ଲାଇଫ୍ ଷ୍ଟାଇଲ୍

ହାଇଟ୍ କମ୍ ପାଇଁ ଲଜ୍ଜିତ ଅନୁଭବ କରୁଛନ୍ତି କି, ତେବେ ଏହି ଯୋଗାସନରୁ ବଢ଼ାନ୍ତୁ ଉଚ୍ଚତା

ତାଡାସନକୁ ମାଉନଟେନ୍ ପୋଜ୍ ମଧ୍ୟ କୁହାଯାଏ। ତାଡାସନ ଯୋଗ ପ୍ରଶିକ୍ଷକଙ୍କ ଦ୍ୱାରା କରାଯାଉଥିବା ପ୍ରାରମ୍ଭିକ ଆସନ ମଧ୍ୟରୁ ଗୋଟିଏ। କାହିଁକିନା ଏହାକୁ କରିବା ବହୁତ ସହଜ, ଏହାସହିତ ଏହାକୁ କରିବା ଦ୍ୱାରା ବହୁତ ସ୍ୱାସ୍ଥ୍ୟ ଲାଭ ମଧ୍ୟ ହୋଇଥାଏ। ତାଡାସନ ଆପଣଙ୍କ ପୂରା ଶରୀରକୁ ଷ୍ଟ୍ରେଚ୍ କରି ସଂପ୍ରସାରଣ ତ ବନାଏ ତାହା ସହିତ ଆପଣଙ୍କ ଉଚ୍ଚତାକୁ ମଧ୍ୟ ବଢ଼ାଇବାରେ ବେଶ୍ ସହାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ଆସନକୁ କରିବାର ସଠିକ୍ ତରିକା ଏବଂ ଲାଭ।

ତାଡାସନ କରିବାର ଉଚିତ ତରିକା

ସର୍ବପ୍ରଥମେ ଆପଣ ସିଧା ଛିଡା ହୋଇଯାଆନ୍ତୁ ଏବଂ ଗୋଡ ମଝିରେ କିଛି ଦୂରତା ରଖନ୍ତୁ। ଦୁଇ ହାତକୁ ନିଜ ଶରୀର ପାଖରେ ସିଧା ରଖନ୍ତୁ। ଏହାପରେ ଗଭୀର ନିଶ୍ୱାସ ନେଇ ନିଜ ଦୁଇ କହୁଣୀକୁ ମୁଣ୍ଡର ଉପରକୁ ରଖନ୍ତୁ ଏବଂ ସବୁ ଆଙ୍ଗୁଳିକୁ ନିଜ ଭିତରେ ଯୋଡି ଦିଅନ୍ତୁ। ହାତକୁ ସିଧା ରଖନ୍ତୁ ଏବଂ ଷ୍ଟ୍ରେଚ୍ କରନ୍ତୁ। ଏହାପରେ ନିଜ ଗୋଇଠିକୁ ଉଠାଇ ପାଦର ଆଙ୍ଗୁଳିରେ ଛିଡା ହୁଅନ୍ତୁ। ଏହି ସମୟରେ ଆପଣଙ୍କ ଶରୀରରେ ପାଦରୁ ନେଇ ହାତ ଆଙ୍ଗୁଳି ପର୍ଯ୍ୟନ୍ତ ଷ୍ଟ୍ରେଚ୍ ଅନୁଭବ କରିବା ଉଚିତ। ଶରୀରକୁ ଉପର ଆଡକୁ ଟାଣନ୍ତୁ। ୨୫-୩୦ ସେକେଣ୍ଡ ପର୍ଯ୍ୟନ୍ତ ଏହି ଅବସ୍ଥାରେ ଲମ୍ବା ଗଭୀର ନିଶ୍ୱାସ ନିଅନ୍ତୁ।

ତାଡାସନ କରିବାର ଲାଭ

  • ଯୁବାବସ୍ଥାରେ ତାଡାସନ କରିବା ଦ୍ୱାରା ଉଚ୍ଚତା ବୃଦ୍ଧି ପାଇଥାଏ।
  • ତାଡାସନ କରିବାରେ ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
  • ଯେଉଁ ଲୋକଙ୍କ ଶରୀର ଆଗକୁ ଓହଳିଲା ଭଳି ହୋଇଥାଏ, ସେମାନେ ଏହି ଆସନକୁ ନିୟମିତ ଅଭ୍ୟାସ କରିବା ଦ୍ୱାରା ଠିକ୍ ପୋଶ୍ଚର ମିଳିଥାଏ।
  • ଏହି ଆସନର ନିୟମିତ ଅଭ୍ୟାସ ଦ୍ୱାରା ଶରୀରରୁ ଅତିରିକ୍ତ ଚର୍ବି ହଟିଥାଏ, ଏହାସହିତ ବାଲାନ୍ସ ଠିକ୍ ରହିଥାଏ।
  • ପ୍ରତିଦିନ ସକାଳୁ ଜଲଦି ଉଠି ଏହି ଆସନ କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ।

କେଉଁ ମାନଙ୍କୁ ତାଡାସନ କରିବା ଅନୁଚିତ

ନିମ୍ନ ରକ୍ତଚାପ ସମସ୍ୟା ଥିବା ଲୋକ ଏବଂ ଗର୍ଭବତୀ ମହିଳା ଏହି ଆସନକୁ କରିବା ଅନୁଚିତ। ନଚେତ ଅନ୍ୟମାନଙ୍କ ପାଇଁ ଏହି ଆସନ ବହୁତ ସହଜ ହେବାସହିତ ସ୍ୱାସ୍ଥ୍ୟ ଲାଭ ମଧ୍ୟ ହୋଇଥାଏ। ଏହାକୁ ସବୁ ବୟସର ଲୋକ କରିପାରିବେ।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

3 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

6 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

12 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

21 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

21 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

39 mins ago