ଲାଇଫ୍ ଷ୍ଟାଇଲ୍

କରୋନା ସଂକ୍ରମଣରୁ ଯଦି ରକ୍ଷା ପାଇବାକୁ ଚାହୁଁଛନ୍ତି, ତେବେ ଏହି ସବୁ ଅଙ୍ଗର ରଖନ୍ତୁ ବିଶେଷ ଧ୍ୟାନ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ବ୍ୟକ୍ତିର ପାଟି, ନାକ, କାନ ଆଦି ମାଧ୍ୟମରେ କରୋନା ଭାଇରସ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଏହା ପରେ ଶରୀରର ଶ୍ୱାସଯନ୍ତ୍ର ବା ଫୁସଫୁସକୁ ସଂକ୍ରମିତ କରିବା ସହ ଅନ୍ୟ ଅଙ୍ଗକୁ ବି ପ୍ରଭାବିତ କରିଥାଏ । ଏହି କାରଣରୁ ହିଁ ବାରମ୍ବାର ହାତ ଧୋଇବା, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦିଆଯାଉଛି । ଆଉ ମଧ୍ୟ ଶତ ପ୍ରତିଶତ ପ୍ରମାଣିତ ହୋଇଛିଯେ, ଏହି ସବୁ ନିୟମ ପାଳିବା ଦ୍ୱାରା କୋଭିଡ ସଂକ୍ରମଣକୁ ଅନେକାଂଶରେ ରୋକା ଯାଇପାରିବ ।

ଆଉ ଯଦି ଏହି ସମୟରେ ଆପଣ ନାକ, କାନ, ଗଳା ସମସ୍ୟାରେ ସଂକ୍ରମିତ ଥାନ୍ତି । ତେବେ ବେଳ ଥାଉ ଥାଉ ସାବଧାନ ହୋଇଯିବା ଦରକାର । ଅନଲାଇନ ଜରିଆରେ ଚିକିତ୍ସକଙ୍କ ପରାମର୍ଶ ନେବା ସହ ଅତି ଦରକାର ହେଲେ ହସ୍ପିଟାଲ ଯିବା ଦରକାର । ତେବେ ଗଳା, ନାକ, କାନ ସମସ୍ୟା ଥିଲେ କଣ କରିବେ ଜାଣି ରଖନ୍ତୁ ।

ଗଳା ଜନିତ ସମସ୍ୟା ଥିଲେ:

-ଯଦି ଆପଣଙ୍କର ଗଳା ଜନିତ ସମସ୍ୟା ଅଛି ତାହେଲେ ଥଣ୍ଡା ପାଣି, କୋଲଡ ଡ୍ରିଂକ୍ସ, ଆଇସକ୍ରିମ, ଦହି, କ୍ଷୀର ଆଦି ଠାରୁ ଦୁରେଇ ରୁହନ୍ତୁ । ଯଦି କୌଣସି ଖାଦ୍ୟ ପଦାର୍ଥ ଫ୍ରିଜରେ ରଖାଯାଇଛି ତେବେ ଅତି କମରେ ଏକ ଘଣ୍ଟା ପର୍ଯ୍ୟାନ୍ତ ବାହାରେ ରଖି ହିଁ ସେବନ କରନ୍ତୁ ।

-ଦିନରେ ଦୁଇ ରୁ ତିନି ଥର ଗରମ ପାଣିରେ ଗର୍ଗଲିଙ୍ଗ କରନ୍ତୁ । ଏବାବଦରେ ପ୍ରଥମେ ଚିକିତ୍ସକଙ୍କ ପରାମର୍ଶ ନେଇ ଔଷଧ ସେବନ କରନ୍ତୁ ।

ନାକରେ ସମସ୍ୟା ଥାଏ:

-ଶରୀରର ନାକ ହେଉଛି ସବୁଠୁ ସମ୍ବେଦନଶୀଳ ଅଙ୍ଗ । ନିଶ୍ୱାସ ପ୍ରଶ୍ୱାସ ସହିତ ଜଡିତ ଅନେକ ସଂକ୍ରମଣ ଏହି ନାକ ଦ୍ୱାରା ହିଁ ବ୍ୟାପିଥାଏ । ଯଦି ଆପଣଙ୍କର ସର୍ଦ୍ଦି, କାଶ ପରି ସମସ୍ୟା ଥାଏ ତେବେ ନିଶ୍ଚିନ୍ତ ରୂପେ ସାମାଜିକ ଦୂରତା ରକ୍ଷା କରନ୍ତୁ ।

– ନାକରେ ବାରମ୍ବାର ହାତ ଲଗାନ୍ତୁ ନାହିଁ । ଟ୍ୱିସ୍ୟୁ ପେପର ବ୍ୟବହାର କରନ୍ତୁ । ନିଜ ରୁମାଲ, ଫେସ ଟାୱେଲ ଅଲଗା ବ୍ୟବହାର କରନ୍ତୁ । ଯଦି ଗନ୍ଧ ବାସ୍ନା ବାରି ପାରୁନାହାନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

କାନ ସମସ୍ୟା ଥିଲେ:

-ସର୍ଦ୍ଦି, ଥଣ୍ଡାରେ ସବୁଠୁ ଅଧିକ ପ୍ରଭାବ କାନ ଉପରେ ହିଁ ପଡିଥାଏ । ଯଦି ଆପଣଙ୍କର ପୂର୍ବରୁ ହିଁ କାନ ସମସ୍ୟା ରହିଛି । ତେବେ ଆପଣ କିଛିଟା ଅଧିକ ସାବଧାନ ରହିବ ଉଚିତ । ନିୟମିତ ଭାବରେ ସମୟ ବ୍ୟବଧାନରେ ସାନିଟାଇଜର ଜରିଆରେ ସଫା କରନ୍ତୁ ।

KNews Bureau

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

2 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

19 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

33 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

46 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

47 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago