କରୋନା କାଳରେ ଗଳା ଓ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏସବୁ ଘରୋଇ ଉପାୟ

କରୋନା ମହାମାରୀ ମଧ୍ୟରେ ସୁସ୍ଥ ରହିବା ପାଇଁ ସମସ୍ତେ ଉଦ୍ୟମ କରୁଛନ୍ତି। ଆଗକୁ ବର୍ଷା ଦିନ ଆସିବାକୁ ଯାଉଛି। ଋତୁ ବଦଳିଲେ ତଣ୍ଟି ଓ ଫୁସଫୁସ ସଂକ୍ରମଣର ଅଧିକ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଏବେଠୁ ହିଁ ସଜାଗ ରହିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ତଣ୍ଟି ଓ ଫୁସଫୁସକୁ ସଂକ୍ରମଣମୁକ୍ତ ରଖିବା ପାଇଁ କେତେକ ଘରୋଇ ଉପାୟ…

ଗରମ ପାଣି ପିଅନ୍ତୁ:

ତଣ୍ଟିରେ ଥିବା ବ୍ୟାକ୍ଟେରିଆ ଓ ଫଙ୍ଗସକୁ ମାରିବା ପାଇଁ ପ୍ରତିଦିନ ସକାଳେ ଗରମ ପାଣି ପିଅନ୍ତୁ। ଏହାକୁ ଅଭ୍ୟାସରେ ପରିଣତ କରିଦିଅନ୍ତୁ। ସ୍ୱାସ୍ଥ୍ୟ ସମସ୍ୟା କମ୍ ଦେଖାହେବ।

ବାମ୍ଫ ନିଅନ୍ତୁ:

ତଣ୍ଟି କୁଣ୍ଡାଇ ହେବା ଭଳି ଲାଗିଲେ କିମ୍ବା ଗତଗତ ହେଲେ ବାମ୍ଫ ନିଅନ୍ତୁ। ଏହା ଫଳରେ ଫୁସଫୁସରେ ଜମା ହୋଇଥିବା କଫ ବାହାରି ଆସିବ।

ଲମ୍ବା ନିଃଶ୍ୱାସ ନିଅନ୍ତୁ:

ଲମ୍ବା ନିଃଶ୍ୱାସ ନିଅନ୍ତୁ। ଫଳରେ ଶ୍ୱାସ ନଳୀ ଓ ଗଳା ପରିଷ୍କାର ହେବ। ଏଥିସହ ଶରୀରରେ ଅକ୍ସିଜେନ ଲେବଲ ବି ବଢ଼ିବ ଓ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ବି ସୁସ୍ଥ ରହିବ।

ଘର କାମ କରନ୍ତୁ:

ଫିଟ ରହିବା ପାଇଁ ଏକ୍ସରସାଇଜ ସହ ଘରର ଛୋଟ ଛୋଟ କାମ ବି କରନ୍ତୁ। ଏହା ଦ୍ୱାରା ଶରୀର ଆକ୍ଟିଭ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.