ବେଳେବେଳେ ଆମେ କରୁଥିବା ଛୋଟମୋଟ ଭୁଲ ଆମ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ। ବୈବାହିକ ଜୀବନରେ ସ୍ଵାମୀ, ସ୍ତ୍ରୀ ବି ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସେମାନଙ୍କୁ ବୈବାହିକ ସୁଖ ମିଳିପାରି ନ ଥାଏ। ଏଥିପାଇଁ ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ବେଡରୁମରେ ଭଗବାନଙ୍କ ଫଟୋ ଲଗାଇବାକୁ ପରାମର୍ଶ ଦିଆଯାଇଥାଏ, ଯଦ୍ଦ୍ୱାରା ଜୀବନ ହସଖୁସିରେ କଟିଯାଏ।
ଭଗବାନ ରାଧା-କୃଷ୍ଣ ପ୍ରେମର ଆଦର୍ଶ ହୋଇଥାନ୍ତି। ତେଣୁ ତାଙ୍କ ଫଟୋ ଲଗାଇବା ଦ୍ୱାରା ଜୀବନ ମଧୁରମୟ ହୋଇଉଠିଥାଏ। ରାଧା-କୃଷ୍ଣଙ୍କ ଫଟୋକୁ ଲାଲ ରଙ୍ଗର ଫ୍ରେମରେ ତିଆରି କରନ୍ତୁ ଏବଂ ଏହାକୁ ବେଡରୁମ କାନ୍ଥରେ ଟାଙ୍ଗନ୍ତୁ।
ଯଦି ସ୍ୱାମୀ, ସ୍ତ୍ରୀ ବି ପରସ୍ପରକୁ ନିଃସ୍ୱାର୍ଥପର ପ୍ରେମ କରନ୍ତି, ତେବେ ମଧ୍ୟ ବୈବାହିକ ଜୀବନରେ ରହିଥିବା ଅନେକ ସମସ୍ୟା ଏକ ସାଥୀରେ ଦୂର ହୋଇଯିବ।