ଶୀତଦିନେ ବୟସ୍କ ଓ ଶିଶୁଙ୍କର କେମିତି ନେବେ ଯତ୍ନ, ଜାଣନ୍ତୁ ପୁରା ଟିପ୍ସ

ବର୍ତ୍ତମାନ ଶୀତର ପ୍ରଭାବ ଧିରେ ଧିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଯୁବାବସ୍ଥାରେ ଥିବା ଲୋକଙ୍କର ଶୀତ ସହିବାର କ୍ଷମତା ରହିଥାଏ। କିନ୍ତୁ ଛୋଟ ଛୁଆ ଓ ବୟସ୍କ ବ୍ୟକ୍ତି ଶୀତ ସହିବା କଠିନ ହୋଇଥାଏ। ବିଶେଷଜ୍ଞଙ୍କ ମତରେ ବୟସ୍କ ଲୋକଙ୍କର ରକ୍ତ ଅପେକ୍ଷାକୃତ ଥଣ୍ଡା ହୋଇଥିବାରୁ ସେମାନେ ଶୀତ ସହିବା ପାଇଁ ଅକ୍ଷମ ହୋଇଥାନ୍ତି। ଶୀତଦିନେ ବଦଳୁଥିବା ପାଣିପାଗ ଏବଂ ବାୟୁ ପ୍ରଦୂଷଣ ହେତୁ ପିଲାମାନଙ୍କଠାରେ ଭାଇରାଲ୍ ଜ୍ୱର, ଥଣ୍ଡା,କାଶ ଇତ୍ୟାଦି ଲକ୍ଷଣ ଦେଖାଦେଇଥାଏ ।

ସେହିପରି ନିଶ୍ୱାସ ନେବାରେ ଅସୁବିଧା ହେଉଥିବା ପିଲାମାନଙ୍କଠାରେ ଏହି ସମସ୍ୟା ଭାଇରାଲ୍ ଜ୍ୱର ଦ୍ୱାରା ବଢିଯାଏ। ଏହା ବ୍ୟତୀତ ପିଲାମାନଙ୍କର ଥଣ୍ଡା ଦିନେ ଡାଇରିୟା ହେବାର ଭୟ ରହିଥାଏ । ଏହି ଦିନେ ହଜମ ଶକ୍ତି ବ୍ୟାହତ ହୁଏ । ଏହା ସହିତ ଛୋଟ ପିଲାଙ୍କୁ ଇନ୍‌ଫେକସନ୍ ହେବାର ଆଶଙ୍କା ମଧ୍ୟ ରହିଥାଏ। ତେବେ ଯଦି ଆପଣଙ୍କ ଘରେ ଛୋଟପିଲା ଓ ବୟସ୍କ ଲୋକ ଅଛନ୍ତି ତେବେ ଏହି ଶୀତଦିନେ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ ଜାଣି ରଖନ୍ତୁ।

୧ – ମର୍ଣ୍ଣିୱାର୍କ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଶୀତଦିନେ ସକାଳୁ ଓ ସନ୍ଧ୍ୟାରେ ଅତ୍ୟଧିକ ଥଣ୍ଡା ପଡିବା କାରଣରୁ ବୟସ୍କ ଲୋକଙ୍କୁ ମର୍ଣ୍ଣିୱାର୍କ କରିବା ପାଇଁ କିମ୍ବା ଇଭିନିଙ୍ଗ୍‌ ୱାର୍କ ଯିବାକୁ ଦିଅନ୍ତୁ ନାହିଁ।

୨- ଅଧିକ ଫ୍ୟାଟ ଥିବା ଖାଦ୍ୟ ସେମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ ଏବଂ ସିଗାରେଟ ଓ ମାଦକ ଦ୍ରବ୍ୟ ଠାରୁ ଦୂରେଇ ରଖନ୍ତୁ।

୩ – ଛଅ ମାସରୁ କମ୍‌ ବୟସର ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ରୁହନ୍ତୁ। ପିଲାଙ୍କୁ ସବୁବେଳେ ଗରମ ପୋଷାକ ପିନ୍ଧାନ୍ତୁ ଓ ଥଣ୍ଡା ଠାରୁ ଦୂରେଇ ରଖନ୍ତୁ।

୪- ଛୋଟପିଲାଙ୍କ ଠାରୁ ଏପରି ଜିନିଷକୁ ଦୂରେଇ ରଖନ୍ତୁ ଯାହା ତାଙ୍କୁ ବେମାର କରିବ। ବିଶେଷ କରି ବାହାର ଖାଇବା ଠାରୁ ଦୂରେଇ ରଖନ୍ତୁ। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ
ମଧ୍ୟ ଖାଇବାକୁ ଦିଅନ୍ତୁ ନାହିଁ ଓ ପାଣିକୁ ଫୁଟାଇ ପିଇବାକୁ ଦିଅନ୍ତୁ।

୫ –ଶୀତଦିନ ସକାଳର ଖରାରେ ବସିବାକୁ ଦିଅନ୍ତୁ କିନ୍ତୁ ମୁଣ୍ଡ ଉପରେ ଅଧିକ ଖରା ପଡିବାକୁ ଦିଅନ୍ତୁ ନାହିଁ। ଏହାବ୍ୟତୀତ ମିଠା ମଧ୍ୟ କମ୍‌ ଖାଇବାକୁ ଦିଅନ୍ତୁ ଓ ଖାଦ୍ୟରେ ଫଳ
ଏବଂ ସବୁଜ ପନିପରିବାର ମାତ୍ରା ବଢାନ୍ତୁ। ଏହା ସହିତ ଘର ମଧ୍ୟରେ ଅଳ୍ପ ଅଳ୍ପ ବ୍ୟାୟମ କରିବା ପାଇଁ କୁହନ୍ତୁ।

୬ – ଘରର ବୟସ୍କ ଲୋକଙ୍କ ଶରୀରର କୋଲେଷ୍ଟ୍ରଲ୍‌ ଓ ରକ୍ତଚାପ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟରେ ଲୁଣ, ଲହୁଣୀ ଓ ଘିଅର ମାତ୍ରା କମ କରନ୍ତୁ। ଯେତେ ସମ୍ଭବ ତାଙ୍କୁ
ମାନସିକ ଦୁଃଶ୍ଚିନ୍ତା ଠାରୁ ଦୂରେଇ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.