ରକ୍ତ ଦାନ କରିବା ପାଇଁ ଯାଉଛନ୍ତି କି ? ଧ୍ୟାନ ଦିଅନ୍ତୁ ଏହି ଦିଗ ଉପରେ

କଥାରେ ଅଛି ରକ୍ତଦାନ ମହାପୂଣ୍ୟ ! ରକ୍ତ ଦାନ ଦ୍ବାରା ଖାଲି ଲୋକଙ୍କ ଜୀବନ ବଞ୍ଚିଥାଏ ତାହା ନୁହଁ ବରଂ ରକ୍ତଦାନ କରିଥିବା ବ୍ୟକ୍ତିଙ୍କ ଶରୀରରେ  ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦୂର ହୋଇଥାଏ । କିନ୍ତୁ ଏବେ ମଧ୍ୟ ବହୁତ ଲୋକଙ୍କ ମନରେ ଏପରି ଭାବନା ରହିଛି , ରକ୍ତଦାନ କରିବା ଦ୍ବାରା ଶରୀର ଅସୁସ୍ଥ ଏବଂ ର୍ଦୁବଳ ହୋଇଥାଏ । ଯାହା ଭୟରେ ଲୋକ ରକ୍ତଦାନରୁ ପଛଘୁଞ୍ଚା ଦେଇଥାନ୍ତି । ରକ୍ତଦାନ କରିବାର କିଛି ସମୟ ମଧ୍ୟରେ ହିଁ ଶରୀରରେ ପୁଣିଥରେ ନୂଆ ରକ୍ତ ସୃଷ୍ଟି ହୋଇଥାଏ । ତେବେ ଆସ୍ନ୍ତୁ ଜାଣିବା ରକ୍ତ ଦାନ ପୂର୍ବରୁ ଏବଂ ପରେ କେଉଁ ସମସ୍ତ ଜିନିଷ ଉପରେ ଖାସ ଭାବେ ଧ୍ୟାନ ଦେବା ଆବଶ୍ୟକ ।

wellthy.care

ରକ୍ତ ଦାନ କରିବା ପାଇଁ ୧୮ ରୁ ୬୦ ବର୍ଷ ମଧ୍ୟର ବ୍ୟକ୍ତି ଉଦ୍ଦିଷ୍ଟ ରହିଥାନ୍ତି । ଯେଉଁ ବ୍ୟକ୍ତିଙ୍କୁ  ମଧୁମେହ ବା କୌଣସି ପ୍ରକାରର ରୋଗ ହୋଇଥାଏ  ତାଙ୍କୁ ଭୁଲରେ ମଧ୍ୟ ରକ୍ତ ଦାନ କରିବା ଉଚିତ୍ ନୁହଁ । ରକ୍ତ ଦାନ କରୁଥିବା ବକ୍ତିଙ୍କ ଶରୀରରେ ହିମଗ୍ଲୋବିନ୍ ମାତ୍ରା ୧୨ ପ୍ରତିଶତରୁ ଅଧିକ ରହିଥିବା ବେଳେ ଓଜନ ୪୫ କିଲୋରୁ ଅଧିକ ରହିବା ଆବଶ୍ୟକ । ମହିଳା ମାନଙ୍କୁ ୬ମାସ ଏବଂ  ପୁରୁଷ ମାନଙ୍କର ୩ ମାସ ସମୟ ବ୍ୟବଧାନରେ ରକ୍ତଦାନ କରିବା ଆବଶ୍ୟକ ।

ରକ୍ତଦାନ କରିବାର ତୁରନ୍ତ ପରେ ଭୁଲରେ ମଧ୍ୟ ଖରାରେ ବାହାରିବା ଉଚିତ୍ ନୁହଁ । ରକ୍ତଦାନର ୨-୩ ଘଣ୍ଟା ପର୍ୟ୍ୟନ୍ତ ଡ଼୍ରାଇଭିଂ କରିବା ଉଚିତ୍ ନୁହଁ । ଭୁଲରେ ମଧ୍ୟ ଅଧିକ ସମୟ ପର୍ୟ୍ୟନ୍ତ ଗୋଟିଏ  ସ୍ଥାନରେ ଠିଆ ହେବା ଉଚିତ୍ ନୁହଁ। ରକ୍ତଦାନର  ଅଧାଘଣ୍ଟା ପର୍ୟ୍ୟନ୍ତ କୌଣସି ସ୍ଥାନରେ ଆରାମ କରିବା ଉଚିତ୍ । ରକ୍ତଦାନ କରିବାର ପାରେପରେ ଧୂମପାନ , ତମ୍ବାଖୁ କିମ୍ବା ଆଉ କିଛି ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ ।

Leave A Reply

Your email address will not be published.