ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଫଳପ୍ରଦ ହୋଇଥାଏ କନ୍ଦମୂଳ, ମୋଟାପଣରୁ ବି ମିଳିଥାଏ ମୁକ୍ତି, ଜାଣନ୍ତୁ କ’ଣ କ’ଣ ରହିଛି ତତ୍ତ୍ୱ

କନ୍ଦମୂଳରେ ଆୟରନ, କପର୍‌, ମ୍ୟାଗ୍ନେସିୟମ୍‌ ଏବଂ ଭିଟାମିନ୍‌ ଭରପୂର ମାତ୍ରାରେ ରହିଛି, ଯାହାକି ଆମ ଇମ୍ୟୁନ ସିଷ୍ଟମକୁ ମଜଭୁତ କରିଥାଏ। ଏହାକୁ ଖାଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ। ଏହା କେବଳ ଶରୀରକୁ ସୁସ୍ଥ ରଖି ନ ଥାଏ, ବରଂ ମୋଟାପଣକୁ ବି କମ୍‌ କରି ଦେଇଥାଏ। ଏଥିରେ ଆଳୁ ତୁଳନାରେ ୩୦୦ କ୍ୟାଲୋରୀ କମ୍‌ ରହିଥାଏ। କନ୍ଦମୂଳ ଖାଇଲେ ଜଲ୍‌ଦି ଭୋକ ଲାଗି ନ ଥାଏ।

କନ୍ଦମୂଳରେ ଭିଟାମିନ୍‌ ବି କମ୍ପ୍ଲେକ୍ସ, ଫସ୍‌ଫରସ, ଭିଟାମିନ ସି ସହ ବିଟା କ୍ୟାରୋଟିନ୍‌ ମଧ୍ୟ ପ୍ରଚୁର ମାତ୍ରାରେ ରହିଛି। ଏଥିପାଇଁ ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଜଭୁତ ବନାଇବାର କାମ କରିଥାଏ। କନ୍ଦମୂଳ ଶରୀରକୁ ଗରମ ମଧ୍ୟ ରଖିଥାଏ। ଏଥିରେ ମହଜୁଦ ଥିବା ଜିଙ୍କ୍‌, ବିଟା କ୍ୟାରୋଟିନ୍‌, ମ୍ୟାଗ୍ନେସିୟମ୍‌ ଆଦି ଗଣ୍ଠିବାତ ଏବଂ ଆର୍ଥରାଇଟିସ୍‌ ରୋଗୀଙ୍କ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ।

ଏହାକୁ ଆଣ୍ଟି କାର୍ସିନୋଜନ(କ୍ୟାନସରରୁ ମୁକ୍ତି ଦେବା) ବୋଲି ବି କୁହାଯାଇଥାଏ, ଯାହାକି ଅନ୍ତଃନଳୀ କ୍ୟାନସରରୁ ମୁକ୍ତି ଦେଇଥାଏ। ଡାଇବେଟିସ୍‌ ରୋଗୀ ଏହାକୁ ଖାଇ ପାରିବେ। ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରାର ସ୍ତର ଠିକ୍‌ ରହିଥାଏ ଏବଂ ଇନ୍‌ସୁଲିନ ମାତ୍ରା ନିୟନ୍ତ୍ରିତ ରହିଥାଏ। ଏହାକୁ ଭାଜି କିମ୍ବା ସିଝାଇ ଆପଣ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.