ପଢ଼ିବା ସମୟରେ ନିଦ ଆସୁଛି କି ? ଆପଣାନ୍ତୁ ଏହି ଉପାୟ, ନିଦ ହେବ ଦୂର

ପ୍ରାୟତଃ ଲୋକଙ୍କୁ ପଢୁ -ପଢୁ ଅଚାନକ ନିଦ ଆସିଯାଏ ଯାହା ଆମର ପାଠପଢା ଉପରେ କୁପ୍ରଭାବ ପକାଇଥାଏ |ଆମର ଶରୀରକୁ ମଧ୍ୟ ପ୍ରଚୁର ନିଦର ଆବଶ୍ୟକତା ଅଛି | ହେଲେ ପାଠ ପଢା ସମୟରେ ନିଦ ଆସିଲେ ଏହା ଆମ ପଢ଼ାରେ ବାଧା ସୃଷ୍ଟି କରିଥାଏ | ଚାଲନ୍ତୁ ଆଜି ଜାଣିବା ପଢିବା ସମୟରେ ନିଦ ଆସିଲେ ଆମର କଣ କରିବା ଉଚିତ |

କଫି ପିଇବା – ପଢା ସମୟରେ ଆପଣ ଏକ ମଗ କଫି ସାଙ୍ଗରେ ନେଇ ବସନ୍ତୁ | ଏବଂ ମଝି-ମଝିରେ ଢୋକେ ଢୋକେ ପିଅନ୍ତୁ | କଫିରେ ଥିବା କାଫିନ ଏନର୍ଜି ବୁଷ୍ଟର କୁହାଯାଏ | ଏହାଛଡା ଆପଣ ଚକୋଲେଟ, ଚା,ଏନର୍ଜି ଡ୍ରିଙ୍କ ଆଦି ନେଇ ପାରନ୍ତି | ମାତ୍ର ଏସବୁ ଆପଣ ଏକ ସୀମିତ ମାତ୍ରାରେ ନେବା ଉଚିତ |

ଉଜ୍ୱଳ ଆଲୋକରେ ପଢନ୍ତୁ – ଯଦି ଆପଣ ପୁରା ଆରାମରେ ତକିଆ ଦେଇ ଚାଦର ଘୋଡେଇ ହୋଇ ଏବଂ କମ ଆଲୋକରେ ପଢିବେ ତେବେ ନିଦ ତ ନିଶ୍ଚୟ ଆସିବ | ପଢିବା ସମୟରେ ନିଜ ଆଖ ପାଖ ଆଲୋକର ପୁରା ଧ୍ୟାନ ରଖନ୍ତୁ | ଏହାଦ୍ୱାରା ଶରୀର ଭିତରେ ମେଲାଟୋନିନ ,ହର୍ମୋନ ସକ୍ରିୟ ରହିଥାଏ ଏବଂ ବ୍ୟକ୍ତିର ମସ୍ତିଷ୍କକୁ ନିଦ ନ ଆସିବାର ସଂକେତ ମିଳି ଥାଏ |

ଗୀତ ଶୁଣନ୍ତୁ – ଯଦି ଆପଣଙ୍କୁ ପଢିବା ସମୟରେ ନିଦ ଆସୁଛି ତେବେ ଆପଣ ନିଜର ମନ ପସନ୍ଦର ଗୀତ ବଜାଇ ପାରନ୍ତି | ଯଦ୍ୱାରା ଆପଣଙ୍କ ଧ୍ୟାନ ଅନ୍ୟ ଆଡେ ଚାଲିଯିବ ଏବଂ ମୁଡ଼ ମଧ୍ୟ ଭଲ ହୋଇଯିବ | ନିଦ ଭଗେଇବାରେ ଗୀତ ଶୁଣିବା ଆପଣଙ୍କର ବହୁତ କାମରେ ଆସି ପାରିବ |

ଗାଧୋଇ ପଡନ୍ତୁ – ନିଦକୁ ଦୂର କରିବାକୁ ଉଷୁମ ପାଣି ବା ଥଣ୍ଡା ପାଣିରେ ଗାଧୋଇ ପଡନ୍ତୁ | ବେଳେବେଳେ ଥକ୍କା କାରଣରୁ ପାଠ ପଢ଼ାରେ କମ ମନ ଲାଗିଥାଏ ଏବଂ ନିଦ ଆସିଯାଇଥାଏ | ସେତେବେଳେ ଗାଧୋଇ ପଡିଲେ ଶରୀରରେ ଫୁର୍ତି ଆସିଯାଇଥାଏ ଏବଂ ନିଦ ଛାଡି ଯାଇଥାଏ |

ଟିକିଏ ବିଶ୍ରାମ ନିଅନ୍ତୁ – ଯଦି ଆପଣଙ୍କୁ ବାରମ୍ବାର ନିଦ ଆସୁଛି ,ପାଠ ପଢ଼ାରେ ମନ ବିଲକୁଲ ଲାଗୁନାହିଁ ତେବେ ଆପଣ ପାଠ ପଢା ସହିତ ଜବରଦସ୍ତି କରିପାରିବେ ନାହିଁ | ବରଂ ଟିକିଏ ସମୟ ପାଇଁ ବିଶ୍ରାମ ନିଅନ୍ତୁ | ଏହାଦ୍ୱାରା ଆପଣ କିଛି ସମୟରେ ପୁରା ତାଜା ହୋଇଯିବେ ପୁଣି ପଢ଼ାରେ ଆପଣଙ୍କ ମନ ଲାଗିବ | କେବେକେବେ ନିଦ ପୁରା ନହେବା କାରଣରୁ ଏମିତି ହୋପିଥାଏ | ତେଣୁ ଆପଣଙ୍କୁ ଭରପୁର ନିଦରେ ଶୋଇବା ଆବଶ୍ୟକ ହୋଇଥାଏ | ଆବଶ୍ୟକତା ଠାରୁ କମ ଶୋଇଲେ କେତେ ପ୍ରକାର ରୋଗର ଶିକାର ହୋଇପାରନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.