ଏହି କାରଣରୁ ମହିଳାଙ୍କଠାରେ ବାରମ୍ବାର ଦେଖାଯାଏ UTI ଇନ୍‌ଫେକସନ୍‌, ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର

ୟୁଟିଆଇ ବା ୟୁରିନାରି ଟ୍ରାକ୍ଟ ଇନ୍‌ଫେକସନ୍‌, ବ୍ୟାକ୍ଟେରିଆଙ୍କ ଯୋଗୁ ଦେଖାଦେଉଥିବା ଏକ ସମସ୍ୟା। ବେଳେବେଳେ ଭାଇରସ ଓ ଫଙ୍ଗଲ ଇନ୍‌ଫେକସନ୍‌ ଯୋଗୁ ବି ଏହି ସମସ୍ୟା ଦେଖାଦିଏ। ଉଭୟ ପୁରୁଷ ଓ ମହିଳାଙ୍କ ଠାରେ ଏହି ସଂକ୍ରମଣ ହେଉଥିଲେ ମଧ୍ୟ ଅଧିକାଂଶ ମହିଳା ଶୀଘ୍ର ଏହାର ଶିକାର ହୋଇଥାନ୍ତି। ପ୍ରାଇଭେଟ୍‌ ପାର୍ଟକୁ ସଫାସୁତୁରା ନ ରଖିଲେ ଏହି ସମସ୍ୟା ଦେଖାଯାଏ। ତେବେ ଆସନ୍ତୁ ଜାଣିବା ୟୁଟିଆଇର ଲକ୍ଷଣ ଓ ପ୍ରତିକାର…

UTI-Problem3

ୟୁଟିଆଇର ଲକ୍ଷଣ:

  • ବାରମ୍ବାର ପରିସ୍ରା ଲାଗିବା
  • ପରିସ୍ରା କରିବା ବେଳେ ପୀଡ଼ା ହେବା
  • ଥଣ୍ଡା ଲାଗିବା ଓ ଜ୍ୱର ଆସିବା
  • ପରିସ୍ରାର ରଙ୍ଗ ବଦଳିବା
  • ପରିସ୍ରା ପୋଡ଼ା ହେବା ଓ ଦୁର୍ଗନ୍ଧ କରିବା
  • ତଳିପେଟ କାମୁଡ଼ିବା
  • ଥକାପଣ ଅନୁଭବ କରିବା ଓ ମୁଣ୍ଡ ବୁଲାଇବା

UTI-Problem2

ପ୍ରତିକାର:

  • ପ୍ରଥମେ ତ ସାବୁନ ବ୍ୟବହାର କରିବା ବନ୍ଦ କରନ୍ତୁ।
  • ଯେତେ ପାରୁଛନ୍ତି ସେତେ ଅଧିକ ପାଣି ପିଅନ୍ତୁ।
  • ଯଦି ପାଣି ପିଇପାରୁନାହାନ୍ତି ତେବେ ପଇଡ଼ ପାଣି କିମ୍ବା ଜୁସ୍‌ ପିଅନ୍ତୁ।
  • ପାଣିରେ ପ୍ରାଇଭେଟ୍‌ ପାର୍ଟକୁ ଧୁଅନ୍ତୁ।
  • ଢିଲା ପାଇଜାମା ପିନ୍ଧନ୍ତୁ।
  • ପ୍ରାଇଭେଟ୍‌ ପାର୍ଟକୁ ସଫାସୁତୁରା ଓ ଶୁଖିଲା ରଖନ୍ତୁ।
  • ପିରିୟଡ୍‌ସ ବେଳେ କମ୍‌ ସେ କମ୍‌ ୨-୩ ଥର ପ୍ୟାଡ୍‌ ବଦଳାନ୍ତୁ।
  • ବାଥ୍‌ଟବ୍‌ ବ୍ୟବହାର କରିବାରୁ ବିରତ ରୁହନ୍ତୁ।
  • ମସାଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।
  • ପରିସ୍ରା ରୋକିବା ଯୋଗୁ ମଧ୍ୟ ଇନ୍‌ଫେକସନ୍‌ ହୋଇଥାଏ। ଏଣୁ ଯେତେବେଳେ ବି ପରିସ୍ରା ଲାଗୁଛି ତୁରନ୍ତ ଯାଆନ୍ତୁ, ରୋକନ୍ତୁ ନାହିଁ।
Leave A Reply

Your email address will not be published.