ସୁସ୍ଥ ରହିବେ ଏବଂ କୌଣସି ପ୍ରକାର ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିବ ନାହିଁ । ତାହେଲେ ଆସନ୍ତୁ ଜାଣିବା ଯେଉଁ ସବୁ ଖାଦ୍ୟ ମହିଳାମାନେ ନିଜ ଡାଏଟ୍‌ରେ ସାମିଲ କରିବା ଉଚିତ ।

କ୍ଷୀର ଏବଂ କମଳା ଜୁସ୍‌ : ବୟସ ବଢିବା ସହିତ ଶରୀରରେ କ୍ୟାଲସିୟମ ଏବଂ ଭିଟାମିନ୍ D ର ଅଭାବ ଦେଖାଯାଏ । ଏଭଳି ପରିସ୍ଥିତିରେ ମହିଳାମାନେ ନିଜ ଖାଦ୍ୟରେ କ୍ଷୀର ଏବଂ କମଳା ଜୁସ୍‌ ଅନ୍ତର୍ଭୁକ୍ତ କରିବା ଜରୁରୀ । କ୍ଷୀର ଏବଂ କମଳା ରସ ପିଇବା ଦ୍ୱାରା ଶରୀରକୁ ସହଜରେ କ୍ୟାଲସିୟମ ଏବଂ ଭିଟାମିନ୍ D ମିଳିଥାଏ । ଏହା ହାଡକୁ ମଧ୍ୟ ମଜ୍‌ବୁତ କରିଥାଏ ।

ଦହି : ଦହି ସମସ୍ତଙ୍କ ପାଇଁ ଲାଭଦାୟକ ହୋଇଥାଏ, କିନ୍ତୁ ଅଧିକାଂଶ ଲୋକମାନେ ଦହିକୁ ନିଜ ଡାଏଟ୍‌ରେ ସାମିଲ କରନ୍ତି, କାରଣ ଏହା କମ୍‌ ଫ୍ୟାଟ୍‌ି ଜିନିଷ ହୋଇଥାଏ । ତେବେ ଦହିରେ ଭଲ ପରିମାଣର କ୍ୟାଲସିୟମ ଥାଏ । ଅନେକ ଗବେଷଣାରେ କୁହାଯାଇଛି ଯେ ପ୍ରତିଦିନ ଦହି ଖାଇବା ଦ୍ୱାରା ବ୍ରେଷ୍ଟ କ୍ୟାନ୍ସର ହେବାର ଆଶଙ୍କା କମିଯାଏ । ଦହି ପେଟ ପାଇଁ ଲାଭଦାୟକ ଏହା ବିଭିନ୍ନ ପ୍ରକାରର ଇନ୍‌ଫେକ୍ସନ୍‌ରୁ ଏବଂ ଅଲସର ହେବାର ଆଶଙ୍କାରୁ ଦୂରେଇ ରଖିଥାଏ ।

ଟମାଟୋ : ସ୍କିନ୍‌କୁ ଚମକାଇବା ପାଇଁ ଟମାଟୋକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଉଚିତ, କାରଣ ଏହା ବହୁତ ଭଲ ହୋଇଥାଏ । ଟମାଟୋ ହେଉଛି ଏକ ସୁପରଫୁଡ୍ ଯେଉଁଥିରେ ଲାଇକୋପିନ୍ ନାମକ ଏକ ପୋଷକ ତତ୍ତ୍ୱ ମିଳିଥାଏ । ଏହା ସହିତ ବ୍ରେଷ୍ଟ କ୍ୟାନ୍ସର ହେବାର ଆଶଙ୍କା କମିଯାଇପାରେ । ଏହା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହୋଇଥାଏ, ଯାହା ହାର୍ଟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ଏବଂ ଆଣ୍ଟି-ଏଜିଂ ଭଳି କାମ କରେ ।

ଆମଲା : ଆମଲା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଏହା ସହ ଆମଲା ଖାଇବା ଦ୍ୱାରା ଶରୀରକୁ ଭିଟାମିନ୍ C ମିଳିଥାଏ । ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆମଲା ଅତ୍ୟନ୍ତ ଭଲ ବୋଲି କୁହାଯାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଭିଟାମିନ୍ C, ଭିଟାମିନ୍ A, B, ପୋଟାସିୟମ୍, କାର୍ବୋହାଇଡ୍ରେଟ୍, ଫାଇବର, ପ୍ରୋଟିନ୍, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ରେ ଭରପୂର ଆମଲା ପେଟ, ଆଖି, ସ୍କିନ୍‌ ଏବଂ କେଶ ପାଇଁ ଏକ ଲାଭ ଉପାଦାନ ହୋଇଥାଏ ।

ପାଳଙ୍ଗ : ମହିଳାମାନେ ନିଜ ଖାଦ୍ୟରେ ଯଥାସମ୍ଭବ ସବୁଜ ପନିପରିବା ଅନ୍ତର୍ଭୁକ୍ତ କରିବା ଉଚିତ୍ । ସବୁଜ ପନିପରିବା ଖାଇବା ଦ୍ୱାରା ଶରୀରରେ ପ୍ରଚୁର ପରିବାଣରେ ଆଇରନ୍‌ ମିଳିଥାଏ । ଏଥିପାଇଁ ଖାଦ୍ୟରେ ପାଳଙ୍ଗ, ବ୍ରୋକୋଲି, କୋବି କିମ୍ବା ଅନ୍ୟାନ୍ୟ ସବୁଜ ପନିପରିବା ଅନ୍ତର୍ଭୁକ୍ତ କରିବା ଉଚିତ । ଏହା ଶରୀରକୁ ଆଇରନ୍‌, ଭିଟାମିନ୍ B, କ୍ୟାଲସିୟମ୍ ଏବଂ ଅନ୍ୟାନ୍ୟ ମିନିରଲ୍ସ ଯୋଗାଇଥାଏ । ସେଥିପାଇଁ ମହିଳାମାନେ ନିଜ ପ୍ରତିଦିନ ଡାଏଟ୍‌ରେ ଏହି ସବୁ ଖାଦ୍ୟ ସାମିଲ୍‌ କରିବା ଉଚିତ ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

4 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

6 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

13 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

21 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

22 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

39 mins ago